କ୍ରିକେଟର ସବୁ ଫର୍ମାଟରୁ ରିଦ୍ଧିମାନ ଶାହଙ୍କ ଅବସର; ଭାରତ ପାଇଁ ଖେଳିଥିଲେ ୪୦ଟି ଟେଷ୍ଟ

Published By : Prameya-News7 Bureau | February 02, 2025 IST

ମୁମ୍ବାଇ; ଟିମ୍ ଇଣ୍ଡିଆର ଷ୍ଟାର୍ ୱିକେଟ କିପର ରିଦ୍ଧମାନ ଶାହଙ୍କ ଅବସର । କ୍ରିକେଟର ସମସ୍ତ ଫର୍ମାଟକୁ ଅଲବିଦା କରିଛନ୍ତି ସେ । ରଣଜୀ ଟ୍ରଫିର ଅନ୍ତିମ ପର୍ଯ୍ୟାୟରେ ପଶ୍ଚିମବଙ୍ଗ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ତାଙ୍କ କ୍ରିକେଟ୍ କ୍ୟାରିୟର ଶେଷ ମ୍ୟାଚ୍ ଥିଲା । ୪୦ ବର୍ଷୀୟ ରିଦ୍ଧିମାନ ଶାହା ଭାରତୀୟ ଦଳ ପାଇଁ ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ କ୍ରିକେଟ୍ ଖେଳିଥିଲେ । ଘରୋଇ କ୍ରିକେଟରେ ତାଙ୍କର ଦମଦାର ରେକର୍ଡ ରହିଛି । ସେ କ୍ରିକେଟର ଫର୍ମାଟରୁ ଅବସର ନେଇ ଏକ୍ସରେ ସୂଚନା ଦେଇଛନ୍ତି ।  

ଋଦ୍ଧିମାନ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଲେଖିଛନ୍ତି ଯେ, ୧୯୯୭ ମସିହାରେ ମୁଁ ପ୍ରଥମ ଥର ପାଇଁ କ୍ରିକେଟ୍ ପଡ଼ିଆରେ ପାଦ ଦେଇଥିଲେ । ଏହାରି ମଧ୍ୟରେ ୨୮ ବର୍ଷ ବିତିଗଲାଣି । ଏହି ଯାତ୍ରା ବହୁତ ଭଲ ଏବଂ ସୁନ୍ଦର ରହିଥିଲା । ଦେଶ, ରାଜ୍ୟ, ଜିଲ୍ଲା, କ୍ଲବ, ବିଶ୍ୱବିଦ୍ୟାଳୟ, କଲେଜ ଏବଂ ସ୍କୁଲ ପାଇଁ ଖେଳିବା ତାଙ୍କ ଜୀବନର ସବୁଠୁ ବଡ଼ ସମ୍ମାନ ବୋଲି ରିଦ୍ଧିମାନ ଶାହା ଏକ୍ସରେ ଲେଖି ପୋଷ୍ଟ କରିଛନ୍ତି ।

ରିଦ୍ଧିମାନ ଶାହା ଟିମ୍ ଇଣ୍ଡିଆ ପାଇଁ ମୋଟ୍ ୪୦ଟି ମ୍ୟାଚ୍ ଖେଳି ୧୩୫୩ ରନ ସଂଗ୍ରହ କରିଛନ୍ତି । ଏଥିରେ ୩ ଶତକ ଏବଂ ୬ଟି ଅର୍ଦ୍ଧଶତକ ରହିଛି । ସେହିପରି ଦିନିକିଆରେ ଭାରତ ପାଇଁ ୯ଟି ମ୍ୟାଚ୍ ଖେଳିଛନ୍ତି ରିଦ୍ଧିମାନ ଶାହା । ଏଥିରୁ ସେ ମାତ୍ର ୪୧ ରନ ସଂଗ୍ରହ କରିଛନ୍ତି । ସେହିପରି ଆଇପିଏଲରେ ୧୭୦ ମ୍ୟାଚ୍ ଖେଳିଛନ୍ତି । ୧୪୫ ଇନିଂସରୁ ୨୯୩୪ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ୧୩ଟି ଅର୍ଦ୍ଧଶତକ ରହିଛି ।..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.