ମହିଳାଙ୍କୁ ବିଜେପି କର୍ମୀଙ୍କ ମାଡ଼ ଅଭିଯୋଗ, ଥାନାରେ ଶତାଧିକ ମହିଳାଙ୍କ ପ୍ରତିବାଦ

Published By : Prameya-News7 Bureau | May 22, 2024 IST

ଚଣ୍ଡୀଖୋଲ  ୨୨/୦୫: ବିଜେଡି ପୁସିଂ କାର୍ଡ ମହିଳାଙ୍କ ହାତରେ ଥିବାରୁ ମହିଳାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମରାଯାଇ ଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ମଝିପଡ଼ା ପଞ୍ଚାୟତର ଶକୁନ୍ତଳା ବେହେରା ନିଜ କାର୍ଯ୍ୟ ସାରି ଘରକୁ ଫେରୁଥିଲେ । 

ଏହି ସମୟରେ ମହିଳାଙ୍କ ହାତରେ ବିଜେଡି ପୁସିଂ କାର୍ଡ ଥିବାରୁ ମଝିପଡ଼ା ପଂଚାୟତର କିଛି ଯୁବକ ବୃଦ୍ଧ ମହିଳାଙ୍କୁ ଅଟକାଇ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ବୃଦ୍ଧ ମହିଳା ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ବୃଦ୍ଧ ମହିଳାଙ୍କ ସହ ଶତାଧିକ ମହିଳା ବାଲିଚନ୍ଦ୍ରପୁର ଥାନାରେ ପ୍ରତିବାଦ କରିବା ସହ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । 


ଏହି ଘଟଣାରେ ବିଜେପିର ନେତା ଓ କର୍ମୀ ସମ୍ପୃକ୍ତ ଅଛନ୍ତି ବୋଲି ବୃଦ୍ଧ ମହିଳା ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମହିଳା ମାନେ ଦାବି କରିଛନ୍ତି । ଅନ୍ୟ ପଟେ ବାଲିଚନ୍ଦ୍ରପୁର ପୋଲିସ ଘଟଣାକୁ ନେଇ ତଦନ୍ତ ଚଳାଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.