ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ୨୦୨୪ ନିର୍ବାଚନରେ ଆମେ ସମସ୍ତେ ଏକାଠି ଲଢ଼ିବୁ: ବିରୋଧୀ ବୈଠକ

Published By : Prameya-News7 Bureau | June 23, 2023 IST

ପାଟନା: ଆସନ୍ତା ୨୦୨୪ରେ ବିଜେପକୁ କ୍ଷମତାଚ୍ୟୁତ କରିବାକୁ ଏକାଠି ହେଲେ ବିରୋଧୀ ଦଳ। ଆଜି ଏ ନେଇ ବିହାରର ପାଟନାରେ ୧୫ ବିରୋଧୀ ଦଳଙ୍କ ମହା ବୈଠକ ହୋଇଥିଲା। ଦୀର୍ଘ ୪ ଘଣ୍ଟା କାଳ ବୈଠକ ବସିବା ପରେ ଏକାଠି ହୋଇ ଆସନ୍ତା ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ବିରୋଧୀ।

wp:embed {"url":"https://twitter.com/ANI/status/1672206728996462594?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1672206728996462594?s=20
/wp:embed {"width":837,"height":471}
Opposition meeting Patna

ପରବର୍ତ୍ତି ବୈଠକ ହିମାଚଳ ପ୍ରଦେଶର ଶିମ୍‌ଲାରେ ହେବ। ସେଠାକରେ ବୈଠକ ବସି ନିର୍ବାଚନ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରାଯିବ ବୋଲି ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବୈଠକକୁ ଭଲ ବୋଲି ରାହୁଲ କହିଥିବା ବେଳେ ଦେଶର ହିତ ପାଇଁ ଆମେସବୁ ଏକାଠି ହୋଇଛୁ ବୋଲି ନୀତୀଶ କହିଥିଲେ। ତାଙ୍କ ସହିତ ଅନ୍ୟ ନେତାମାନେ ମଧ୍ୟ ମେଳି ବାନ୍ଧିଥିଲେ। ତେବେ ବୈଠକ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

wp:embed {"url":"https://twitter.com/ANI/status/1672202907041816576?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1672202907041816576?s=20
/wp:embed
Opposition Patna Meet Live: Lord Hanuman thrashed BJP with his mace in  Karnataka, made Rahul win: Lalu Yadav

କେନ୍ଦ୍ରର ଅର୍ଡିନାନ୍ସ ବିରୋଧରେ ନିରବତାକୁ ନେଇ କଂଗ୍ରେସକୁ ସମାଲୋଚନା କରିଥିଲା ଆପ୍। କଂଗ୍ରେସ ସମର୍ଥନ କଲେ ଆପ୍ ବିରୋଧୀ ମେଣ୍ଟ ବୈଠକକୁ ବୟକଟ୍ କରିବା ବୋଲି ଦଳ ଚେତାବନୀ ଦେଇଥିଲା। ଆଜି ଆପ୍‌ର ଏହି ପ୍ରଶ୍ନର  ଜବାବ ରଖିଥିଲେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ। ସଂସଦ ବାହାରେ କିଛି ହୁଏନି। ସବୁ ସଂସଦରେ ହୁଏ। ଅଧିବେଶନ ପୂର୍ବରୁ ନିଷ୍ପତ୍ତି ନିଆଯିବ ବୋଲି ଖଡ଼ଗେ କହିଥିଲେ।

wp:embed {"url":"https://twitter.com/ANI/status/1672202182832316416?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1672202182832316416?s=20
/wp:embed

ବୈଠକକୁ ନେଇ ଖଡ଼ଗେ କହିଛନ୍ତି “ ଆମେ ଏକ ସାଧାରଣ ଉଦ୍ଦେଶ୍ୟ ନେଇ କାମ କରୁଛୁ।ଏବଂ ଏକ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛୁ। ଆସନ୍ତା ଜୁଲାଇ ୧୨ ତାରିଖରେ ଆମେ ପୁଣିଥରେ ଶିମଲାରେ ଭେଟିବୁ।” ତେବେ ଆସନ୍ତା ବୈଠକରେ ସିଟ୍ ବଣ୍ଟନ ଉପରେ ଆଲୋଚନା ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ।  

Opposition meeting to be held in Patna on June 23 - The Hindu

ଏପଟେ କଂଗ୍ରେସ ଆସନ ବୁଝାମଣା ପାଇଁ ପ୍ରସ୍ତୁତ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ବିରୋଧୀ ଦଳଙ୍କ ମଧ୍ୟରେ ଭିନ୍ନତା ନେଇ ପ୍ରଶ୍ନ ଉଠିବା ପରେ ରାହୁଲ କହିଛନ୍ତି ଯେ ଆମେ ସମସ୍ତେ ସମସ୍ତଙ୍କୁ ସୁହାଇଲା ଭଳି ନିଜ ନିଜର ଆଦର୍ଶକୁ ସୁରକ୍ଷା ଦେଲା ଭଳି ଏକାଠି ହୋଇ କାମ କରିବୁ।

wp:embed {"url":"https://twitter.com/ANI/status/1672200930387951617?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1672200930387951617?s=20
/wp:embed

ସେହିପରି ମମତା ବାନାର୍ଜୀ ୧୯୪୭ରେ ଜୟ ପ୍ରକାଶ ନାରାୟଣଙ୍କ ଆନ୍ଦୋଳନକୁ ଉଦାହରଣ ଦେଇ କହିଥିଲେ ଯେ ପାଟନାରୁ ଯାହା ବି ଆରମ୍ଭ ହୋଇଛି ତାହା ଜନ ଆନ୍ଦୋଳନରେ ପରିଣତ ହୋଇଛି। ଆମେ ଏକାଠି ହୋଇଛି। ଏକାଠି ହୋଇ ବିଜେପି ବିରୋଧରେ ଲଢ଼େଇ କରିବୁ। ବିଜେପି ଇତିହାସ ବଦଳାଇବାକୁ ଚାହୁଁଛି ହେଲେ ଆମେ ଇତିହାସକୁ ସୁରକ୍ଷା ଦେବୁ ବୋଲି ମମତା କହିଛନ୍ତି।  

Opposition unity can defeat BJP:
wp:embed {"url":"https://twitter.com/ANI/status/1672212765623341056?s=20","type":"rich","providerNameSlug":"twitter","responsive":true}
https://twitter.com/ANI/status/1672212765623341056?s=20
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.