ପାଣି ଟୋପାଏ ପାଇଁ ଡହଳବିକଳ, ଅଭିଯୋଗ ପରେ ବି କେହି ଶୁଣିଲେନି : ହାଣ୍ଡି-ମାଠିଆ ରଖି ରାସ୍ତାରୋକ କଲେ ମହିଳା

Published By : Prameya-News7 Bureau | June 13, 2024 IST

ଛତ୍ରପୁର ୧୩।୬: ମିଳୁନି ପାନୀୟ ଜଳ । ଟୋପାଏ ପାଣି ପାଇଁ ଡହଳବିକଳ । ବହୁ ବାର ଅଭିଯୋଗ ପରେ ବି କେହି ଶୁଣିଲେନି । ଶେଷରେ ହାଣ୍ଡି-ମାଠିଆ ରଖି ରାସ୍ତାରୋକ କଲେ ମହିଳା । ଏଭଳି ଘଟଣା ଗଞ୍ଜାମ ବ୍ଲକ ହୁମ୍ମାରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତ ହୁମ୍ମା ଗ୍ରାମରେ ଦୀର୍ଘ ୨ ମାସରୁ ଉର୍ଦ୍ଧ୍ବ ସମୟ ଧରି ପାନୀୟ ଜଳର ସମସ୍ୟା ଲାଗି ରହିଥିଲା । ସମସ୍ୟାର କୌଣସି ସମାଧାନ ନହେବାରୁ ମହିଳାମାନେ ହାଣ୍ଡି, ମାଠିଆ ଧରି ରାସ୍ତାରୋକ କରିଥିଲେ । ପୁରୁଷୋତ୍ତମପୁରରୁ ହୁମ୍ମା ମୁଖ୍ୟରାସ୍ତା ଅବରୋଧ କରିଥିଲେ ମହିଳା l ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଗ୍ରାମକୁ ଦୀର୍ଘ ଦିନ ଧରି ପାନୀୟ ଜଳ ଆସୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି l ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବାରୁ ଶେଷରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ ବୋଲି ମହିଳା ମାନେ କହିଥିଲେ । ଖବର ପାଇଁ ହୁମ୍ମା ଫାଣ୍ଡି ଥାନା ପୋଲିସ ଓ ଜଳ ବିଭାଗ ଯନ୍ତ୍ରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କିଛି ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରତିଶ୍ରୁତି ପରେ ଗ୍ରାମବାସୀ ମାନେ ଆନ୍ଦୋଳନରୁ ଓହରିଥିଲେ । ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ପାଣି ପାଇଁ ରାସ୍ତାରୋକ ହୋଇଥିଲା । ଯାହାଫଳରେ ବହୁ ଗାଡି ଅଟକ ରହିଥିଲା ।

You Can Read :

ଧରାପଡିଲା ଦୁର୍ଦ୍ଦାନ୍ତ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ୍ : ଲୁଟ୍ କରି ହୋଟେଲରେ ରହୁଥିଲେ, ଗାର୍ଲଫ୍ରେଣ୍ଡ ପଛରେ ଟଙ୍କା ଉଡାଉଥିଲେ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.