ନୂଆଦିଲ୍ଲୀ ୦୮।୧୨: ଫିଟ୍ ରହିବା ଏତେ ସହଜ ନୁହେଁ । ଖାସ୍ କରି ଓଜନ ହ୍ରାସ କରିବା ବହୁତ କଠିନ । ଏଥିପାଇଁ ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବାକୁ ପଡିଥାଏ । ଏମିତିକି ଅନେକ ନୂଆ ଅଭ୍ୟାସ ଆପଣାଇବାକୁ ପଡିଥାଏ । ଏହାପରେ ହିଁ ହ୍ରାସ ପାଇଥାଏ ଓଜନ । କିନ୍ତୁ କିଛି ଲୋକଙ୍କ ପାଇଁ ଓଜନ ବୃଦ୍ଧି ବେଶ୍ ଘାତକ ହୋଇଥାଏ ।
{"id":880102,"width":843,"height":1631,"sizeSlug":"large","linkDestination":"none"}ଏପରି ଜଣେ ବ୍ୟକ୍ତି ଏବେ ଖୁବ୍ ଚର୍ଚ୍ଚାରେ । ବ୍ୟକ୍ତିଙ୍କର ଓଜନ ବଲିଉଡ୍ ସିଙ୍ଗର୍ ଅଦନନ୍ ସାମିଙ୍କ ଠାରୁ ମଧ୍ୟ ଥିଲା । ଏହି ବ୍ୟକ୍ତିଙ୍କ ନାଁ ହେଉଛି ଡିବ୍ସି ମ୍ୟାକ୍ଲିଣ୍ଟକ୍ । ତାଙ୍କର ଓଜନ ଥିଲା ୨୫୩ କେଜି । ସେ ବର୍ତ୍ତମାନ ୧୨୦ କେଜି ଓଜନ ହ୍ରାସ କରିଛନ୍ତି । ଆଉ ବର୍ତ୍ତମାନ ତାଙ୍କର ଓଜନ ୧୩୩ କେଜି ।
{"id":880104,"width":838,"height":582,"sizeSlug":"full","linkDestination":"none"}ସେ ବର୍ତ୍ତମାନ ନିଜର ଓଜନ ହ୍ରାସ କରି ଆସିଛନ୍ତି ଚର୍ଚ୍ଚାକୁ । ଡିବ୍ସିଙ୍କ ଓଜନ ଏତେ ଅଧିକ ଥିଲା ଯେ ସେ ବସି ପାରୁନଥିଲେ । ଡିବ୍ସି ବାହାର ଜିନିଷ ଖାଇବାକୁ ବହୁତ ପସନ୍ଦ କରୁଥିଲେ । ଯେଉଁ କାରଣରୁ ତାଙ୍କର ଧୀରେ ଧୀରେ ବଢିବାକୁ ଲାଗିଥିଲା ଓଜନ । ଡିବ୍ସିଙ୍କୁ ଡାକ୍ତର କହିଥିଲେ କି ଯଦି ସେ ଶୀଘ୍ର ଓଜନ ହ୍ରାସ ନକରନ୍ତି ତେବେ ତାଙ୍କର ମୃତ୍ୟୁ ସୁନିଶ୍ଚିତ ।
{"id":880105,"width":838,"height":580,"sizeSlug":"full","linkDestination":"none"}ତେବେ ଡିବ୍ସିଙ୍କୁ ବେଶ୍ ସାହାଯ୍ୟ କରିଥିଲେ ୩୬ ବର୍ଷିୟ ଫିଟନେସ୍ ପ୍ରଶିକ୍ଷକ ଜିମ୍ ବସ୍ ମାଇକ୍ । ସେ ତାଙ୍କ ପାଇଁ ଡାଏଟ୍ ଏବଂ ୱାର୍କଆଉଟ୍ ପ୍ଲାନ୍ କରିଥିଲେ । ଆଉ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥିଲେ । ଡିବ୍ସିଙ୍କ ଓଜନ ଏତେ ଅଧିକ ଥିଲା ଯେ ତାଙ୍କ ଫିଟନେସ୍ ଟ୍ରେନରଙ୍କୁ ଘର ବାହାରେ ଲଗାଇବାକୁ ପଡିଥିଲା ପୋଷ୍ଟର । ଏହି ପୋଷ୍ଟରରେ ଲେଖାଥିଲା 'ସେଭ୍ ଡିବ୍ସି '। ଏହି ବ୍ଯକ୍ତିଙ୍କୁ ବାହାର ଖାଦ୍ୟ ଦିଅନ୍ତୁ ନାହିଁ ।
{"id":880106,"sizeSlug":"full","linkDestination":"none"}ତେବେ ଏହାପରେ ଡିବ୍ସି ବାହାର ଖାଦ୍ୟ ଖାଇବା ଏବଂ ମଦ୍ୟପାନ କରିବା ଛାଡି ଦେଇଥିଲେ । କେବଳ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଆରମ୍ଭ କରିଥିଲେ । ସେ ଦିନକୁ ୪ ଥର ଖାଉଥିଲେ । ୫ ଲିଟର ପାଣି ପ୍ରାୟ ପିଉଥିଲେ । ଡିବ୍ସି ବ୍ୟାୟାମ ପାଇଁ ପ୍ରତିଦିନ ଜିମ୍ ଯାଉଥିଲେ । ଆଉ ଏତେ ପରିଶ୍ରମ ପରେ ହିଁ ସେ ୨୫୩ କିଲୋରୁ ୧୩୩ କିଜେକୁ ନିଜର ଓଜନ ହ୍ରାସ କରିଛନ୍ତି । ବ୍ୟାୟାମ ବ୍ୟତୀତ, ଡିବ୍ସି ଙ୍କ ପ୍ରଶିକ୍ଷକ ତାଙ୍କୁ ଟ୍ରାକିଂରେ ମଧ୍ୟ ନେଇଥିଲେ । ଯାହା ତାଙ୍କୁ ଅତିରିକ୍ତ କ୍ୟାଲୋରୀ ହ୍ରାସରେ ସାହାଯ୍ୟ ହୋଇଥିଲା ।
You Can Read:
wp:embed {"url":"https://www.prameyanews7.com/woman-got-five-heart-attacks-in-last-16-months/","type":"wp-embed","providerNameSlug":"prameya-news-7"} /wp:embed