ପାଗରେ ଆସିବ ପରିବର୍ତ୍ତନ, ଜିରୋ ନାଇଟ୍‌ରୁ ବଢିବ ଥଣ୍ଡା

Published By : Prameya-News7 Bureau | December 29, 2024 IST

ଭୁବନେଶ୍ୱର ୨୯।୧୨: ଜିରୋ ନାଇଟରୁ ବଢ଼ିବ ଥଣ୍ଡା। ରବିବାର ଦକ୍ଷିଣ ଓଡ଼ିଶାର କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ବାୟୁ ପ୍ରଭାବରେ ଏଭଳି ବର୍ଷା ହେବାର ସମ୍ଭାବନା ରହିଛି। 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୪ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁଠି ପାଗ ଶୁଖିଲା ରହିବ। ୨ ଦିନ ପରେ ରାଜ୍ୟରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ। ଡିସେମ୍ବର ୩୧ ତାରିଖରୁ ରାଜ୍ୟରେ ଥଣ୍ଡାର ପ୍ରକୋପ ବଢ଼ିପାରେ। ଜାନୁଆରୀ ପ୍ରଥମ ସପ୍ତାହରେ ରାଜ୍ୟରେ ର ଶୀତ ପ୍ରକୋପ ଜାରି ରହିବ। ଡିସେମ୍ବର ୩୧ ରାତିରେ ଭୁବନେଶ୍ଵର ତାପମାତ୍ରା ୧୩ ଡିଗ୍ରୀ ସେଲସିୟସକୁ ଖସିଆସିପାରେ ବୋଲି ଅନୁମାନ କରାଯାଉଛି। 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.