ଭୁବନେଶ୍ୱର ୧୯।୦୧ : ଆସନ୍ତା ଦୁଇ ଦିନ କୁହୁଡ଼ି ପ୍ରଭାବ ରହିବ । ୧୯ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖା ଦେଇପାରେ । ୨୦ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରେ ବି କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
୨୦୨୪ ଥିଲା ବିଶ୍ୱର ସବୁଠୁ ଉତ୍ତପ୍ତ ବର୍ଷ, ବୈଜ୍ଞାନିକ କହିଲେ ଆଗକୁ ଲଗାତାର ଆସିବ ବନ୍ୟା ଓ ଝଡତୋଫାନ
ସେହିପରି ଜି ଉଦୟଗିରିରେ ପାରଦ ୫ ଡିଗ୍ରୀ ସେଲସିୟସ୍କୁ ଖସିଛି । ଶୁକ୍ରବାର ଏଠାରେ ପାରଦ ୬ ଡିଗ୍ରୀ ଥିବାବେଳେ ଏହା ପୁଣି କମିଛି। ଦାରିଙ୍ଗିବାଡ଼ି ଓ ଫୁଲବାଣୀରେ ୮ ଡିଗ୍ରୀ, ଅନୁଗୁଳରେ ୧୦, ରାଉରକେଲାରେ ୧୦.୫, ଭବାନୀପାଟଣା ଓ କୋରାପୁଟରେ ୧୧, କେନ୍ଦୁଝରରେ ୧୧.୨, ନୟାଗଡ଼ରେ ୧୨.୪ ଡିଗ୍ରୀ ରହିଛି। ଆସନ୍ତା ୪ରୁ ୫ ଦିନ ଯାଏ ଶୀତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଆହୁରି ପଢନ୍ତୁ : ‘ସଭିଙ୍କୁ ଟିମ୍ରେ ଫିଟ୍ କରାଯାଇପାରିବ ନାହିଁ’: କରୁଣ ନାୟକଙ୍କୁ ଚୟନ ନକରାଯିବା ପଛର କାରଣ କହିଲେ ମୁଖ୍ୟ ଚୟନକର୍ତ୍ତା