ଉତ୍ତରପ୍ରଦେଶର ଏପରି କିଛି ମନ୍ଦିର, ଯେଉଁଠି ଗର୍ଭଗୃହକୁ ଯାଇପାରିବେନି ଭକ୍ତ

Published By : Prameya-News7 Bureau | June 24, 2024 IST

ନୂଆଦିଲ୍ଲୀ ୨୪।୦୬: ଉତ୍ତରପ୍ରଦେଶର କାଶୀରେ ଏପରି କିଛି ମନ୍ଦିର ରହିଛି, ଯାହାର ଗର୍ଭଗୃହକୁ ଯାଇପାରିବେନି କୌଣସି ଭକ୍ତ । ଏଠାରେ ଭକ୍ତମାନେ ଦର୍ଶନ ଏବଂ ପୂଜା ଗର୍ଭଗୃହ ବାହାରୁ କରିଥାନ୍ତି ।  କେବଳ ପୁରୋହିତଙ୍କୁ ମନ୍ଦିରର ଗର୍ଭଗୃହକୁ ଯିବାକୁ ରହିଛି ଅନୁମତି । 

ଏହି ମନ୍ଦିର ଗୁଡିକ ହେଲା ମହାମୃତ୍ୟୁଞ୍ଜୟ ମହାଦେବ, ଆତ୍ମାବିଶ୍ୱେଶ୍ୱର, ସଙ୍କଟମୋଚନ୍ ମନ୍ଦିର, ସଂକଠା-ବ୍ରହ୍ମଚରିଣୀ ଦେବୀ, ଏବଂ ସ୍ୱାମୀ ନାରାୟଣଙ୍କ ମନ୍ଦିର । ମନ୍ଦିରଗୁଡିକର ଦର୍ଶନ କରିବାର ରହିଛି ବିଶେଷ ମହତ୍ବ ।  ସ୍କନ୍ଦ ପୁରାଣର କାଶୀ ଖଣ୍ଡରେ ଏହି ମନ୍ଦିରଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି । 

୧୯୫୮ରେ କରପାତ୍ରୀ ମହାରାଜଙ୍କ ନେତୃତ୍ୱରେ କାଶୀ ମନ୍ଦିରର ଗର୍ଭଗୃହରେ  ପ୍ରବେଶ ରୋକିବା ପାଇଁ ଆନ୍ଦୋଳନ ମଧ୍ୟ ହୋଇଥିଲା । ଏହି ଆନ୍ଦୋଳନ ପରେ ସମସ୍ତଙ୍କୁ ମନ୍ଦିରର ଗର୍ଭଗୃହକୁ ପ୍ରବେଶ ଉପରେ ରୋକ୍ ଲଗାଯାଇଥିଲା । ଶଙ୍କରାଚାର୍ଯ୍ୟ ମଧ୍ୟ ଏହି ନିୟମକୁ ସମର୍ଥନ କରିଥିଲେ । 

ବିବାହିତା ମହିଳାମାନଙ୍କ ପାଇଁ ମନ୍ଦିରରେ କେତେକ ନିୟମ ମଧ୍ୟ ଲାଗୁ କରାଯାଇଛି । ମହିଳାମାନେ ଇଶ୍ୱରଙ୍କୁ ଦେଖି ପୂଜା କରିପାରିବେ ସତ କିନ୍ତୁ ତାଙ୍କୁ ଛୁଇଁ ପାରିବେନି । ଖାସ୍ କରି ଶିବଲିଙ୍ଗ, ଶାଳଗ୍ରାମ, ହନୁମାନ ଜୀଙ୍କୁ ଛୁଇଁପାରିବେନି । ଏମିତିକି ମହିଳାଙ୍କୁ ହାତରେ ତୁଳସୀ ପତ୍ର ଧରିବାକୁ ବାରଣ କରାଯାଇଛି । 

କୁହାଯାଏ କି ଯଦି ମହିଳାମାନେ ତୁଳସୀପତ୍ର ହାତରେ ଧରନ୍ତି, ତେବେ ତାଙ୍କ ସ୍ୱାମୀଙ୍କ ଆୟୁଷ କମିଯାଏ । ତେଣୁ ମହିଳାମାନେ ତୁଳସୀ ପତ୍ରକୁ ସ୍ପର୍ଶ କରନ୍ତିନି କି ମନ୍ଦିରର ଗର୍ଭଗୃହକୁ ପ୍ରବେଶ କରନ୍ତିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.