ୱେଟିଂ ଟିକେଟ୍ ବୁକିଙ୍ଗ ସିଷ୍ଟମ ସମାପ୍ତ! ରେଳବାଇ ଲାଗୁ କଲେ ନୂଆ ନିୟମ

Published By : Prameya-News7 Bureau | January 23, 2025 IST

ନୂଆଦିଲ୍ଲୀ ୨୩।୧: ଭାରତୀୟ ରେଳ ୱେଟିଂ ଟିକେଟ୍ ବୁକିଙ୍ଗ ସିଷ୍ଟମ ବନ୍ଦ କରିଦେଇଛନ୍ତି ଓ ଏହି ସ୍ଥାନରେ ନୂଆ ନିୟମ ଲାଗୁ କରିଛନ୍ତି। ଏବେ ୱେଟିଂ ଟିକେଟ୍ ବଦଳେ କନଫର୍ମ ଟିକେଟ୍ ନିମନ୍ତେ ନୂଆ ବ୍ୟବସ୍ଥା କରାଯିବ। ଏହାର ଉଦ୍ଦେଶ୍ୟ ଯାତ୍ରୀଙ୍କୁ ଅଧିକ ସୁବିଧା ଓ ଠିକ୍ ସମୟରେ ଯାତ୍ରା ସୁନିଶ୍ଟିତ କରିବା ବୋଲି ରେଳବାଇ କହିଛନ୍ତି। ଏହି ନୂଆ ନିୟମରେ ଯାତ୍ରା ଯୋଜନାର ଉପାୟ ବଦଳିବ, ଯାହା ଦ୍ୱାରା ଯାତ୍ରୀଙ୍କୁ ଭଲ ଅନୁଭବ ମିଳିବ। ଜାଣନ୍ତୁ ନୂଆ ବ୍ୟବସ୍ଥା ଓ ଏହାର ଫାଇଦା। 

ଭାରତୀୟ ରେଳ ତାଙ୍କ ଯାତ୍ରା ବ୍ୟବସ୍ଥାକୁ ଅଧିକ ସ୍ମାର୍ଟ ଓ ସୁବିଧାଜନକ କରିବା ପାଇଁ ଏକ ନୂଆ ‘ଡାୟନାମିକ୍ ୱେଟିଂ ଲିଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ’ ଉପସ୍ଥାପନ କରିଛନ୍ତି। ଏହାର ଉଦ୍ଦେଶ୍ୟ ୱେଟିଂ ଟିକେଟ କାରଣରୁ ଯାତ୍ରୀଙ୍କୁ ହେଉଥିବା ଅସୁବିଧା ଦୂର କରିବା ଓ କନଫର୍ମ ଟିକେଟ ସମ୍ଭାବନାକୁ ବଢାଇବା। ଏହି ବ୍ୟବସ୍ଥା ୧ ଜାନୁୟାରୀ ୨୦୨୫ରୁ ଦେଶରେ ଲାଗୁ ହୋଇସାରିଲାଣି ଓ ଏହା ମାଧ୍ୟମରେ ଯାତ୍ରୀଙ୍କୁ ଅଧିକ ନିଶ୍ଚିତତା,ସୁବିଧା ଓ ଉନ୍ନତ ଯାତ୍ରା ଅନୁଭବ ମଧ୍ୟ ମିଳୁଛି। 

ଏହି ନୂଆ ସିଷ୍ଟମର ବିକାଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ମେସିନ ଲର୍ଣ୍ଣିଂ ଓ ବିଗ୍ ଡାଟା ଆନାଲିସସ୍ ଭଳି ଉନ୍ନତ ଟେକ୍ନୋଲଜି ମାଧ୍ୟମରେ କାରଯାଇଛି, ଯାହାଦ୍ୱାରା ୱେଟିଂ ଲିଷ୍ଟକୁ ମ୍ୟାନେଜ କରିବା ଓ କନଫର୍ମ ଟିକେଟ୍ ଜାରି କରିବା ପ୍ରକ୍ରିୟାକୁ ଆହୁରି ଅଧିକ ପ୍ରଭାବଶାଳୀ କରାଯାଇ ପାରିଛି। ଏହି ସିଷ୍ଟମରେ ରିୟଲଟାଇମ ଡାଟାର ଉପଯୋଗ ହେଉଛି। ଏହା ଦ୍ୱାରା ଯାତ୍ରୀଙ୍କୁ ସିଟ୍ ଉପଲବ୍ଧତା, ବୁକିଂ ଡାଟା ଓ କ୍ୟାନସେଲେସନ ସ୍ଥିତି ସମ୍ପର୍କରେ ତତ୍କାଳ ସୂଚନା ମିଳି ପାରୁଛି। 

ଏଆଇ ଓ ମେସିନ ଲର୍ଣ୍ଣିଂ ମାଧ୍ୟମରେ ଏହା ବୁଝିବାକୁ ଚେଷ୍ଟା କରାଯାଉଛି କେଉଁ ଯାତ୍ରୀଙ୍କ ଲାଗି କନଫର୍ମ ଟିକେଟ୍ ସମ୍ଭାବନା ସବୁଠୁ ଅଧିକ ଓ କାହାକୁ ଆଗାମୀ କିଛି ସମୟ ପରେ ସିଟ୍ ମିଳିପାରିବ। ଏହି ଆଧାରରେ ୱେଟିଂ ଲିଷ୍ଟକୁ ଅପ୍ଟିମାଇଜ କରାଯାଉଛି ଓ ଯାତ୍ରୀଙ୍କୁ ସବୁଠୁ ଭଲ ବିକଳ୍ପ ସମ୍ପର୍କରେ ସୂଚିତ କରାଯାଉଛି। ଏହି ପ୍ରଣାଳୀରେ ବିଗଡାଟା ଆନାଲିଟିକ୍ସର ମଧ୍ୟ ଉପଯୋଗ କରାଯାଉଛି, ଯାହା ଟ୍ରେନର ଚାହିଦା, ଯାତ୍ରାର ତାରିଖ ଓ ସିଟ୍ ମିଳିବାର ଡାଟାକୁ ବିଶ୍ଲେଷଣ କରିଥାଏ। ଯାହାର ପରିଣାମ ଯାତ୍ରୀଙ୍କୁ କନଫର୍ମ ଟିକେଟ୍ ମିଳିବାର ସମ୍ଭାବନାକୁ ବଢାଇ ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.