ଚା’ରୁ ଆରମ୍ଭ ହୁଏ ପ୍ରତିଟି ଭାରତୀୟଙ୍କ ସକାଳ । ଚା’ କପ୍ରୁ ସୃଷ୍ଟି ହୁଏ ଦିନଯାକର କାର୍ଯ୍ୟସୂଚୀ । ଆଉ ସେହି ଚା’ଢୋକେ ରୁ ହୁଏ ଶବ୍ଦର ସଂଯୋଜନା । ଯଦି ସେ ଚା’ ତାଜ୍ ହୁଏ ତାହେଲେ ଖୁସି ଡବଲ । ସକାଳରୁ ଭରିଯାଏ ରୋମାଞ୍ଚରେ । ମନରେ ଗୁଞ୍ଜରଣ ହୁଏ ସେହି ତବଲାର ସ୍ୱର । କାରଣ ତାଜ୍ ଚା’କୁ ଲୋଚଲୋଚନକୁ ଆଣିବାରେ ଥିଲା ତାଙ୍କର ଯାଦୁ ।
ସାଧରଣ ତାଜ୍ କୁ ବ୍ରାଣ୍ଡ ଦେଇଥିଲେ ପଦ୍ମ ବିଭୁଷଣ ତବଲା ବାଦକ ଜାକିର ହୁସେନ । ଘରେ ଘରେ ବଦଳିଯାଇଥିଲା ଚା’ର ବ୍ରାଣ୍ଡ । ଧିରେ ଧୀରେ ସେ ପାଲଟିଲା ସଭିଁଙ୍କ ପ୍ରିୟ ‘ଓ୍ୱାଃ ତାଜ୍’ । ସେହି ତବଲା ବାଦକ ଆଜି ନାହାଁନ୍ତି ସତ, କିନ୍ତୁ ତାଙ୍କ ଆବର୍ତ୍ତମାନରେ ମନେ ପଡେ ତାଙ୍କର ସେହି ଚା’ର ସ୍ୱାଦ ।
ତାଜମହଲ ଚାକୁ ‘ଓ୍ୱାଃ ତାଜ୍’ ପରିଚୟ ଦେଇଥିବା ଜାକିର ହୁସେନ୍ ଆଉ ନାହାଁନ୍ତି। ସୋମବାର ସକାଳେ ତାଙ୍କ ମୃତ୍ୟୁକୁ ତାଙ୍କ ପରିବାର ନିଶ୍ଚିତ କରିଛନ୍ତି। ସାନ ଫ୍ରାନ୍ସିସ୍କୋ ହସ୍ପିଟାଲରେ ତ୍ୟାଗ କରିଛନତି ଶେଷ ନିଶ୍ୱାସ । ଭାରତର ଏକ ପ୍ରିମିୟମ୍ ଚା ବ୍ରାଣ୍ଡ, ଯାହା ବ୍ରିଟିଶ୍ କମ୍ପାନୀର ମାଲିକାନା ଅଟେ । ଏହାକୁ ସାରା ଦେଶରେ କୁହାଯାଏ ‘ଓ୍ୱାଃ ତାଜ୍’ ।
୧୯୬୬ ମସିହାରେ କୋଲକାତାରେ ଆରମ୍ଭ ହୋଇଥିଲା ବ୍ରୁକ ବଣ୍ଡ ତାଜମହଲ ଚା’ । ରଙ୍ଗ, ସୁଗନ୍ଧ ଏବଂ ସ୍ୱାଦ, ଏହି ତିନୋଟି ପାରାମିଟର ଯେଉଁଥିରେ ପ୍ରସ୍ତୁତ କରାଯାଉଥିଲା ତାଜମହଲ ଚା । କାରଣ ପାଶ୍ଚାତ୍ୟ ବ୍ରାଣ୍ଡ ଭାବେ ପରିଚିତ ଚା’କୁ ଭାରତରେ ଖ୍ୟାତି କରିବାର ଥିଲା । ସେତିକି ନୁହେଁ ଚା’ ସହ ଯୋଡିହେବାର ଥିଲା ତାଜମହଲର ସୌନ୍ଦର୍ଯ୍ୟ ।
ଚା’କୁ ଫେମସ କରିବାର ଉପାୟ ଥିଲା ବିଜ୍ଞାପନ । ଆଉ ବିଜ୍ଞାପନ ପାଇଁ ଏକମାତ୍ର ପ୍ରଯୁଜ୍ୟ ଥିଲେ ଜାକିର ହୁସେନ୍ । ଜାକିର ହୁସେନ୍ଙ୍କ ବ୍ୟକ୍ତିତ୍ୱ ତାଜମହଲ ଚା’ର ତିନୋଟି ପାରାମିଟର ପାଇଁ ପ୍ରଥମ ପସନ୍ଦ । କାରଣ ଜାକିର ଥିଲେ କେବଳ ଦେଶର ଜଣେ ମହାନ୍ ତବଲା ବାଦକ । ସେ ରହୁଥିଲେ ଆମେରିକାରେ, ତାଙ୍କର ଥିଲା ଅନେକ ସ୍ୱତନ୍ତ୍ରତା ।
ଆଉ ଜାକିର ହୁସେନ୍ ତାଜମହଲ ଚା ବିଜ୍ଞାପନ ପାଇଁ ଆସିଥିଲେ ଆଗ୍ରା । ବିଜ୍ଞାପନର ସୁଟିଂ ସମୟରେ ପୃଷ୍ଠଭୂମିରେ ରହିଥିଲା ତାଜମହଲ । ଯେତେବେଳେ ଜାକିର ହୁସେନ୍ ଚା ପିଇଲେ, 'ୱା, ଉସ୍ତାଦ୍ ୱାହ!' କିନ୍ତୁ ଜାକିର ହୁସେନ୍ କହିଥିଲେ ' ସାର୍, କୁହନ୍ତୁ ଓ୍ୱାଃ ତାଜ୍' । କେବଳ ଜାକିର ହୁସେନ୍ ନୁହେଁ ଅନ୍ୟ ଜଣେ ତବଲା ବାଦକ ଆଦିତ୍ୟ କଲ୍ୟାଣପୁର ବି ନଜର ଆସିଥିଲେ ବିଜ୍ଞାପନରେ ।
ଜାକିର ହୁସେନ୍, ତାଜମହଲ ଚା’ର ଯୁଗଳବନ୍ଦୀ ଆଣିଥିଲା ସଫଳତା । ଅନେକ ଲୋକ ଚା ସହ ଜାକିରଙ୍କ ପ୍ରତିଭା ବି ଜାଣିଥିଲେ । ଘରେ ଘରେ ତାଜ୍ ଘରେ ଘରେ ଉସ୍ତାଦ ଭାବେ ଗଣାଗଲେ । ଜାକିରଙ୍କ ପାଇଁ ତାଜମହଲ ଚାକୁ ଭାରତୀୟ ବଜାରରେ ମିଳିଥିଲା ଭଲ ରେସପଣ୍ଡ । ଆଜି ପର୍ଯ୍ୟନ୍ତ ବି କମ୍ପାନୀ ସେହି ମହାନ ତବଲିଷ୍ଟ ପାଖରେ ଋଣୀ ।