ଭୁବନେଶ୍ୱର ୦୮/୦୨: ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ। ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ଅଭିନେତା ଉତ୍ତମ ମହାନ୍ତିରେ ଚିକିତ୍ସା ଜାରି ରହିଛି। ସ୍ବାସ୍ଥାବସ୍ଥା ସଙ୍କଟପନ୍ନ ହେବାରୁ ଭେଣ୍ଟିଲେଟ୍ ରଖାଯାଇଥିବା ସୂଚନା ମିଳିଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥଥିବା ଜଣାପଡିଛି।
ସୂଚନା ଥାଉକି, ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମ । ସେ ସର୍ବମୋଟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ କଥାଚିତ୍ର ଅଭିନେତ୍ରୀ, ଅପରାଜିତାଙ୍କୁ ସେ ବିବାହ କରିଛନ୍ତି । ସେମାନଙ୍କ ପୁତ୍ର ବାବୁସାନ ମହାନ୍ତି ଜଣେ ଅଭିନେତା ।
୧୯୭୭ରେ ‘ଅଭିମାନ’ ଫିଲ୍ମ ଜରିଆରେ ଓଲିଉଡ୍ରେ କରିଥିଲେ ଏଣ୍ଟ୍ରି । ଏହାପର ଠାରୁ ଆଉ ପଛକୁ ଫେରିନାହାନ୍ତି ଉତ୍ତମ ମହାନ୍ତି । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡ୍ରେ ଏକ ନୂଆ ଟ୍ରେଣ୍ଡ ସେଟ୍ କରିଥିଲେ ଉତ୍ତମ । ବର୍ତ୍ତମାନ ଯାଏଁ ୧୩୫ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ଉତ୍ତମ ମହାନ୍ତି । ଯେଉଁଥିରେ ତାଙ୍କର ନିଖୁଣ ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ।
ଏପିରିକି ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ଲାଗି ରାଜ୍ୟ ଚଳଚ୍ଚତ୍ରି ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାର ହାତେଇଥିଲେ । ତେବେ ଉତ୍ତମଙ୍କ ଅଭିନୀତ ଦଣ୍ଡା ବାଳୁଙ୍ଗା ତାଙ୍କୁ ଘରେ ଘରେ ବେଶ୍ ପରିଚିତ କରିଥିଲା । ୧୯୮୭ ମସିହାରେ ଓଲିଉଡ୍ର କ୍ୱିନ୍ ଅପରାଜିତଙ୍କୁ ବିବାହ କରିଥିଲେ ।