ନୂଆଦିଲ୍ଲୀ: ସ୍କୁଲରେ ବୋମା ଥିବା ନେଇ ଫେକ୍ କଲ କରିଥିବା ପିଲାକୁ ଧରିଲା ଦିଲ୍ଲୀ ପୋଲିସ। ପୋଲିସ ତାକୁ ଏକ ଗୁପ୍ତ ସ୍ଥାନକୁ ନେଇ ପଚରାଉଚୁରା କରୁଛି। ସପୃକ୍ତ ପିଲାଟି ପଛରେ ଆଉ କେହି ଅଛନ୍ତି କି ନାହିଁ ପୋଲିସ ତଦନ୍ତ କରୁଛି। ପିଲା ଜଣକ ୪୦୦ ସ୍କୁଲରେ ବୋମା ଲଗାଇଥିବା ନେଇ ମେଲ୍ ଓ କଲ୍ କରିଥିଲା।
ପୋଲିସର ସୂଚନା ଅନୁଯାୟୀ, ଏହି ପିଲାଟିର ପରିବାର ଏକ ଏନଜିଓ ସହିତ ଯୋଗାଯୋଗରେ ଥିଲେ। ସେହି ଏନଜିଓ ଅଫଜଲ ଗୁରୁଙ୍କ ଫାଶୀକୁ ବିରୋଧ କରୁଥିଲା।
ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଏକକାଳୀନ ୨୫୦ଟି ସ୍କୁଲକୁ ପଠାଯାଇଥିବା ଇମେଲଗୁଡ଼ିକ ପଛରେ ଏହି ପିଲାଟିର ହାତ ଅଛି। ପୋଲିସ କହିଛି ଯେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କରିବା ଉଦ୍ଦେଶ୍ୟରେ ଏହା ହୋଇଛି। କେହି ଜାଣିଶୁଣି ପିଲାଟି ସହିତ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ସେମାନେ ତଦନ୍ତ କରୁଛନ୍ତି।
ଏହା ପଛରେ କୌଣସି ଗଭୀର ଷଡ଼ଯନ୍ତ୍ର ଅଛି କି ନାହିଁ, ସେ ବିଷୟରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଥିସହିତ, ଏଥିରେ ଏନଜିଓର କୌଣସି ଭୂମିକା ଅଛି କି ନାହିଁ ତାହା ମଧ୍ୟ ପୋଲିସ ତଦନ୍ତ କରୁଛି। ପୋଲିସ ସନ୍ଦେହ କରୁଛି ଯେ ପିଲାଟି ପଛରେ ବାହ୍ୟ ଶକ୍ତି ଥାଇପାରେ କାରଣ ନାବାଳକ ଜଣକ ଯେଉଁ ପ୍ରକାରର ବୈଷୟିକ ଶବ୍ଦ ବ୍ୟବହାର କରୁଥିଲା ତାହା କୌଣସି ଦୁଷ୍ଟ ବ୍ୟକ୍ତିଙ୍କ ଶବ୍ଦ ହୋଇପାରେ।