ରାସ୍ତାରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି, ଠିକା ସଂସ୍ଥାକୁ ଦାୟୀ କରି ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

Published By : Prameya-News7 Bureau | July 15, 2025 IST

ଆନନ୍ଦପୁର ୧୫।୭: ଜାତୀୟ ରାଜପଥରେ ଚାଲୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । ପାଣି ଭିତରେ ରହିଛି ବଡ ବଡ ଖାଲ । ସେହି ରାସ୍ତା ଦେଇ ଯାତାୟତ କରୁଛି ଛୋଟ ବଡ ଶହ ଶହ ଗାଡି । କେହି କେହି ତ ଖାଲରେ ପଡି ଖଣ୍ଡିଆ ଖାବରା ହେଉଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ଶାଳପଡା ଛକ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଆନନ୍ଦପୁର ଉପଖଣ୍ଡ ୨୦ନଂ ଜାତୀୟ ରାଜପଥର ଶାଳପଡା ଛକ ଠାରେ କିଛି ଦୂରରେ ଅନ୍ୟ ଏକ ଓଭରବ୍ରିଜ୍ ନିର୍ମାଣ ଚାଲିଥିଲା । ଏଥିଯୋଗୁଁ ଏବେ ସର୍ଭିସ୍ ରୋଡ୍‌କୁ ମୁଖ୍ୟରାସ୍ତା ଭାବେ ବ୍ୟବହାର କରାଯାଉଛି । ହେଲେ ନିର୍ମାଣ ଦାୟିତ୍ବରେ ଥିବା ଠିକାଦାରଙ୍କ ଅବହେଳା ଯୋଗୁଁ ରାଜରାସ୍ତାର ଏଭଳି ଅବସ୍ଥାକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ କିଛି ସମୟ ପାଇଁ ରାସ୍ତାରୋକ ମଧ୍ୟ କରିଥିଲେ । ତୁରନ୍ତ ଖାଲଖମାକୁ ପୂରଣ କରି ଯାତାୟତ ଉପଯୋଗୀ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ।

You Can Read:

ପୂର୍ବ ସରକାରରେ ଲୋକଙ୍କୁ ନ୍ୟାୟ ମିଳିଲା ନାହିଁ, ବିଜେପି ସରକାର ତୁରନ୍ତ ଆକ୍ସନ ନେଉଛନ୍ତି 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.