ଆହୁରି ୫ ଦିନ କଲବଲ କରିବ ତାତି, ୧୫ରୁ ୧୬ ମଧ୍ୟରେ ମୌସୁମୀ ଓଡିଶା ପହଞ୍ଚିବ

Published By : Prameya-News7 Bureau | June 13, 2023 IST

ଭୁବନେଶ୍ୱର ୧୩।୦୬: ଅଧା ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ । ସବୁ ସୀମା ଟପିଯାଇଥିଲା ସମ୍ବଲପୁରର । ତାପମାତ୍ରା ୪୬.୧ ଡିଗ୍ରିରେ ପହଞ୍ଚିଥିଲା, ଯାହା ଥିଲା ସ୍ବାଭାବିକ ତାପମାତ୍ରାଠାରୁ ୮ ଡିଗ୍ରି ଅଧିକ।

wp:embed {"url":"https://www.prameyanews7.com/sambalpur-temperature-crosses-45-degree-celsius-till-2-30pm/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sambalpur-temperature-crosses-45-degree-celsius-till-2-30pm/
/wp:embed

ପାଣିପାଗ ବିଭାଗ ଅନୁଯାୟୀ, ଗତ ୨୫ ବର୍ଷରେ ଏଭଳି ଖରା କେହି ଦେଖିନଥିଲେ। ଶେଷ ଥର ପାଇଁ ୧୯୯୮ ମସିହା ଜୁନ୍ ୨ରେ ସମ୍ବଲପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୭.୪ ଡିଗ୍ରି ରେକର୍ଡ ହୋଇଥିଲା। ଯାହାକି ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରାର ସର୍ବକାଳୀନ ରେକର୍ଡ। କେବଳ ସମ୍ବଲପୁର ନୁହେଁ, ଅଧା ଓଡ଼ିଶା ଗତକାଲି ତାତିରେ ସିଝିଛି। ରାଜ୍ୟର ୧୦ ସହରର ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିଥିବା ବେଳେ ୩୧ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ରାଜଧାନୀ ଭୁବନେଶ୍ବରରେ ପାରଦ ଥିଲା ୪୪.୩ ଡିଗ୍ରୀ, ଯାହା ସ୍ବାଭାବିକଠାରୁ ୮.୩ ଡିଗ୍ରି ଅଧିକ ।

wp:embed {"url":"https://www.prameyanews7.com/the-temperature-in-sambalpur-reached-46-degrees-bhubaneswar-burned-at-44-3-degrees/","type":"wp-embed","providerNameSlug":"prameya-news-7"}
https://www.prameyanews7.com/the-temperature-in-sambalpur-reached-46-degrees-bhubaneswar-burned-at-44-3-degrees/
/wp:embed

ସେହିପରି ଆହୁରି ୫ ଦିନ କଲବଲ କରିବ ତାତି। ଏତେ ବେଳକୁ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥାଏ। ଆକାଶରେ ମେଘ ଥାଏ, ଖରା ପାଣିଚିଆ ହୋଇଯାଇଥାଏ। କିନ୍ତୁ ଏବର୍ଷ ଯେମିତି ନିଆଁ ବର୍ଷୁଛି । ଭୁବନେଶ୍ବର ସମେତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ। ଆଗକୁ ସ୍ଥିତି ଆଣୟତ ହେବ । ୧୭ ତାରିଖ ଯାଏଁ ନିସ୍ତାର ନାହିଁ । ୧୫ରୁ ୧୬ ତାରିଖ ଭିତରେ ମୌସୁମୀ ଓଡ଼ିଶା ପହଞ୍ଚିବ ବୋଲି IMD ଆକଳନ କରିଥିଲା । କିନ୍ତୁ ୧୭ ତାରିଖ ଯାଏ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ସାନି ଆକଳନ କରିଛି । ଗୁଣ୍ଡିଚା ଡେଇଁ ହେରା ପଞ୍ଚମୀ ପର୍ଯ୍ୟନ୍ତ ମୌସୁମୀ ଓଡ଼ିଶା ଆସିବାର ନାହିଁ ।

You Can Read :

wp:embed {"url":"https://www.prameyanews7.com/ravi-shastri-reaction-on-dhoni/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ravi-shastri-reaction-on-dhoni/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.