ଦିଲ୍ଲୀର ଦ୍ବାରକାରେ ଅଘଟଣ, ନିର୍ମାଣାଧୀନ ହସ୍ପିଟାଲର କାନ୍ଥ ଭୁଶୁଡି ମହିଳା ମୃତ,୯ ଆହତ

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ୨୬/୭: ଭୁଶୁଡିଲା ହସ୍‌ପିଟାଲ କାନ୍ଥ । ଜଣେ ମହିଳାଙ୍କ ମୃତ୍ୟୁ । ୯ ଜଣ ଆହତ । ଦିଲ୍ଲୀର ଦ୍ବାରକା ସେକ୍ଟର ୧୨ରେ ଅଘଟଣ । ୩୦ ଜଣ ଶ୍ରମିକ କାମ କରୁଥିବାବେଳେ ନିର୍ମାଣାଧୀନ ହସ୍‌ପିଟାଲର କାନ୍ଥ ଭୁଶୁଡି ପଡିଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଉତ୍ତରପ୍ରଦେଶ ଝାନସୀର ଦେବୀ । 

ପୋଲିସର ତଥ୍ୟ ଅନୁସାରେ ନିର୍ମାଣ ଚାଲିଥିବା ହସ୍‌ପିଟାଲର କାନ୍ଥ ଭୁଶୁଡିପଡିବାରୁ କିଛି ଶ୍ରମିକ ଚାପି ହୋଇଯାଇଥିଲେ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦେବୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୯ ଆହତଙ୍କ ଚିକିତ୍ସା ଚାଲିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.