ଆଜିର ତାରିଖରେ ପ୍ରଥମ ଥର ବିଧାୟକ ହୋଇ ବିଧାନସଭା ଯାଇଥିଲେ ପିଏମ୍ ମୋଦୀ...ଭିଡିଓ ସେୟାର କରି କହିଲେ ସୁଖଦ ସଂଯୋଗ

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ନିଜର ପ୍ରଥମ ନିର୍ବାଚନ ପ୍ରଚାର ସମୟର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଏହାସହ ଲେଖିଛନ୍ତି ଯେ ରାଜକୋଟ ପାଇଁ ମୋ ହୃଦୟରେ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ୨୦୦୨ରେ ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜକୋଟରୁ ନିଜର ପ୍ରଥମ ନିର୍ବାଚନ ଜିତି ଗୁଜରାଟ ବିଧାନସଭାର ସଦସ୍ୟ ହୋଇଥିଲେ ।

ନରେନ୍ଦ୍ର ମୋଦୀ ୨୦୦୧ ଅକ୍ଟୋବରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହି ପଦରେ ରହିବା ପାଇଁ ଛଅ ମାସ ଭିତରେ ବିଧାନସଭାର ସଦସ୍ୟ ହେବା ଜରୁରୀ ଥିଲା । ରାଜକୋଟରେ ହୋଇଥିବା ଉପନିର୍ବାଚନରେ ସେ ବିଜୟୀ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, 'ରାଜକୋଟ ପାଇଁ ମୋ ହୃଦୟରେ ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ସହରର ଲୋକମାନେ ହିଁ ପ୍ରଥମେ ମୋ ଉପରେ ବିଶ୍ୱାସ କରିଥିଲେ ଏବଂ ପ୍ରଥମ ଥର ନିର୍ବାଚନରେ ବିଜୟୀ କରାଇଥିଲେ । ସେବେଠୁ, ମୁଁ ସବୁବେଳେ ଜନତା ଜନାର୍ଦ୍ଦନଙ୍କ ଆକାଂକ୍ଷା ସହ ନ୍ୟାୟ କରିବାର କାମ କରିଛି।'

wp:html /wp:html

ପ୍ରଧାନମନ୍ତ୍ରୀ ଏହାକୁ ଏକ ସୁଖଦ ସଂଯୋଗ ବୋଲି କହିଛନ୍ତି ଯେ ସେ ଦୁଇ ଦିନ ପାଇଁ ଗୁଜରାଟରେ ଅଛନ୍ତି ଏବଂ ଏହି ଅବସରରେ ତାଙ୍କର ଏକ କାର୍ଯ୍ୟକ୍ରମ ରଜକୋଟରେ ମଧ୍ୟ ହେବ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଠାରୁ ପାଞ୍ଚ ନୂଆ ଏମ୍ସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ।

Also Read: ସନ୍ଦେଶଖାଲି ପୀଡ଼ିତାଙ୍କୁ ଭେଟିବା ପାଇଁ ପଶ୍ଚିମବଙ୍ଗ ଯିବେ ପ୍ରଧାନମନ୍ତ୍ରୀ ମୋଦୀ ! ବ୍ୟାକ୍‌ଫୁଟ୍‌ରେ ମମତା ବାନାର୍ଜୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.