ନୂଆଦିଲ୍ଲୀ ୨୬।୦୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଶପଥ ନେବା ପରେ ତାଙ୍କ ନିଷ୍ପତ୍ତି ଉପରେ ସାରା ବିଶ୍ବର ନଜର । ଆମେରିକାର ରହିଛି ସବୁଠାରୁ ଶକ୍ତିଶାଳୀ ସେନା । ଏହାକୁ ଅଧିକ ସଶକ୍ତ କରିବାକୁ ଟ୍ରମ୍ପଙ୍କ ନିଷ୍ପତ୍ତି କଣ ହେବ ତାକୁ ନେଇ ଏବେ ବଡ ଚର୍ଚ୍ଚା । ଏହାରି ମଧ୍ୟରେ ଏକ ପ୍ରଶ୍ନ ସମସ୍ତଙ୍କ ମନରେ, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଆମେରିକୀୟ ସେନାର ଶକ୍ତିଶାଳୀ ବ୍ୟକ୍ତି କିଏ ?
ଅର୍ଥାତ୍ ସେନାରେ କାହାର ଚାଲେ ଅଧିକ ରାଜ୍ ? ଗ୍ଲୋବାଲ୍ ଫାୟାରପାୱାର ୨୦୨୪ର ବାର୍ଷିକ ରାଙ୍କିଂ ପ୍ରକାଶ କରିଥିଲା । ଯାହା ଅନୁସାରେ ଆମେରିକା ଶୀର୍ଷରେ ରହିଛି । ଅର୍ଥାତ୍ ଆମେରିକାର ସେନା ସବୁଠାରୁ ଶକ୍ତିଶାଳୀ । ଏହାପରେ ରୁଷ ୨ୟରେ ଚୀନ୍ ୩ୟରେ ଏବଂ ଭାରତ ଚତୁର୍ଥ ସ୍ଥାନରେ ରହିଛି ।
ଆମେରିକା ପାଖରେ ରହିଛି ବିଶ୍ୱର ସବୁଠାରୁ ଉନ୍ନତ ଅସ୍ତ୍ରଶସ୍ତ୍ର । ଯେଉଁଥିରେ କ୍ଷେପଣାସ୍ତ୍ର, ବନ୍ଧୁକ, ତୋପ ଏବଂ ପରମାଣୁ ଅସ୍ତ୍ର ସାମିଲ୍ । ଆମେରିକା ପ୍ରତିରକ୍ଷା ବିଭାଗର ରିପୋର୍ଟ ଅନୁଯାୟୀ, ସେମାନଙ୍କ ସେନାରେ ୨୧ ଲକ୍ଷ ୨୨ ହଜାରରୁ ଅଧିକ ସୈନିକ ଅଛନ୍ତି । ଯେଉଁଥିରୁ ୧୩ ଲକ୍ଷ ୨୮ ହଜାର ସକ୍ରିୟ ରହିଥିବା ବେଳେ ୭ ଲକ୍ଷ ୯୪ ହଜାର ରିଜର୍ଭରେ ଅଛନ୍ତି । ସବୁଠାରୁ ବଡ଼ କଥା ହେଉଛି ବିଶ୍ୱରେ ୧୨ ହଜାର ୧୨୧ଟି ପରମାଣୁ ଅସ୍ତ୍ର ଅଛି । ଯେଉଁଥିରୁ ଆମେରିକା ପାଖରେ ୫ ହଜାର ୪୪ଟି ପରମାଣୁ ଅସ୍ତ୍ର ଅଛି । ଏହାବ୍ୟତୀତ ରୁଷ ପାଖରେ ୫,୫୮୦ ପରମାଣୁ ଅସ୍ତ୍ର ରହିଛି ।
ଏବେ ପ୍ରଶ୍ନ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଆମେରିକୀୟ ସେନାର ମୁଖ୍ୟ କିଏ ? ଆମେରିକାର ରାଷ୍ଟ୍ରପତି ଆମେରିକୀୟ ସେନାର ସର୍ବୋଚ୍ଚ କମାଣ୍ଡର । ଏହାର ଅର୍ଥ ହେଉଛି ଏବେ ଡୋନାଲ୍ଡ ଟ୍ରମ୍ପ ଆମେରିକୀୟ ସେନାର ମୁଖ୍ୟ ଅର୍ଥାତ୍ ସୁପ୍ରିମ କମାଣ୍ଡର । କହିରଖୁ କି ବିଶ୍ୱର ଅନେକ ଦେଶରେ ଆମେରିକୀୟ ସେନା ନିୟୋଜିତ ଅଛନ୍ତି । ଏମିତିକି ଅଧିକାଂଶ ଦେଶରେ ଆମେରିକୀୟ ସେନାଙ୍କ ଏଜେଣ୍ଟ ରହିଛନ୍ତି । ଯାହା ସେହି ଦେଶର ପ୍ରତିଟି ଖବର ଆମେରିକୀୟ ସିକ୍ରେଟ୍ ଏଜେନ୍ସି ପାଖରେ ପହଞ୍ଚାଇଥାଏ । ଆମେରିକାର ରାଷ୍ଟ୍ରପତି ହେଉଛନ୍ତି ସୁପ୍ରିମ୍ କମାଣ୍ଡୋର ।
ଏହାପରେ ସେନାର ଦ୍ୱିତୀୟ ମୁଖ୍ୟ ହେଉଛନ୍ତି ପ୍ରତିରକ୍ଷାମନ୍ତ୍ରୀ ଏବଂ ତୃତୀୟ ମୁଖ୍ୟ ହେଉଛନ୍ତି CIA ମୁଖ୍ୟ । ଏହି ଦୁଇଟି ପଦବୀରେ ଥିବା ଲୋକମାନେ ସିଧାସଳଖ ରାଷ୍ଟ୍ରପତିଙ୍କୁ ରିପୋର୍ଟ କରନ୍ତି । ଖବର ଅନୁଯାୟୀ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ପ ସିଆଇଏ ମୁଖ୍ୟ ଭାବରେ ଜନ୍ ରାଟକ୍ଲିଫ୍ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ପିଟ୍ ହେଗସେଥଙ୍କ ନାଁରେ ମୋହର ମାରିଥିଲେ । ଯାହାକୁ ସେନେଟ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ୍…