ଗୁଣୁପୁର ୧୬।୫: ଅନୈତିକ ସମ୍ପର୍କରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ରାୟଗଡା ଜିଲ୍ଲା ରାମନାଗୁଡ଼ା ଥାନା କରଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଜଣେ ମହିଳାଙ୍କୁ କାଠ ଫାଳିଆରେ ମାରି ହତ୍ୟା କରାଯାଇଛି । ମୃତ ମହିଳା ଜଣକ ହେଲେ କରଡା ଗାଁର ବୋଲି ଜଣାପଡିଛି । ବାଙ୍ଗୀ ଅଞ୍ଚଳର ଜଣେ ଯୁବକ କରଡା ଗାଁର ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣକୁ ଅଟକ ରଖିଛି ରାମନାଗୁଡ଼ା ପୋଲିସ । ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ବାଙ୍ଗୀ ଗାଁର ଯୁବକ ପୂର୍ବରୁ ବିବାହ କରିଥିଲେ । ଅନ୍ୟପଟେ ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଭଲ ପାଉଥିଲେ । ଯୁବକ ଜଣଙ୍କ ଯାହାକୁ ବିବାହ କରିଛନ୍ତି ସେହି ମହିଳା ଜଣକ ଏ ବିଷୟ ଜାଣିବା ପରେ ତାଙ୍କ ମା’, ବଡ ଭାଇ ଓ ମହିଳାଙ୍କ ଭାଇଙ୍କୁ ଅବଗତ କରିଥିଲେ । ଏମାନେ ୩ ଜଣ ଗୁରୁବାର ଯୁବକଙ୍କ ସହ ଅନୈତିକ ସମ୍ପର୍କରେ ଥିବା କରଡା ଗାଁର ମହିଳାଙ୍କ ନିକଟକୁ ଯାଇଥିଲେ । ସେଠାରେ ସେମାନେ ମହିଳାଙ୍କୁ ଆକ୍ରମଣ କରିଥିଲେ । କାଠଫାଳିଆରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ମହିଳା ଜଣଙ୍କ ଟଳିପଡିଥିଲେ । ମହିଳାଙ୍କ ପରିବାର ତାଙ୍କୁ ଚିକିତ୍ସା ପାଇଁ ଗୁଣୁପର ମେଡିକାଲକୁ ଆଣିଥିଲେ । ଉଚ୍ଚ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ପରେ ବ୍ରହ୍ମପୁର ନେବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଶୁକ୍ରବାର ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରି ଗୁଣୁପୁର ଉପଖଣ୍ଡସ୍ତରୀୟ ମେଡିକାଲକୁ ଆଣି ବ୍ୟବଚ୍ଛେଦ ପାଇଁ ରଖିଛି । ଯୁବକ ଜଣଙ୍କ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ନେଇ କହିଥିଲେ । ଅନ୍ୟପଟେ ୩ ଜଣକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
You Can Read:
ସପ୍ତାହ ପୂର୍ବେ ରାୟପୁର ଯାଇ ଫେରିନଥିଲେ ଠିକାଦାର, ମୃତଦେହ ମିଳିବା ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର