କେନ୍ଦୁଝର ୧୯।୦୨ : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ୫୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍ । କେନ୍ଦୁଝର ଭୁଅର୍ଜନ ଉପବିଭାଗର ଉପଜିଲ୍ଲାପାଳ ଶରତ ଗିରି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୁ-ଅର୍ଜନ (ସାଧାରଣ )ଉପ ବିଭାଗର ଉପଜିଲ୍ଲାପାଳ ଶରତ ଗିରି। ଚିତ୍ରସେନ ବ୍ରହ୍ମ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଙ୍କା ଲଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ । କେନ୍ଦୁଝର ଜିଲ୍ଲାରେ ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡି ନିକଟରେ ୬ ଥାକିଆ ରାସ୍ତା ନିର୍ମାଣ କାମ ଚାଲିଛି । ଏଥିପାଇଁ ଚିତ୍ରସେନ ବ୍ରହ୍ମଙ୍କର ଦେଢ଼ ଏକର ଜମି ବାବଦକୁ ୬ ଲକ୍ଷ ୯୬ ହଜାର ଟଙ୍କାର କ୍ଷତିପୂରଣ ପାଇବାର ଥିଲା । ହେଲେ ଏହି ଟଙ୍କା ଦେବାକୁ ଶରତ ଗିରି ୧୦ ପ୍ରତିଶତ ହିସାବରେ ୭୦ ହଜାର ଟଙ୍କା ଲଞ୍ଚ ମାଗିଥିଲେ । ଶେଷରେ ବୁଧବାର ଦିନ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଏହାପରେ ଶରତ ଗିରିଙ୍କ ବାସଭବନ ଏବଂ ପୈତୃକ ଘରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।