ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦେଲେ ଜବାବ, ମୁହଁ ଚୁପ୍ କରିଦେଲେ ଭାରତୀୟ ଅଫିସର

Published By : Prameya-News7 Bureau | October 02, 2024 IST

ନୂଆଦିଲ୍ଲୀ 02/10 : ଆଇଏଏସ୍‌, ଆଇପିଏସ ଏବଂ ଆଇଏଫଏସ୍‌ ଅଧିକାରୀମାନେ ସେମାନଙ୍କ କାମ ପାଇଁ ରୁହନ୍ତି ଚର୍ଚ୍ଚାରେ  । ଏବେ ଆଇଏଫଏସ୍‌ ଭାବିକା ମଙ୍ଗଳନନ୍ଦନଙ୍କୁ ନେଇ । ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ ସମ୍ବୋଧିତ କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଭିଯୋଗକୁ ଏହି ଅଧିକାରୀ ଦୃଢ ଭାବରେ ଖଣ୍ଡନ କରିଛନ୍ତି। ଏହା ସହ ସେ ଏକ ବଡ଼ ପ୍ଲାଟଫର୍ମରେ ସାହସର ସହିତ କହିଛନ୍ତି ଯେ ପାକିସ୍ତାନ ‘ଜମ୍ମୁ କଶ୍ମୀରରେ ନିର୍ବାଚନରେ ବାଧା ସୃଷ୍ଟି କରିବାକୁ ଆତଙ୍କବାଦର ସାହାଯ୍ୟ ନେଇଛି। 

 ଗତ ଶୁକ୍ରବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମିଳିତ ଜାତିସଂଘର ସାଧାରଣ ସଭା (ୟୁଏନଜିଏ) ରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି।  ରାଇଟ୍ ଅଫ୍ ରିପ୍ଲାଏ ସମୟରେ ଭାରତୀୟ କୂଟନୀତିଜ୍ଞ ଭାବିକା ଶେହବାଜ ସରିଫଙ୍କ ସମ୍ବୋଧନକୁ ସବୁଠାରୁ ଖରାପ ଓ କପଟତା ବୋଲି କହିଛନ୍ତି। ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ ଉପରେ ଆକ୍ରମଣ କରିଥିବାରୁ ସେ ପାକିସ୍ତାନକୁ ନିନ୍ଦା କରିଛନ୍ତି। 

 20 ମିନିଟର ଅଭିଭାଷଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତରୁ 370 ପ୍ରତ୍ୟାହାର କରିବାକୁ କହିଛନ୍ତି।  ଯାହା ଦ୍ୱାରା "ସ୍ଥାୟୀ ଶାନ୍ତି ସୁନିଶ୍ଚିତ ହୋଇପାରିବ।" ଜାତିସଂଘର ସୁରକ୍ଷା ପ୍ରସ୍ତାବ ଏବଂ "କାଶ୍ମୀରବାସୀଙ୍କ ଇଚ୍ଛା" ଅନୁଯାୟୀ ଜମ୍ମୁକାଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା କରିବାକୁ ସେ ଦେଇଛନ୍ତି ପରାମର୍ଶ । ଭାବିକା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗକୁ କଠୋର ଭାବେ ଖଣ୍ଡନ କରି କହିଛନ୍ତି, ସତ୍ୟ ହେଉଛି ପାକିସ୍ତାନ ଆମ ଅଞ୍ଚଳକୁ ଲୋଭ କରେ ଏବଂ ଜମ୍ମୁ-କଶ୍ମୀରରେ ନିର୍ବାଚନକୁ ବାଧା ଦେବା ପାଇଁ କ୍ରମାଗତ ଭାବେ ଆତଙ୍କବାଦକୁ ବ୍ୟବହାର କରିଆସୁଛି। ଦୁଃଖର ବିଷୟ ଯେ ଆତଙ୍କବାଦ, ନିଶା, ବାଣିଜ୍ୟ ଏବଂ ଆନ୍ତର୍ଜାତୀୟ ଅପରାଧ ପାଇଁ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଏକ ସାମରିକ ରାଷ୍ଟ୍ରର ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ ଉପରେ ଆକ୍ରମଣ କରିବାକୁ ଦୁଃସାହସ କରୁଛି। ଜମ୍ମୁ କାଶ୍ମୀରରେ ନିର୍ବାଚନ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଛି ଏବଂ ରହିବ।ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ତୀବ୍ର ଉତ୍ତର ଦେବା ପରେ ଭାବିକା ସୋସିଆଲ ମିଡିଆରେ ଚର୍ଚ୍ଚାରେ। ସାରା ବିଶ୍ୱରେ ଲୋକମାନେ ତାଙ୍କୁ ପ୍ରଶଂସା କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, 'ଜାତିସଂଘରେ ଭାବିକା ମଙ୍ଗଲନନ୍ଦଙ୍କ ସାହସିକ ପ୍ରତିକ୍ରିୟା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ । ପାକିସ୍ତାନ୍ ଆତଙ୍କବାଦକୁ ସମର୍ଥନ କରିବା, ନିର୍ବାଚନକୁ ଠକିବା ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସେ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।

ଭାବିକା ମଙ୍ଗଲାନନ୍ଦ କିଏ?

ଭାରତୀୟ କୂଟନୈତିକ ଅଧିକାରୀ ବା ଆଇଏଫଏସ ଭାବିକା ମଙ୍ଗଳାନନ୍ଦନ କେରଳର ଏଲମକୁଲମର ବାସିନ୍ଦା। 2015ର ସେ IFS ଅଫିସର।ସେ ଆଇଆଇଟି ଦିଲ୍ଲୀରୁ ଏନର୍ଜି ଷ୍ଟଡିରେ ଏମ ଟେକ କରିଛନ୍ତି। ଏହାପରେ ସେ ବାଙ୍ଗାଲୋରରେ କିଛି ସମୟ କାମ କରିଛନ୍ତି। ଆଇଏଫଏସ୍‌ ଭାବିକା ମଙ୍ଗଳାନନ୍ଦନଙ୍କ ଲିଙ୍କଡଇନ ପ୍ରୋଫାଇଲ ଅନୁଯାୟୀ, M.Tech ପରେ ସେ TCS ରେ ଆସିଷ୍ଟାଣ୍ଟ ସିଷ୍ଟମ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିଛନ୍ତି। ଏହା ପରେ ସେ ସ୍ନାଇଡର୍‌ ଇଲେକ୍ଟ୍ରିକରେ ସିନିୟର ଇଞ୍ଜିନିୟର ମାର୍କେଟିଂ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏବେ ଭାବିକା ଭାରତୀୟ କୂଟନୀତିଜ୍ଞ। 

Also read-ରେଡ୍ ଭେଲ୍‌ଭେଟ୍‌-ବ୍ଲାକ୍ ଫରେଷ୍ଟ କେକ୍‌ରୁ ହେଉଛି କ୍ୟାନସର୍, କର୍ଣ୍ଣାଟକ ଖାଦ୍ୟ ସୁରକ୍ଷା ବିଭାଗ ଦେଲା ଚେତାବନୀ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.