ଡବ୍ଲ୍ୟୁଟିସି ସ୍ଵପ୍ନ ଧୂଳିସାତ, ଦେଖନ୍ତୁ ୨୦୨୫-୨୭ରେ ଭାରତର କ୍ରୀଡ଼ାସୂଚୀ

Published By : Prameya-News7 Bureau | January 06, 2025 IST

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆଠୁ ୩-୧ରେ ହାରିବା ସହ ଭାରତର ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ୍‌ ୨୦୨୫ର ଫାଇନାଲ୍ ଖେଳିବା ଆଶା ଚୂରମାର ହୋଇ ଯାଇଛି। ଏହା ପୂର୍ବରୁ ଭାରତ ୨୦୧୯-୨୧, ୨୦୨୧-୨୩ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍‌ରେ ପହଞ୍ଚିଥିଲେ ହେଁ ଦୁଇ ଥର ପରାଜିତ ହୋଇଛି। ଆସନ୍ତୁ ଜାଣିବା ଡବ୍ଲ୍ୟୁଟିସି ୨୦୨୫-୨୭ରେ ଭାରତ କ୍ରୀଡ଼ାସୂଚୀ କେମିତି ରହିଛି।

ଭାରତର ଡବ୍ଲ୍ୟୁଟିସି ୨୦୨୫-୨୭ର ଅଭିଯାନ ଇଂଲଣ୍ଡ ବିପକ୍ଷ ସିରିଜ୍‌ରୁ ଆରମ୍ଭ ହେବ। ଭାରତ ଜୁନ ୪ରୁ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଏହା ପରେ ଭାରତ ଘରୋଇ ମାଟିରେ ଅକ୍ଟୋବରରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବ। ନଭେମ୍ବରରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବ। ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳାଯିବ। ୨୦୨୫ରେ ଏହା ଭାରତର ଶେଷ ଟେଷ୍ଟ ସିରିଜ୍ ହେବ। ଏହା ପରେ ଭାରତୀୟ ଦଳକୁ ୨୦୨୬ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରି ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବ। ଏହିପରି ପ୍ରଥମ ୪ଟି ଟେଷ୍ଟ ସିରିଜ୍‌ରେ ଭାରତକୁ ଦୁଇଟି ବିଦେଶ ମାଟିରେ  ଏବଂ ଦୁଇଟି ସିରିଜ୍ ଘରୋଇ ମାଟିରେ ଖେଳିବ।

Also read: ଏବେ ନୂଆ ଫର୍ମାଟ୍‌ରେ ଖେଳାଯିବ ଟେଷ୍ଟ କ୍ରିକେଟ୍, ବଦଳିପାରେ ନିୟମ !

୨୦୨୬ ଅକ୍ଟୋବରରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତ କରି ସେଠାରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ୨୦୨୭ ଜାନୁଆରୀରୁ ଭାରତ ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍‌ର ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଖେଳିବ। ଚଳିତ  ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ପରାଜିତ ହୋଇଥିବା ବେଳେ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ହରାଇ ଟ୍ରଫି କରାୟତ କରିବାକୁ ଚେଷ୍ଟା କରିବ।

ଡବ୍ଲ୍ୟୁଟିସି ୨୦୨୫-୨୭ରେ ଭାରତର ପୂରା ସିଡ୍ୟୁଲ

୨୦୨୫ ଜୁନ ୨୪ରୁ ଅଗଷ୍ଟ ୪- ବନାମ ଇଂଲଣ୍ଡ, ୫ ଟେଷ୍ଟ(ବିଦେଶ)

୨୦୨୫ ଅକ୍ଟୋବର- ବନାମ ଓ୍ଵେଷ୍ଟଇଣ୍ଡିଜ, ୨ ଟେଷ୍ଟ(ଘରୋଇ)

୨୦୨୫ ନଭେମ୍ବର- ବନାମ ଦକ୍ଷିଣ ଆଫ୍ରିକା, ୨ ଟେଷ୍ଟ(ଘରୋଇ)

୨୦୨୬ ଅଗଷ୍ଟ- ବନାମ ଶ୍ରୀଲଙ୍କା, ୨ ଟେଷ୍ଟ(ବିଦେଶ)

୨୦୨୬ ଅକ୍ଟୋବର-ନଭେମ୍ବର- ବନାମ ନ୍ୟୁଜିଲାଣ୍ଡ, ୨ ଟେଷ୍ଟ(ବିଦେଶ)

୨୦୨୭ ଜାନୁଆରୀ-ଫେବୃଆରୀ- ବନାମ ଅଷ୍ଟ୍ରେଲିଆ, ୫ ଟେଷ୍ଟ(ଘରୋଇ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.