Vivo T3 Ultra 5G ଲଞ୍ଚ, ରହିଛି 50 ମେଗାପିକ୍ସେଲର ଦମଦାର ସେଲ୍ଫି କ୍ୟାମେରା ସହ ବଡ଼ ବ୍ୟାଟେରୀ

Published By : Prameya-News7 Bureau | September 12, 2024 IST

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ କମ୍ପାନି ଭିଭୋ ଏହାର ନୂଆ ସ୍ମାର୍ଟଫୋନ୍ Vivo T3 Ultra 5G ଲଞ୍ଚ କରିଛି। କମ୍ପାନିର T-ସିରିଜରେ ଏହା ସବୁଠୁ ମହଙ୍ଗା ଫୋନ ହୋଇଥିବାବେଳେ, ମିଡ୍‌ ରେଞ୍ଜ ସେଗମେଣ୍ଟରେ ଏହି ସ୍ମାର୍ଟଫୋନ୍‌ରେ ଦେଖିବାକୁ ମିଳିବ ସବୁଠୁ ସ୍ଲିମ୍‌ ଡିଜାଇନ। ଏହା ସହ ଦମଦାର 5G ପ୍ରୋସେସର ମଧ୍ୟ ରହିଛି ଏହି ଫୋନ୍‌ରେ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହି ସ୍ମାର୍ଟଫୋନ୍‌ର ଦାମ୍‌ ଏବଂ ଫିଚର୍ସ ।

ଡିସପ୍ଲେ ଓ ପ୍ରୋସେସର:

Vivo T3 Ultra 5Gରେ 120Hz ରିଫ୍ରେଶ ରେଟ୍‌ ସହ 1.5k ରେଜୋଲ୍ୟୁସନର ଆମୋଲେଡ ଡିସପ୍ଲେ ରହିଚି । ସ୍କ୍ରିନର ପିକ୍‌ ବ୍ରାଇଟନେସ ରହିଛି ୪୫୦୦ ନିଟ୍ସ ।  ଏଥିରେ MediaTek Dimensity 9200+ ପ୍ରୋସେସର ଦିଆଯାଇଛି ।

କ୍ୟାମେରା: 

ଡୁଆଲ ସିମ୍‌ ସପୋର୍ଟ ସହ ସ୍ମାର୍ଟଫୋନ ଆଣ୍ଡ୍ରଏଡ୍‌ 14 ଆଧାରିତ FunTouch OS 14ରେ ପରିଚାଳିତ। ଏଥିରେ ୫୦+୮ ମେଗାପିକ୍ସେଲର Sony IMX921 OIS Camera ରହିଛି। ସେହିଭଳି ୫୦ମେଗାପିକ୍ସେଲର ସେଲଫି କ୍ୟାମେରା ରହିଛି। ଫୋନ୍‌ରେ ଇନ୍‌-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଛି।

ବ୍ୟାଟେରୀ ଓ କଲର:

Vivo T3 Ultra 5Gକୁ କମ୍ପାନି ଦୁଇଟି କଲର ଅପ୍ସନ ଲୁନାର ଓ ଫାଷ୍ଟ ଗ୍ରୀନ ସହ ଲଞ୍ଚ କରିଛି। ଫୋନରେ 80Wର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 5500 mAhର ବ୍ୟାଟେରୀ ଦିଆଯାଇଛି। ଡିଭାଇସରେ IP68 ଓ୍ବାଟରପ୍ରୁଫି ରେଟିଂ ରହିଛି। ଫୋନରେ ଦୁଇ ବର୍ଷର ସଫ୍ଟଓୟାର ଏବଂ ତିନି ବର୍ଷର ସିକ୍ୟୁରିଟି ଅପଡେଟ ମିଳିବ।

ଦାମ୍‌ ଓ ଭାରିଆଣ୍ଟ: 

ଫୋନରେ ଆପଣଙ୍କୁ ୧୨ଜିବି ପର୍ଯ୍ୟନ୍ତ ରାମ୍‌ ଏବଂ ୨୫୬ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ ମିଳିବ। ଏହାର ୮+୧୨୮ ଜିବି ଷ୍ଟୋରେଜ ଭାରିଆଣ୍ଟର ଦାମ୍ ୩୧,୯୯୯ ଟଙ୍କା ରହିଥିବାବେଳେ, ୮+ ୨୫୬ ଜିବି ଷ୍ଟୋରେଜ ଭାରିଆଣ୍ଟର ଦାମ୍ ୩୩,୯୯୯ ଟଙ୍କା ରହିଛି। ସେହିଭଳି ଟପ୍‌ ଭାରିଆଣ୍ଟ ୧୨+ ୨୫୬ ଜିବି ଷ୍ଟୋରେଜର ଦାମ୍‌ ୩୫,୯୯୯ ଟଙ୍କା ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.