ବଲାଙ୍ଗୀର: ମନ୍ଦିର ଜମି ଜବରଦଖଲ ଉଚ୍ଛେଦକୁ ନେଇ ତୁମୁଳ କାଣ୍ଡ। ଘଟଣା ଘଟିଛି ବଲାଙ୍ଗୀର ଲୋଇିସଂହା ଥାନା ଅଧୀନରେ। ଲୋଇସିଂହା ଥାନା ଅଧୀନରେ ଥିବା ଶ୍ରୀ ଯୋଗେଶ୍ବର ମନ୍ଦିରରେ ଉଚ୍ଛେଦର ପ୍ରତିବାଦରେ ଥାନା ଆଇଆଇସିଙ୍କ ସହ ବଲାଙ୍ଗୀର ସଦର SDPOଙ୍କୁ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ ।
ସୂଚନା ନଅୁଯାୟୀ, ସ୍ଥାନୀୟ ଗତକାଲି ମନ୍ଦିର ପରିସରରେ ଥିବା ଏକ ଦୋକାନ ଭାଙ୍ଗିବା ସହ ଉଚ୍ଛେଦ ହୋଇଥିଲା। ଯାହାର ପ୍ରତିବାଦ କରି ଦୋକାନୀ ଜଣକ ଥାନାକୁ ଆସିଥିଲେ। ହେଲେ ଏହି ସମୟରେ କିଛି ଗ୍ରାମବାସୀ ଦୋକାନ ଜାଳି ଦେଇଥିଲେ। ଯାହା ପରେ ମାମଲା ଆହୁରି ବିଗିଡ଼ିଥିଲା।ଘଟଣାରେ ପୋଲିସ ୬ ଜଣକୁ ଗିରଫ କରିଥିଲା।
ଏହା ପରେ ଗ୍ରାମବାସୀ ପ୍ରତିବାଦ କରିବା ସହ ଆଜି ଘଟଣାସ୍ଥଳରେ ପହଞ୍ଚିଥିବା ଆଇଆଇସି ଯାଜ୍ଞସେନୀ ନାଏକ ଏବଂ ବାଲାଙ୍ଗୀର ଏସଡିପିଓ ପ୍ରଦୀପ କୁମାର ସାହୁଙ୍କୁ ଅଟକ ରଖିଛନ୍ତି ଉତ୍ୟକ୍ତ ଗ୍ରାମବାସୀ।