ରେଲୱେ ଚାକିରି ଓ ଟଙ୍କା ପାଇବାର ଇଚ୍ଛା ! ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

Published By : Prameya-News7 Bureau | April 07, 2025 IST

ନୂଆଦିଲ୍ଲୀ: ମିରଟର ସୌରଭ ହତ୍ୟାକାଣ୍ଡ ମାମଲା ଥମିନଥିବା ବେଳେ ଏବେ ପଡ଼ୋଶୀ ବିଜନୌରରୁ ବି ସମାନ ଧରଣର ମାମଲା ସାମନାକୁ ଆସିଛି । ଦୀପକ କୁମାର ନାମକ ଯୁବକଙ୍କୁ ତାଙ୍କ ପତ୍ନୀ ହତ୍ୟା କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡ ପଛର କାରଣ ଆହୁରି ବିଚଳିତ କଲା ପରି ରହିଛି । ସ୍ୱାମୀଙ୍କ ରେଲୱେ ଚାକିରି ଓ ମୃତ୍ୟୁ ପରେ ମିଳିବାକୁ ଟଙ୍କା ପାଇଁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରାଯାଇଛି । ଏହି ମାମଲାରେ ପରକ୍ରୀୟା ପ୍ରୀତି କଥା ମଧ୍ୟ ସାମନାକୁ ଆସୁଛି । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ଦୀପକଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି । ଏଥିରେ ସ୍ତ୍ରୀ ଶିବାନୀଙ୍କ ସହ ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟ ହାତ ରହିଛି । ତେବେ ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶିବାନୀ ହାର୍ଟ ଆଟାକ୍ କଥା କହିଥିଲେ । 

ରେଲୱେରେ ଦୀପକ କୁମାର ଟେକ୍ନିସିଆନ୍ ଥିଲେ । ହତ୍ୟା କରିବା ପରେ ଶିବାନୀ ପ୍ରଥମେ ଦୀପକଙ୍କ ସାନ ଭାଇ ପୀୟୂଷଙ୍କୁ ଫୋନ୍ କରିଥିଲେ । ତାଙ୍କ ଭାଇକୁ ହାର୍ଟଆଟାକ୍ ହୋଇଥିବା ସେ କହିଥିଲେ । ପରିବାର ଲୋକ ଖବର ପାଇ ଦୀପକ ରହୁଥିବା ଘରେ ପହଞ୍ଚିଥିଲେ । ସେପଟେ ଦୀପକଙ୍କୁ ଧରି ଏକାକୀ ହସ୍ପିଟାଲରେ ପହଞ୍ଚିଥିଲେ ଶିବାନୀ । ବିଜନୌର ଜିଲ୍ଲା ହସ୍ପିଟାଲ୍ ଦୀପକଙ୍କୁ ମୃତ ଘୋଷଣ କରିଥିଲା । ଶବକୁ ଘରକୁ ଆଣାଯାଇଥିଲା । ତେବେ ଏହାରି ଭିତରେ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା ଯେ ଦୀପକ କେବେ ଅସୁସ୍ଥ ହୋଇ ନଥିଲା ଓ ତାକୁ ମାତ୍ର ୨୯ ବର୍ଷ ହୋଇଥିଲା । ତେଣୁ ପରିବାର ଲୋକ ଶବ ବ୍ୟବଚ୍ଛେଦ କରାଇବା ପାଇଁ କହିଲେ । ସେପଟେ ଦୀପକଙ୍କ ଗଳାର ଦାଗ ମଧ୍ୟ ଦେଖିବାକୁ ପାଇଥିଲେ । କିନ୍ତୁ ଶିବାନୀ ଏପରି କରିବାକୁ ମନା କରିଥିଲେ । 

ଶେଷରେ ପରିବାର ଲୋକ ପୋଷ୍ଟମର୍ଟମ କରାଇଥିଲେ । ରିପୋର୍ଟରେ ଦୀପକଙ୍କ ମୃତ୍ୟୁ ତଣ୍ଟି ଚିପିବା ଯୋଗୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହାପରେ ପରିବାର ଲୋକଙ୍କ ସନ୍ଦେହ ଶିବାନୀଙ୍କ ଉପରେ ହୋଇଥିଲା । ପୋଲିସ ଶିବାନୀଙ୍କୁ ନେଇ ଜେରା କରିବା ପରେ ସେ ସବୁ କଥା ମାନି ନେଇଥିଲେ । ସେପଟେ ହତ୍ୟା ସମୟରେ ଥିବା ଅନ୍ୟ ଜଣଙ୍କୁ ଖୋଜିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି । ପ୍ରେମ ପ୍ରସଙ୍ଗ ସହ ଅନ୍ୟ ଦିଗରୁ ମଧ୍ୟ ପୋଲିସ ତଦନ୍ତ କରୁଛି । ଅଭିଯୋଗ ହୋଇଛି ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ମିଳିବାକୁ ଥିବା ଚାକିରି ଓ ଅର୍ଥରାଶି ପାଇବା ପାଇଁ ଶିବାନୀ କାହା ସହ ମିଶି ଦୀପକଙ୍କୁ ହତ୍ୟା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.