ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ ବ୍ୟାକୁଳ ଭକ୍ତଙ୍କ ମନ

Published By : Prameya-News7 Bureau | June 21, 2024 IST

ପୁରୀ: ଶନିବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା। ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାମୂରତି। ଏପଟେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସାନିଧ୍ୟ ଲାଭ କରିବା ପାଇଁ ଭକ୍ତର ମନ ଓ ପ୍ରାଣ ଆବେଗମୟ ହୋଇଉଠିଛି । ସ୍ନାନ ବେଦୀରେ ଭଗବାନଙ୍କୁ ଦେଖିବାକୁ ବ୍ୟାକୁଳ ଭକ୍ତଙ୍କ ମନ। 

ସେପଟେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁସାରେ, ରାତ୍ର ସାଢେ ୩ଟାରେ ମଙ୍ଗଳାର୍ପଣ ହେବ। ଏହା ପରେ ଭୋର ୪ଟାରୁ ୬ଟା ମଧ୍ୟରେ ଡୋରଲାଗି ଓ ପୁଷ୍କାଞ୍ଜଳୀ ହୋଇ ପହଣ୍ଡି ଆରମ୍ଭ ହେବ। ସକାଳ ୮ଟା ୧୦ରେ ମଙ୍ଗଳ ଆଳତୀ, ୮ଟା ୧୫ରେ ମଇଲମ, ୮ଟା ୨୫ରେ ତଡପଲାଗି ଓ ୮ଟା ୪୫ ମିନିଟ୍‌ରେ ଅଧରପୋଛା ହେବ।

୯ଟା ୨୦ରେ ଅବକାଶ, ୯ଟା ୩୦ରେ ରୋଷହୋମ, ୯ଟା ୫୫ରେ ସୂର୍ଯ୍ୟ ପୂଜା ଏବଂ ୧୧ଟା ୨୦ରୁ ୧୨ଟା ୪୫ ମଧ୍ୟରେ  ଜଳ ବିଜେ, ପୂଜା ଓ ସ୍ନାନ ନୀତି ରହିଛି। ଦିନ୧ଟା ୫୦ରେ ମଇଲମ, ମେକାପ ସର୍ବାଙ୍ଗ ଓ ନୂଆଲୁଗା ଲାଗି ବେଶ ପରେ ଦିନ ୨ଟାରେ ଛେରା ପହଁରା ହେବ। ଦିନ ୨ଟା ୪୦ରେ ହାତୀ ବେଶ ଓ ଏହା ପରେ ବିଭିନ୍ନ ନୀତି ପରେ ରାତି ୧୦୩୦ରୁ ଗୋଟାଏ ମଧ୍ୟରେ ବାହୁଡା ପହଣ୍ଡି ହେବ।

ଆହୁରି ମଧ୍ୟ  ସ୍ନାନଯାତ୍ରା ପାଇଁ ଦଇତାପତି ଶୁକ୍ରବାର ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ ଶେଷ କରିଥିବାବେଳେ ସେପଟେ ରଥଯାତ୍ରା ପାଇଁ ତିନି ରଥର ବିଶ୍ବକର୍ମା ମହାରଣା ପ୍ରଥମ ଭୂଇଁ ଫ୍ରେମ ସଂଯୋଗ କରିବା ପରେ ଖଦିଓରା ବୁଲାଇ ଚଉଦ ନାହାକା ସେଟ୍ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.