ନିରାମିଷ ଖାଦ୍ୟ ଖାଇ ନିଜକୁ ଫିଟ୍‌ ରଖିଛନ୍ତି ଏହି ସେଲିବ୍ରିଟି, ଜାଣନ୍ତୁ କିଏ କିଏ ?

Published By : Prameya-News7 Bureau | July 05, 2023 IST

ମୁମ୍ଵାଇ ୦୫।୦୭: ଇଣ୍ଡଷ୍ଟ୍ରରେ ସେଲେବ୍‌ମାନେ ଷ୍ଟାଇଲିସ୍‌ ଲୁକ୍‌ ପାଇଁ ବେଶ ଜଣାଶୁଣା । ଏଥିପାଇଁ ସବୁବେଳେ ରୁହନ୍ତି ଚର୍ଚ୍ଚାରେ । ନିଜର ଲୁକ୍‌ରେ ଦିଅନ୍ତି ଅନେକଙ୍କୁ ମାତ୍‌। କିନ୍ତୁ ଆପଣ ଜାଣନ୍ତି କି, ସେମାନେ ସ୍ଲିମ୍‌ ରହିବା ପାଇଁ ଏକ ସୁସ୍ଥ ଡାଏଟ୍ ଫଲୋ କରନ୍ତି । କିଛି ଲୋକଙ୍କର ଧାରଣା ହେଉଛି , ଆମିଷ ଖାଇବା ଦ୍ବାରା ଶରୀର ଫିଟ୍‌ ରହିଥାଏ। ହେଲେ ବିଟାଉନ୍‌ରେ ଏମିତି କିଛି ସେଲିବ୍ରିଟି ଅଛନ୍ତି। ଯେଉଁମାନେ ଶାକାହାରୀ ଖାଦ୍ୟକୁ ଖୁବ୍‌ ପସନ୍ଦ କରିଛନ୍ତି। ସେମାନେ ପୂର୍ବରୁ ଆମିଷ ଖାଉଥିଲେ। ଏବେ ସଂପୂର୍ଣ୍ଣ ମାଛ, ମାଂସ କରି ଦେଇଛନ୍ତି ନୋ’। ଏବଂ ନିଜକୁ ଫିଟ୍‌ ରଖି ପାରିଛନ୍ତି।

When Shraddha Kapoor was caught cheating during an exam: 'I was so  disappointed in myself' | Entertainment News,The Indian Express

ବଲିଉଡର ଫିଟ୍‌ ଓ ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ଜଣେ ଭେଜିଟେରିଆନ୍‌ । ୨୦୨୦ରେ ‘ପେଟା’ ଶ୍ରଦ୍ଧା କପୁରଙ୍କୁ ‘ହଟେଷ୍ଟ୍‌‌ ଭେଜିଟେରିଆନ୍‌’ ନାମ ଦେଇଥିଲା। ଶୁଣିବାକୁ ମିଳୁଛି ଯେ ଶ୍ରଦ୍ଧା କପୁର ‘ପେଟା’ର ‘କୁକ୍‌ବୁକ୍‌’ ପଢ଼ି ଆମିଷ ଛାଡ଼ି ନିରାମିଷ ଖାଇବା ଆରମ୍ଭ କରିଥିଲେ। ଏବେ ସବୁବେଳେ ଘରର ନିରାମିଷ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି।

Bollywood Celebrities Who Gave Up Meat & Turned Vegetarian

ବିଟାଉନ୍‌ର ଚକୋଲେଟ୍‌ ବଏ ସାହିଦ କପୁର । ତାଙ୍କ ଲୁକ୍‌ ଷ୍ଟାଇଲ୍‌ ପାଇଁ ବେଶ ଜଣାଶୁଣା। ଫିଟ୍‌ନେସ୍‌କୁ ନେଇ ସାହିଦ ଖୁବ୍‌ ଯତ୍ନବାନ। ତାଜା ସମସ୍ତେ ଜାଣନ୍ତି। ଆପଣ ଜାଣନ୍ତି କି ସାହିଦ ମଧ୍ୟ ଶାକାହାରୀ । ଆମେରିକୀୟ ଲେଖକଙ୍କ କିଛି ପୁସ୍ତକ ପଢ଼ିବା ପରେ, ଆମିଷ ଖାଦ୍ୟକୁ ବାୟ ବାୟ କରି ଦେଇଛନ୍ତି ସାହିଦ।

When Genelia D'Souza Was Asked Not To Marry Riteish Deshmukh

ରିତିଶ ଦେଶମୁଖ ଏବଂ ତାଙ୍କ ପତ୍ନୀ ଜେନେଲିଆ କିଛି ବର୍ଷ ପୂର୍ବେ ଶାକାହାରୀ ହୋଇଥିଲେ। ସୋସିଆଲ ମିଡିଆରେ ରିତେଶ ପୋଷ୍ଟରେ କହିଛନ୍ତି, "ମୁଁ ଜଣେ ମାଂସପ୍ରେମୀ ଥିଲି। ହେଲେ ୪ ବର୍ଷ ପୂର୍ବେ ମୁଁ ଶାକାହାରୀ ହୋଇଛି।

Big B Owes It To Many A Helping Hand, And Jaya Bachchan Is Just One Of Them!

ବଲିଉଡ୍‌ର ବିଗ୍‌ ବି ଅମିତାଭ୍‌ ବଚ୍ଚନ । ପେଟା ଅମିତାଭଙ୍କୁ ଶାକାହାରୀ ସେଲିବ୍ରିଟିର ଆଖ୍ୟା ଦେଇଛି। ଏହା ଥରେ ନୁହେଁ ବରଂ ତିନି ଥର ମିଳିଛି । ଅଭିନେତା ସୁସ୍ଥ ଜୀବନ ପାଇଁ ବେଶ ଜଣାଶୁଣା । ସ୍ୱାସ୍ଥ୍ୟଗତ କାରଣରୁ ସେ ଚାଉଳ, ଧୂମପାନ ଏବଂ ମଦ୍ୟପାନ ସହିତ ମାଂସ ଛାଡିଥିବାର ଉଲ୍ଲେଖ କରିଛନ୍ତି।

Kangana Ranaut says she never succumbed to vanity

ଅଭିନେତ୍ରୀ ତଥା ମଡେଲ୍‌ କଙ୍ଗନା ରାଣାୱତ। ସେ ମଧ୍ୟ PETA ଟାଇଟଲରେ ମନୋନୀତ ହୋଇଛନ୍ତି। ସେ ମଧ୍ୟ ନିରାମିଷ ଖାଆନ୍ତି। ଧାର୍ମିକ କାରଣରୁ ଆମିଷ ଖାଆନ୍ତି ନାହିଁ। ସେ ସୁଟିଂ ସେଟ୍‌ରେ ବି ଘରୁ ନେଇ ଯାଉଥିବା ଖାଦ୍ୟ ଖାଆନ୍ତି।

7 Bollywood Blockbusters Aamir Khan Said No To That We Wish He Had Actually  Done

ବଲିଉଡର ମିଷ୍ଟରପରଫେକ୍ଟନିଷ୍ଟ ଅମୀର ଖାନ।  ଏକ ସମୟ ଥିଲା , ଯେତେବେଳେ ଅମୀର ମାଛ, ଚିକେନ୍, ଅଣ୍ଡା ଏବଂ ମାଂସ ଖାଇବାକୁ ପସନ୍ଦ କରୁଥିଲେ। କିନ୍ତୁ, କିଛି ସମୟ ହେବ, ଅଭିନେତା ଶାକାହାରୀ ହୋଇଯାଇଛନ୍ତି ।

{"id":812769,"width":604,"height":503,"sizeSlug":"full","linkDestination":"none"}

ଏହା ବ୍ୟତୀତ ଅଭିନେତା ମାଧବାନ୍‌ ଓ ଅଭିନେତ୍ରୀ ଭୂମି ପେଡ୍‌ନେକର୍‌ ବି ଆମିଷ ନ ଖାଉଥିବା କଳାକାରମାନଙ୍କ ତାଲିକା‌ରେ ନିଜର ନାମ ଲେଖାଇଛନ୍ତି।

wp:embed {"url":"https://www.prameyanews7.com/hrithik-roshan-have-decided-to-get-married-with-saba-azad/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hrithik-roshan-have-decided-to-get-married-with-saba-azad/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.