‘ଭାରତ ସହ ନିଜର ଭବିଷ୍ୟତକୁ ଦେଖୁଛି ଆମେରିକା’, ଦୁଇ ଦେଶର ସମ୍ପର୍କ ଉପରେ ୟୁଏସ୍ ରାଷ୍ଟ୍ରଦୂତଙ୍କ ବୟାନ

Published By : Prameya-News7 Bureau | January 13, 2025 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ଆମେରିକା ଏବଂ ଭାରତ ମଧ୍ୟରେ ମଜଭୁତ ସମ୍ପର୍କ ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା ନିଜର ଭବିଷ୍ୟତ ଭାରତ ସହ ଦେଖୁଛି ଏବଂ ଭାରତ ଆମେରିକା ସହ ନିଜ ଭବିଷ୍ୟତ ଦେଉଛି । ଦୁଇ ଦେଶ ଯେତେବେଳେ ଏକ ହୁଅନ୍ତି ସେତେବେଳେ ସବୁ କିଛି ଭଲ ଘଟେ ।

ଗାର୍ସେଟି ଲୋକଙ୍କ ସମ୍ପର୍କ ଉପରେ ଆଲୋକପାତ କରି କହିଛନ୍ତି, 'ଭାରତ ଏବଂ ଆମେରିକାର ଲୋକଙ୍କ ମଧ୍ୟରେ ସମ୍ପର୍କ ଯେତେ ଅଧିକ ରହିଛି, ସେତିକି ଅଧିକ ସୁଯୋଗ ଆର୍ଥିକ ଏବଂ ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହେବ ।' ସେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ ହେବା ଦ୍ୱାରା ଉଭୟ ଦେଶର ଆର୍ଥିକ ଏବଂ ଶିକ୍ଷାର ପ୍ରଗତି ହେବ । 

ଆମେରିକୀୟ ଟ୍ରାଷ୍ଟଦୂତ କହିଛନ୍ତି ଯେ ତାଙ୍କ ଦେଶ ଭିସା ଜାରି କରିବା ସଂଖ୍ୟାକୁ ୬୦ ପ୍ରତିଶତ ବଢାଇଛି । ଏହାସହ ଭିସା ପାଇଁ ଅପେକ୍ଷା କରିବା ସମୟକୁ ବି ଶେଷ କରାଯାଇଛି । ଗାର୍ସେଟି ଭାରତରେ ସ୍ଥିତ ଆମେରିକୀୟ ଦୂତାବାସର କାମକୁ ବି ପ୍ରଶଂସା କରିଛନ୍ତି । ଗାର୍ସେଟି କହିଛନ୍ତି, 'ଆମ ଟିମ୍ କୋଲକାତାରୁ ମୁମ୍ୱାଇ, ହାଇଦ୍ରାବାଦରୁ ଚେନ୍ନାଇ ଏବଂ ଦିଲ୍ଲୀ ସମେତ ସାରା ଦେଶର ବିଭିନ୍ନ କେନ୍ଦ୍ରରେ ଭିସା ପ୍ରକ୍ରିୟାର ପ୍ରାରମ୍ଭିକ କାମ କରାଯାଉଛି । ଭିସା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା କାମ କରାଯାଉଛି । ମୁଁ ରାଷ୍ଟ୍ରଦୂତ ହୋଇ ଆସିବା ପରେ ୬୦ ପ୍ରତିଶତ ଅଧିକ ଭିସା ଜାରି କରିଛନ୍ତି ଏବଂ ଅଧିକାଂଶ ପ୍ରକାର ଭିସା ପାଇଁ ଅପେକ୍ଷା ସମୟକୁ ଶେଷ କରାଯାଇଛି । ପ୍ରଥମ ଥର ଭିସା ନେଇଥିବା ପର୍ଯ୍ୟଟକଙ୍କ ପାଇଁ ଅପେକ୍ଷା ସମୟ ୭୫ ପ୍ରତିଶତ ହ୍ରାସ ପାଇଛି । ତେବେ ଏଥିରେ ଆହୁରି ସୁଧାରର ଆବଶ୍ୟକତା ରହିଛି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.