ଖବରର ଏବେ ନୂଆ ଉତ୍ସ ପଲାଟିଛନ୍ତି ହ୍ୱାଟ୍ସଆପ୍, ଟିକ୍‌ଟକ୍, ଏକ୍ସ ଏବଂ କଣ୍ଟେଣ୍ଟ କ୍ରିଏଟର୍ସ: ରିପୋର୍ଟ

Published By : Prameya-News7 Bureau | June 22, 2024 IST

ନୂଆଦିଲ୍ଲୀ: ୟୁ-ଟ୍ୟୁବ ଏବଂ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଦଶ ବର୍ଷ ପୂର୍ବେ ଅନ୍‌ଲାଇନ୍ ଜୁୟରଙ୍କ ପାଇଁ ଖବରର ଗୁରୁତ୍ୱପୂର୍ଣ୍ଣ ଉତ୍ସ ଥିଲା । କିନ୍ତୁ ଏବେ ଏଥିରେ ଆହୁରି ଅନେକ ସାମିଲ ହୋଇଛନ୍ତି । ବୈଶ୍ୱିକ ସମାଚାର ଉପଭୋକ୍ତାଙ୍କ ମଧ୍ୟରେ ପ୍ରାୟ ଏକ ତୃତୀୟାଂଶ ଲୋକ ଖବର ପାଇଁ ୟୁ-ଟ୍ୟୁବର ଉପଯୋଗ କରନ୍ତି । ସେହିପରି ପାଞ୍ଚ ଭାଗ ହ୍ୱାଟ୍ସଆପ୍ ଏବଂ ଏହାପରେ ଟିକ୍‌ଟକ୍ ଏବଂ ଏକ୍ସ ରହିଛି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଯୁବ ପିଢିଙ୍କ ପାଇଁ ଭିଡିଓ ଆଜି ଯାଏ ଖବରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ।

ବୈଶ୍ୱିକ ସ୍ତରରେ ଖବରର ଇକୋସିଷ୍ଟମରେ ଇଣ୍ଡିଭିଜ୍ୟୁଆଲ୍ କ୍ରିଏଟର୍ସ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିଛନ୍ତି । ଗତ ତିନି ବର୍ଷରେ ୨୦ ଧନୀ ଦେଶରେ ନ୍ୟୁଜ୍ ପାଇଁ ଅର୍ଥ ଖର୍ଚ୍ଚ କରୁଥିବା ଲୋକଙ୍କ ସଂଖ୍ୟା ୧୭ ପ୍ରତିଶତରେ ସ୍ଥିର ରହିଛି । ସେହିପରି କିଛି ନିର୍ଦ୍ଧିଷ୍ଟ ଖବରକୁ ଦେଖିବାଠାରୁ ନିଜକୁ ବିରତ ରଖୁଛନ୍ତି । 

ଅକ୍ସଫୋର୍ଡ ସ୍ଥିତ ରୟଟର୍ସ ଇନଷ୍ଟିଚ୍ୟୁଟ୍ ଫର ଦ ଷ୍ଟଡି ଅଫ୍ ଜର୍ଣ୍ଣାଲିଜମ ୨୦୧୨ ମସିହାରୁ ଏହି ଅଧ୍ୟୟନର କେନ୍ଦ୍ର ରହିଛି । ଚଳିତ ବର୍ଷର ରିପୋର୍ଟ ୪୭ଟି ବଡ଼ ବଜାରର ୧,୦୦,୦୦୦ ଲୋକଙ୍କ ପ୍ରତିକ୍ରିୟା ଆଧାରରେ କରାଯାଇଛି । କମ୍ପାନିଗୁଡ଼ିକ ୟୁଜରଙ୍କୁ ନିଜ ଆଡ଼କୁ ଆକର୍ଷଣ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି । ଏହାସହ କ୍ରିଏଟର୍ସ, ଇନଫ୍ୟୁଏନର୍ସଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଧ୍ୟାନ କେନ୍ଦ୍ରୀତ କରୁଛନ୍ତି । ରିପୋର୍ଟରୁ ଜଣାପଡ଼ିଛି ଯେ ପକ୍ଷପାତପୂର୍ଣ୍ଣ ଟିପ୍ପଣୀକାର, ଇନଫ୍ୟୁଏନସର ଏବଂ ଯୁବ ନ୍ୟୁଜ୍ କ୍ରିଏଟର୍ସଙ୍କ ମାତ୍ରା ୟୁ-ଟ୍ୟୁବ୍ ଏବଂ ଟିକ୍‌ଟକ୍‌ରେ ଦ୍ରୁତ ବେଗରେ ବଢୁଛି । କିନ୍ତୁ ଫେସବୁକ୍ ଏବଂ ଏକ୍ସ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ପାରମ୍ପାରିକ ନ୍ୟୁଜ୍ ବ୍ରାଣ୍ଡ ଏବଂ ସାମ୍ୱାଦିକ ଆଜି ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ।

ରିପୋର୍ଟ ଅନୁସାରେ ଅନ୍‌ଲାଇନ୍ ପ୍ଲାଟଫର୍ମରେ ନ୍ୟୁଜ୍ ଭିଡିଓର ଗ୍ରହଣୀୟତା ୭୨ ପ୍ରତିଶତ ରହିଥିବା ବେଳେ ୱେବସାଇଟ୍‌ର ୨୨ ପ୍ରତିଶତ ରହିଛି । ଯାହା ମାନିଟାଇଜେସନ୍ ଏବଂ ଯୋଗାଯୋଗର ଆହ୍ୱାନକୁ ବଡ଼ କରିଛି । ତେବେ ଅନ୍‌ଲାଇନ୍‌ ଖବରରେ କେଉଁଟା ସତ ଏବଂ କେଉଁଟା ମିଛ ତାହା ଚିନ୍ତା ବଢାଇଛି । କାରଣ ଗତ ବର୍ଷକ ଭିତରେ ଅନ୍‌ଲାଇନ୍‌ରେ ମିଛ ଖବରର ପରିମାଣ ୩ ପ୍ରତିଶତ ବଢିଛି । ଏଆଇ ଆସିବା ପରେ ଏହା ଆହୁରି ଜଟିଳ ହୋଇଛି । ଅଧିକାଂଶ ଲୋକ ଗୁରୁତ୍ୱପୂର୍ଣ୍ଣ ଖବର ଯେପରି କି ରାଜନୀତି, ଯୁଦ୍ଧ ଏବଂ ବାଣିଜ୍ୟିକ ଖବରରେ ଏଆଇର ଉପଯୋଗରେ ପସନ୍ଦ କରୁନାହାନ୍ତି ।

ପ୍ଲାଟଫର୍ମଗୁଡ଼ିକ ଜେନେରେଟିଭ ଏଆଇକୁ ନଜରରେ ରଖି ନିଜ ରଣନୀତିକୁ ଅନୁକୂଳ କରୁଛନ୍ତି । ଏହାସହ ୟୁଜରଙ୍କ ବଦଳୁଥିବା ବ୍ୟବହାର ଏବଂ ଫେକ୍ ନ୍ୟୁଜ୍ ଏବଂ ଅନ୍ୟ ପ୍ରସଙ୍ଗରେ ବଢୁଥିବା ନିୟାମକଙ୍କ ଚିନ୍ତାକୁ ମଧ୍ୟ ଧ୍ୟାନରେ ରଖୁଛନ୍ତି । ମେଟା ବିଶେଷ କରି ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ଥ୍ରେଡ୍ସରେ ଖବରର ଭୂମିକାକୁ କାମ କରିବା ପାଇଁ ପ୍ରୟାସ କରୁଛି । ଏବଂ ରାଜନୀତିକ ବିଷୟବସ୍ତୁରେ ଆଲଗୋରିଦମିକ୍ ପ୍ରଚାରକୁ ସୀମିତ କରିଛି । କେବଳ ଏତିକି ନୁହେଁ ରିପୋର୍ଟ ଅନୁସାରେ କମ୍ପାନି ସମାଚାର ଉଦ୍ୟୋଗ ପାଇଁ ମଧ୍ୟ ନିଜ ସହଯୋଗକୁ କମ କରିଛି । ଲକ୍ଷାଧିକ ଡଲାରର ଚୁକ୍ତିର ନବୀକରଣ କରି ନାହିଁ ଏବଂ ଅନେକ ଦେଶର ନ୍ୟୁଜ୍ ଟାବକୁ ହଟାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.