ଟିମ୍‌ ଇଣ୍ଡିଆ ଜର୍ସିରେ ରହସ୍ୟମୟୀ ୩ ଷ୍ଟାର, କଣ ରହିଛି ବିଶେଷତ୍ବ ?

Published By : Prameya-News7 Bureau | October 23, 2024 IST

ନୂଆଦିଲ୍ଲୀ ୨୩।୧୦: ଭାରତରେ କ୍ରିକେଟ ପ୍ରେମୀଙ୍କର ନାହିଁ ଅଭାବ। ଭାରତୀୟଙ୍କ ମାଇଣ୍ଡରେ ସବୁବେଳେ ରହିଥାଏ କ୍ରିକେଟ ଫିଭର । ସେହିପରି କ୍ରିକେଟ ଜର୍ସି ପ୍ରତି ମଧ୍ୟ ଲୋକଙ୍କର ରହିଥାଏ ଖାସ୍‌ ଦିଓ୍ବାନଗି । ଏଥିପାଇଁ ମ୍ୟାଚ୍‌ ଦେଖିବାକୁ ଯିବା ବେଳେ କ୍ରିକେଟ୍ ଫ୍ୟାନ୍‌ ଜର୍ସି ପିନ୍ଧିଥିବାର ଆସିଥାନ୍ତି ନଜର ।  କିନ୍ତୁ କେତେବେଳେ ନଜର କରିଛନ୍ତି କି ଭାରତୀୟ କ୍ରିକେଟ୍ ଟିମ୍‌ର ଜର୍ସିରେ ରହିଥିବା ତିନୋଟି ଷ୍ଟାର ଉପରେ । ଏହି ୩ଷ୍ଟାର ପଛରେ କଣ ରହିଛି ବିଶେଷତ୍ବ ? ଜାଣି ଆଶ୍ଚର୍ଯ୍ୟ ହେବେ ଏହା ପଛରେ ଲୁଚି ରହିଛି କ୍ରିକେଟର ଏକ ବିଶେଷ ଇତିହାସ । 

ବାସ୍ତବରେ କ୍ରିକେଟ ଟିମର ଜର୍ସିରେ ଲାଗିଥିବା ୩ଟି ଷ୍ଟାର ହେଉଛି ଭାରତ ଜିତିଥିବା ୩ଟି ବିଶ୍ବକପ୍‌ର ପ୍ରତୀକ । ଖାସ୍‌ କରି ଗୋଟିଏ ଷ୍ଟାର ଟିମ୍‌ ଇଣ୍ଡିଆ ଦ୍ବାରା ଜିତା ଯାଇଥିବା ଗୋଟିଏ ବିଶ୍ବକପ୍‌କୁ ଦର୍ଶାଇଥାଏ । ପ୍ରଥମ ଷ୍ଟାର ହେଉଛି ୧୯୮୩ରେ ଭାରତ ଜିତିଥିବା ପ୍ରଥମ କ୍ରିକେଟ ବିଶ୍ବକପ୍‌କୁ ଦର୍ଶାଇଥାଏ । କପିଲ ଦେବଙ୍କ କ୍ୟାପଟେନସିପ୍‌ରେ ଭାରତୀୟ ଟିମ୍‌ ବିଶ୍ବକପ୍‌ ଜିତି ଇତିହାସ ରଚିଥିଲା । 

ଦ୍ବିତୀୟ ଷ୍ଟାର ହେଉଛି ୨୦୧୧ରେ ଟିମ୍‌ ଇଣ୍ଡିଆ ଜିତିଥିବା ଦ୍ବିତୀୟ କ୍ରିକେଟ ବିଶ୍ବକପ୍‌କୁ ଦର୍ଶାଇଥାଏ । ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ବରେ ଭାରତୀୟ ଟିମ୍‌ ଫାଇନାଲ୍‌ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇ ବିଶ୍ବକପ୍‌ର ଟାଇଟଲ୍‌ ହାତେଇଥିଲା । ସେହିପରି ତୃତୀୟ ଷ୍ଟାର ହେଉଛି ୨୦୨୩ରେ ଭାରତ ଦ୍ବାରା ଜିତା ଯାଇଥିବା ତୃତୀୟ କ୍ରିକେଟ ବିଶ୍ବକପ୍‌ର ପ୍ରତୀକ । 

ଏବେ ପ୍ରଶ୍ନ ଆସୁଛି କାହିଁକି ଲଗାଯାଏ ଏହି ଷ୍ଟାର ? ଭାରତୀୟ କ୍ରିକେଟ ଟିମ୍‌ର ଜର୍ସିରେ ଷ୍ଟାର ଲାଗିବାର ପରମ୍ପରା ଅନ୍ୟ ଖେଳରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହା ଏକ ପ୍ରକାରର ଟିମ୍‌ର ଉପଲବ୍ଧିକୁ ଦର୍ଶାଇଥାଏ । ଏହାବ୍ୟତୀତ ଟିମ୍‌ର ପ୍ଲେୟର ଏବଂ ଫ୍ୟାନ୍ସଙ୍କ ପାଇଁ ଏହା ଏକ ଗୌରବର ବିଷୟ ହୋଇଥାଏ । ଏହି ଷ୍ଟାର ଯୁବ କ୍ରିକେଟରଙ୍କୁ ପ୍ରେରଣା ଦେଇଥାଏ ଏବଂ ଆଗକୁ ଆସୁଥିବା ମ୍ୟାଚ୍‌ ଜିତିବାକୁ ପ୍ରେରିତ କରିଥାଏ । ଏହାସହିତ ଏହି ଷ୍ଟାର ଗୁଡିକ ଭାରତୀୟ କ୍ରିକେଟ ଟିମ୍‌କୁ ଗୌରବାନିତ୍ବ ସାମ୍ରାଜ୍ୟକୁ ଦର୍ଶାଇଥାଏ । ତେବେ ଆଗକୁ ମଧ୍ୟ ଏହି ଷ୍ଟାର ସଂଖ୍ୟା ବଢିପାରେ । ଆଗକୁ ଟିମ୍ ଇଣ୍ଡିଆ ଯେତିକି ବି ମ୍ୟାଚ୍‌ ଜିତିବ ଷ୍ଟାର ସଂଖ୍ୟା ବଢିଚାଲିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.