ଭୁବନେଶ୍ୱର ୦୮/୦୨: ୧୧ ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର । ରାଜ୍ୟରେ ଲାଗୁ ହେବ ଅନ୍ତୋଦୟ ଗୃହ ଯୋଜନା । ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନା । ୩ ବର୍ଷରେ ୨ ଲକ୍ଷ ୨୫ ହଜାର ଘର ଦେବେ ରାଜ୍ୟ ସରକାର । ହିତାଧିକାରୀଙ୍କୁ ଘର ପାଇଁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା । ପ୍ରାକୃତିକ ଏବଂ ମନୁଷ୍ୟକୃତ କ୍ଷତି ଏବଂ ବିସ୍ଥାପିତ ଲୋକଙ୍କୁ ସାମିଲ କରାଯିବ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡୁଥିବା ଲୋକଙ୍କୁ ବି ସାମିଲ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ପରି ଏହି ଯୋଜନାରେ ବୋନସ ବ୍ୟବସ୍ଥା ଅଛି । ୪ ମାସ ଭିତରେ ଘର କାମ ସାରିଲେ ୨୦ ହଜାର, ୬ ମାସରେ ସାରିଲେ ୧୦ ହଜାର ବୋନସ ମିଳିବ । ଏହି ଯୋଜନାରେ ୭୫୫୦ କୋଟି ଖର୍ଚ୍ଚ କରିବେ ସରକାର । ସେହିପରି କ୍ରୀଡା ଭିତ୍ତିଭୂମି ପାଇଁ ୩୧୪ ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ । ଏଥିପାଇଁ ନୂଆ ଯୋଜନା କରିଛନ୍ତି ସରକାର । ୧୨ରୁ ୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟମ ।
ଫୁଟବଲ, କ୍ରିକେଟ, ଆଥ୍ଲେଟ୍, ଅନ୍ୟାନ୍ୟ ଖେଳ ପାଇଁ ସୁବିଧା ରହିବ । ଆସନ୍ତା ୫ ବର୍ଷରେ ୪୧୨୪ କୋଟି ବ୍ୟୟରେ ଷ୍ଟାଡିୟମ ନିର୍ମାଣ ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଛି । ରାଜ୍ୟରେ ଏକୀକୃତ ପେନସନ ଯୋଜନାକୁ ଲାଗୁ ନେଇ କ୍ୟାବିନେଟ ନିଷ୍ପତି ହୋଇଛି । Nps ରେ ଥିବା ଅଧିକାରୀ ମାନେ ଏହି ବ୍ୟବସ୍ଥାରେ ପେନସନ ପାଇବେ ।
୩ ଲକ୍ଷ ୩୩ ହଜାର ଅଧିକାରୀ ମାନେ ସେମାନେ ସ୍ଥିର କରିବେ nps କି ups ରେ ରହିବେ । ରାଜ୍ୟରେ ଡ୍ୟାମ ଗୁଡିକର ପୁନଃବ୍ୟାସ ଏବଂ ଉନ୍ନତିକରଣ ପାଇଁ ୧୦୬୬ କୋଟି ଖର୍ଚ୍ଚ କରିବେ । ହୀରାକୁଦ ଡ୍ୟାମ ମରାମତି ଏବଂ ଉନ୍ନତିକରଣ ପାଇଁ ୩ଟି ପ୍ରକଳ୍ପ କାର୍ଯ୍ୟ ହେବ । ଆସନ୍ତା ୬ ବର୍ଷରେ ଏହି କାମକୁ ସଂପୂର୍ଣ୍ଣ କରାଯିବ ।