ଚେନ୍ନାଇରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ, ଜାଣନ୍ତୁ କିପରି ରହିଛି ପାଣିପାଗର ସ୍ଥିତି

Published By : Prameya-News7 Bureau | September 19, 2024 IST

aajtak

ମୁମ୍ବାଇ ୧୯।୦୯ : ଗୁରୁବାର (ସେପ୍ଟେମ୍ବର ୧୯ ତାରିଖ)ରୁ ଆରମ୍ଭ ହେଉଛି ଭାରତ-ବାଂଲାଦେଶ ଦୁଇ ଟିକିଆ ଟେଷ୍ଟ ସିରିଜ୍‌ । ଚେନ୍ନାଇର ଚେପକ୍‌ ଗ୍ରାଉଣ୍ଡରେ ଖେଳାଯିବ ସିରିଜ୍‌ର ପ୍ରଥମ ମ୍ୟାଚ୍‌ । ସକାଳ ୯ ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମ୍ୟାଚ୍‌ । ଉଭୟ ଟିମ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଜିତିବାକୁ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି । 

ତେବେ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଘାରିଛି ବର୍ଷାର ଟେନ୍‌ସନ୍‌ । Accuweather.com ମୁତାବିକ ଗୁରୁବାର ଦିନ ଚେନ୍ନାଇରେ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ହେବାର ୪୬ ପ୍ରତିଶତ ଆଶଙ୍କା ରହିଛି । ଏହି ସମୟରେ ଦିନର ତାପମାତ୍ରା ସର୍ବାଧିକ ୩୫ ଡିଗ୍ରୀ ରହିପାରେ , ଆଉ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରୀ ରହିପାରେ । ଏହିସମୟରେ ପବନରେ ଗତି ୩୯ Km/h ରହିପାରେ ।

କେଉଁ ଦିନ କେତେ ରହିଛି ବର୍ଷାର ଅନୁମାନ

୧୯ ସେପ୍ଟେମ୍ବରରେ ୪୬ ପ୍ରତିଶତ

୨୦ ସେପ୍ଟେମ୍ବରରେ ୪୧ ପ୍ରତିଶତ

୨୧ ସେପ୍ଟେମ୍ବରରେ ୨୫ ପ୍ରତିଶତ

୨୨ ସେପ୍ଟେମ୍ବରରେ ୨୪ ପ୍ରତିଶତ

୨୩ ସେପ୍ଟେମ୍ବରରେ ୨୫ ପ୍ରତିଶତ

ସମ୍ଭାବ୍ୟ ଦଳ

ଭାରତ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୈସ୍ୱାଲ୍‌, ଶୁଭମନ ଗିଲ୍‌, ବିରାଟ କୋହଲି, କେଏଲ ରାହୁଲ, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, କୁଲଦୀପ ଯାଦବ, ଯଶପ୍ରୀତ୍‌ ବୁମରା, ମହମ୍ମଦ ସିରାଜ ।  

ବାଂଲାଦେଶ ଟିମ୍‌ : ସଦମନ ଇସଲାମ, ଜାକିର ହାସାନ, ନଜମୁଲ ହୋସେନ ଶାନ୍ତୋ(ଅଧିନାୟକ), ମୋମିନୁଲ ଇସଲାମ, ମୁସଫିକର ରହିମ, ଲିଟନ ଦାସ, ସାକିବ ଅଲ୍‌ ହାସନ, ମେହଦି ହାସାନ  ମିରାଜ, ଟସ୍କିନ ଅହମ୍ମଦ, ହାସାନ ମାହମୁଦ, ନାହିଦ ରାଣା/ତାଇଜୁଲ ଇସଲାମ।

 

 

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.