WWE ଷ୍ଟାର ରେସ୍ଲର ୱିଣ୍ଡହେମ ରୋଟୁଣ୍ଡାଙ୍କ ହୃଦଘାତରେ ପରଲୋକ

Published By : Prameya-News7 Bureau | August 25, 2023 IST

ନୂଆଦିଲ୍ଲୀ ୨୫।୮:  ୱାର୍ଲଡ ରେସ୍ଲିଂ ଏଣ୍ଟରଟେନମେଣ୍ଟ (ଡବ୍ଲୁଡବ୍ଲୁଇ)ର ୩ଥର ଚାମ୍ପିୟନ ଏବଂ ୱାନଷ୍ଟାର ରେସ୍ଲର ୱିଣ୍ଡହୋମ ରୋଟୁଣ୍ଡାଙ୍କର ପରଲୋକ ହୋଇଛି।  ଡବ୍ଲୁଡବ୍ଲୁଇ ଚିଫ୍ କଣ୍ଟେଣ୍ଟ ଅଫିସର ଟ୍ରିପଲ ଏଚ୍‌ ତାଙ୍କ ଏକ୍ସରେ ଖବରକୁ ପୁଷ୍ଟି କରିଛନ୍ତି। ୩୬ ବର୍ଷ ବୟସ୍କ ୱିଣ୍ଡ ରଟୁଣ୍ଡା ଯିଏ ବ୍ରେ ବାୟେଟ୍‌ ନାମରେ ଜଣାଶୁଣାଥିଲେ ଭାରତୀୟ ସମୟ ଅନୁସାରେ ମଧ୍ୟରାତ୍ରରେ ହୃଦଘାତ ଯୋଗୁ ପ୍ରାଣ ହରାଇଛନ୍ତି। ପୂର୍ବ ଚାମ୍ପିୟନଙ୍କ ଏପରି ପରଲୋକରେ ପୁରା ରେସ୍ଲିଂ ଜଗତ ସ୍ତବ୍ଦ ହୋଇଯାଇଛି।

wp:html /wp:html

ବ୍ରେ ବାୟଟଙ୍କ ପରଲୋକ ନେଇ ଟ୍ରିପଲ ଏଚ୍‌ ସର୍ବ ପ୍ରଥମେ ପୁଷ୍ଟି କରିଥିଲେ। ସେ ଉଲ୍ଲେଖ  କରିଥିଲେ ଯେ ଏବେ ଏବେ  ଡବ୍ଲୁଡବ୍ଲୁଇ ହଲଅଫ ଫେମ ମାଇକ୍ ରୋଟୁଣ୍ଡା ଫୋନ କରି ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପରିବାରର ସଦସ୍ୟ ୱିଣ୍ଡହେମ ରୋଟୁଣ୍ଡା ଯାହାଙ୍କୁ ବ୍ରେ ବାୟଟ ନାମରେ ଜଣା ଯାଏ ତାଙ୍କର ଆଜି ଅଚାନକ ପରଲୋକ ହୋଇଯାଇଛି। ତାଙ୍କ ପରିବାର ପ୍ରତି ଆମର ସମବେଦନା ରହିଛି । ଅନ୍ୟତମ ଡବ୍ଲୁଡବ୍ଲୁଇ ରେସ୍ଲର ଡଭେନ ଜନସନ୍ ବାୟଟଙ୍କ ଅସମୟ ପରଲୋକ କୁ ମନଭାଙ୍ଗିଦେବା ପରି ଖବର ବୋଲି କହିଛନ୍ତି।

ଓ୍ବାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍: ନୀରଜଙ୍କ ପରେ ଫାଇନାଲରେ କିଶୋର ଜେନା, ମନୁ ଡିପି

ସେହିପରି ଡବ୍ଲୁଡବ୍ଲୁଇ ତାଙ୍କ ଅଧିକାରୀ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି ଯେ ଡବ୍ଲୁଡବ୍ଲୁଇକୁ ଏହା ଶୁଣି ବହୁତ ଦୁଃଖ ହେଲା ୱିଣ୍ଡହେମ ରୋଟୁଣ୍ଡା ଯିଏ ବ୍ରେ ବାୟଟ ନାମରେ ଜଣାଶୁଣା ଥିଲେ ତାଙ୍କର ୨୪ ଅଗଷ୍ଟ ଗୁରୁବାର ମାତ୍ର ୩୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଆମେ ତାଙ୍କର ପରିବାର, ବନ୍ଧୁ ଓ ସବୁ ଫ୍ୟାନସ୍‌ଙ୍କ ପ୍ରତି ସମବେଦନା ଜ୍ଞାପନ କରୁଛୁ। ଏଥିରେ ରେସ୍ଲର ମିକ୍ ଫଲି ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ରେସ୍ଲିଂ ପାଇଁ ଏହା ଏକ ବଡ ଝଟକା ବୋଲି କହିଛନ୍ତି।

wp:html /wp:html

ବ୍ରେ ବାଇଟ୍‌ ୨୦୧୦ ମସିହାରେ ଡବ୍ଲୁଡବ୍ଲୁଇଙ୍କ ସହ ତାଙ୍କ ରେସ୍ଲିଂ ଯାତ୍ରା ଆରମ୍ଭ କରିଥିଲେ। ସେ ସେହି ବର୍ଷ ହିଁ କମ୍ପାନୀକୁ ଛାଡି ଦେଇଥିଲେ। ପରେ ୨୦୧୩ ମସିହାରେ ସେ ପୁଣି ଥରେ କମ୍ପାନୀର ମୁଖିଆ ଭାବେ  ଡବ୍ଲୁଡବ୍ଲୁଇ ସହିତ ନିଜକୁ ସମ୍ପୃକ୍ତ କରିଥିଲେ। ସେ ୩ ଥର ୱାର୍ଲଡ ଚାମ୍ପିୟନ ହୋଇଥିଲେ। ଏଥିରେ ସେ ଥରେ ଡବ୍ଲୁଡବ୍ଲୁଇ ଚାମ୍ପିୟନ ହୋଇଥିବା ବେଳେ ଦୁଇ ଥର ୟୁନିଭର୍ସାଲ ଚାମ୍ପିୟନ ଟାଇଟଲ ମଧ୍ୟ ଜିତି ଥିଲେ। ତାଙ୍କ ପିତା ମାଇକ୍ ରୋଟୁଣ୍ଡା ମଧ୍ୟ ଜଣେ ରେସ୍ଲର ଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.