ବଡ଼ବିଲ ୧୬।୪: ଜାତୀୟ ରାଜପଥ ୨୦ ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଦୁର୍ଘଟଣା । ଜଣେ ମହିଳାଙ୍କୁ ଏକ ଟ୍ରେଲର ଚାପି ଦେବାରୁ ଘଟଣା ସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ଘଟିଛି । ଏବେ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ ।
ସୂଚନାଯୋଗ୍ୟ ଯେ, ରିମୁଳି ପଟୁ ଏକ ଲୁହାପଥର ବୋଝେଇ ଟ୍ରେଲର ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ସମୟରେ ମହିଳାଙ୍କ ଉପରେ ମାଡ଼ିଯାଇଥିଲା । ସୂଚନା ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଚମ୍ପୁଆ ମେଡିକାଲକୁ ପଠାଇଛି । ଟ୍ରେଲରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।
You Can Read:
ହେମଗିରି ସ୍ଥିତ ଆର୍ଯ୍ୟନ କୋଲ୍ ୱାସେରୀ ସିଲ୍, କାଗଜପତ୍ର ଯାଞ୍ଚ ପରେ ଖୋଲିବା ନେଇ ସୂଚନା