ସଂନ୍ଧ୍ୟା ୪ଟା ପରେ କ’ଣ ହେଇଯାଏ ଜୋ ବାଇଡେନଙ୍କୁ ? ଆଶ୍ଚର୍ଯ୍ୟଜନକ ଖୁଲାସା…

Published By : Prameya-News7 Bureau | July 02, 2024 IST

ନୂଆଦିଲ୍ଲୀ ୦୨।୦୭: ବର୍ତ୍ତମାନ ସମୟରେ ଦୁନିଆର ଅନେକ ଦିଗରେ ଚାଲିଛି ଯୁଦ୍ଧ । ଘନେଇବାରେ ଲାଗୁଛି ତୃତୀୟ ବିଶ୍ୱଯୁଦ୍ଧର ବିପଦ । ଆଣବିକ ଅସ୍ତ୍ର ଆର୍ଲଟ ମୋଡରେ । ଏପରି ସ୍ଥିତିରେ ସୁପର ପାୱାର ଆମେରିକା ଏବଂ ଏହାର ରାଷ୍ଟ୍ରପତିଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଥରେ ଭାବନ୍ତୁ ଯଦି ମହାଶକ୍ତି ଦେଶର ରାଷ୍ଟ୍ରପତିଙ୍କ ବୁଝିବା ଶକ୍ତି ୨୪ ଘଣ୍ଟାରୁ ୧୮ ଘଣ୍ଟା ଯାଏଁ ପାଓ୍ବାରକଟ୍‌ ହୋଇଯିବ ଅର୍ଥାତ୍‌ ସେ ଭୁଲିଯିବେ କିମ୍ବା ପ୍ରିଜ୍‌ ହୋଇଯିବେ,  ତେବେ ମହାଶକ୍ତିର ଶକ୍ତି ଏବଂ ଏହାର ନିଷ୍ପତ୍ତିରେ କ’ଣ ହେବ ? ନିଶ୍ଚୟ ଆମେରିକାର ସମ୍ଭାବନାକୁ ପ୍ରିଜ୍‌ କରିପାରେ । 

ସର୍ଭେ ଅନୁଯାୟୀ ୭୨ ପ୍ରତିଶତ ଭୋଟର ବାଇଡେନ୍‌ଙ୍କୁ ମାନସିକ ସ୍ତରରେ ଅସୁସ୍ଥ ବୋଲି ଭାବନ୍ତି । ସେ କହିଛନ୍ତି ଯେ ବାଇଡେନ୍‌ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିବାକୁ ଅଯୋଗ୍ୟ । ୪୫% ଡେମୋକ୍ରାଟ୍ ସମର୍ଥକ ବିଶ୍ବାସ କରନ୍ତି କି ବାଇଡେନ୍‌ ରାଷ୍ଟ୍ରପତି ପଦ ଛାଡିବା ଉଚିତ୍ । ସର୍ଭେ ଅନୁଯାୟୀ ୬୭ ପ୍ରତିଶତ ଲୋକ ଟ୍ରମ୍ପଙ୍କୁ ବିଜୟୀ କରିବାକୁ ଚାହୁଁଥିବା ବେଳେ ବାଇଡେନଙ୍କ ସପକ୍ଷରେ ମାତ୍ର ୩୩ ପ୍ରତିଶତ ବାହାରିଥିଲେ । 

ମୁଣ୍ଡ ଉପରେ ରହିଛି ରାଷ୍ଟ୍ରପତି ନିର୍ବାଚନ । ଟ୍ରମ୍ପଙ୍କ ଲୋକପ୍ରିୟତା ବୃଦ୍ଧି ପାଉଛି । ଯେତେବେଳେ ବାଇଡେନଙ୍କ ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ଡେମୋକ୍ରାଟିକ୍ ପାର୍ଟିର ଟେନସନ ବଢାଉଛି । ସର୍ଭେ ମଧ୍ୟ ତାଙ୍କ ବିପକ୍ଷରେ ଥିବା ଜଣାପଡିଛି ।

 ଗତ ସପ୍ତାହରେ ଯେତେବେଳେ ଟ୍ରମ୍ପ ଏବଂ ବାଇଡେନ ପ୍ରେସିଡେଣ୍ଟିଆଲ୍‌ ବିତର୍କ ହୋଇଥିଲା ସେତେବେଳେ ବାଇଡେନ୍‌ କାଶୁଥିଲେ । ସେ ବିଳିବିଳାଉ ଥିଲେ ଏବଂ ତାଙ୍କର ଶବ୍ଦ ଉଚ୍ଚାରଣ ଠିକ୍‌ ଭାବେ ହେଉନଥିଲା । ଏହାପୂର୍ବରୁ ଯେତେବେଳେ ସେ ଜି-୭ ବୈଠକ ପାଇଁ ଇଟାଲୀ ଯାଇଥିଲେ, ସେତେବେଳେ ସେ ରାସ୍ତା ଭୁଲି ଯାଇଥିଲେ । ସମସ୍ତେ ଗୋଟିଏ ସ୍ଥାନରେ ଉପସ୍ଥିତ ଥିଲେ କିନ୍ତୁ ହଠାତ୍ ସେ ଅନ୍ୟ ପାର୍ଶ୍ୱକୁ ଯିବାକୁ ଆରମ୍ଭ କରିଥିଲେ । ପୁଣି ତାଙ୍କ ହାତ ଧରି ଫେରାଇ ନିଆ ଯାଇଥିଲା । ସେ ଚାଲିବା ସମୟରେ ଥରିବାକୁ ଲାଗିଥିଲେ । ଆଉ ଏକ ସମୟରେ ଦେଖିବାକୁ ମିଳିଥିଲା କି ସେ ବିମାନରେ ଚଢିବା ସମୟରେ ଖସିପଡିଥିଲେ । 

୧୬ ଜୁନରେ, ଲସ୍ ଆଞ୍ଜେଲସରେ ଏକ କାର୍ଯ୍ୟକ୍ରମରେ ସେ ହଠାତ୍ ମଞ୍ଚ ଉପରେ ହିଁ ପ୍ରିଜ୍‌ ହୋଇଯାଇଥିଲେ । ଏହାପରେ ବାରାକ ଓବାମା ତାଙ୍କୁ ଧରି ଧୀରେ ଧୀରେ ସାଙ୍ଗରେ ନେଇ ଯାଇଥିଲେ । ସେତେବେଳେ ଲାଗୁଥିଲା କି ବାଇଡେନ୍‌ ଯେପରି ନିଦରୁ ଉଠୁଛନ୍ତି  । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ସ୍ୱାସ୍ଥ୍ୟ ଏକ ବଡ଼ ପ୍ରସଙ୍ଗ ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.