ନୂଆଦିଲ୍ଲୀ ୧୪/୦୨ : କଣ୍ଟ୍ରୋଭର୍ସି କିଙ୍ଗ୍। ବିବାଦୀୟ ଇନଫ୍ଲୁଏନ୍ସର। ଚର୍ଚ୍ଚିତ ୟୁଟ୍ୟୁବର। ସୋସିଆଲ୍ ମିଡିଆରୁ ମେନଫ୍ରେମ୍ ମିଡିଆ ପର୍ଯ୍ୟନ୍ତ । ଆଲୋଚନାରେ ରଣବୀର ଆହ୍ଲାବାଦିଆ। କାହିଁକି, କଣ ପାଇଁ । ସାତୋଟି ୟୁଟ୍ୟୁବ୍ ଚ୍ୟାନେଲର ମାଲିକ। ଲକ୍ଷ ଲକ୍ଷରେ ରୋଜଗାର । ପପୁଲାର୍ ପୋଡକାଷ୍ଟର ରଣବୀର ଆହ୍ଲାବାଦିଆ। ତାଙ୍କ ପୋଡକାଷ୍ଟ, ଫିଟନେସ୍ ,ଷ୍ଟାଇଲିସ୍ ଲୁକ୍ , କମ୍ ବୟସରେ ସଫଳତା ପାଇଁ ଯେତିକି ଚର୍ଚ୍ଚିତ ସେତିକି ବିବାଦୀୟ ମଧ୍ୟ। ଏବେ ପୁଣି ତାଙ୍କର ଏକ ଷ୍ଟେଟମେଣ୍ଟ ତାଙ୍କୁ ଅଡ଼ୁଆରେ ପକାଇଛି। ତାଙ୍କ ଫଲୋଅର୍ସ କମିଛି। ଅର୍ଥାତ୍ ୟୁଜର ତାଙ୍କୁ ଅନଫୋଲ କରୁଛନ୍ତି। ଗେଷ୍ଟ ତାଙ୍କ ସୋକୁ କରୁଛନ୍ତି ବୟକଟ୍। ଏସବୁ ଘଟଣାକୁ ନେଇ ଆମେ କରିଛୁ ପୋଷ୍ଟମର୍ଟମ୍। ତାଙ୍କ ରାଇଜ୍ ରୋଜଗାର ଆଉ ଏବେ ବିବାଦରୁ ସେ କେଉଁଠି।
ରଣବୀର ଆହ୍ଲାବାଦିଆ। ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର, ବ୍ୟବସାୟୀ ଓ ପୋଡକାଷ୍ଟ ହୋଷ୍ଟ । ଜିତିଛନ୍ତି ଭାରତର ସର୍ବ ଶ୍ରେଷ୍ଠ ୟୁଟ୍ୟୁବ୍ କଣ୍ଟେଣ୍ଟ୍ ପୁରସ୍କାର ଏବଂ ମୋଷ୍ଟ ଷ୍ଟାଇଲିସ୍ ଉଦ୍ୟୋଗୀ ପ୍ରଭାବଶାଳୀ ପୁରସ୍କାର। ରଣଭୀର ବଲିଉଡ୍, ହଲିଉଡ୍ ତାରକା, ପଲିଟିସିଆନ, ଜ୍ୟୋତିଷଙ୍କ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କ ନିଅନ୍ତି ସାକ୍ଷାତକାର। କିନ୍ତୁ ନିଜର ଚମତ୍କାର ପ୍ରଶ୍ନ ପାଇଁ ଚର୍ଚ୍ଚାରେ ରହୁଥିବା ପୋଡକାଷ୍ଟର ରଣଭୀର ଆହ୍ଲାବାଦିଆ ଏବେ କିନ୍ତୁ ବିବାଦୀୟ ପ୍ରଶ୍ନ ପାଇଁ ଖବରର ଶିରୋନାମାରେ। ଆଲ୍ଲାହାବାଦିଆ ସମୟ ରାଇନାଙ୍କ ଶୋ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ଅଂଶଗ୍ରହଣ କରିଥିଲେ। ଯେଉଁଠାରେ ସେ ଜଣେ ପ୍ରତିଯୋଗୀଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ, ଯାହା ପରେ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଛନ୍ତି। ତାଙ୍କୁ ମହଙ୍ଗା ପଡ଼ିଛି ବାପା ମାଙ୍କ ଉପରେ ଅଶ୍ଳୀଳ କମେଣ୍ଟ ଦେବା। ଯେଉଁଥିପାଇଁ କ୍ରମାଗତ ଭାବେ କମୁଛି ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା । ତାଙ୍କ ପଡକାଷ୍ଟକୁ ବୟକଟ କରୁଛନ୍ତି ଗେଷ୍ଟ। କମୁଛି ତାଙ୍କ ସବସ୍କ୍ରାଇବରଙ୍କ ସଂଖ୍ୟା। ଯାହା ତାଙ୍କ କ୍ୟାରିୟର ଉପରେ ପଡ଼ିଛି ଖରାପ ପ୍ରଭାବ। ଏହା ପରେ ରଣବୀର ସୋମବାର ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି “ମୋ ପାଟିରୁ ଯାହାବି ବାହାରିଥିଲା ତାହା ଆଦୌ ଠିକ୍ ନଥିଲା। ଏହା ମଜା ବି ନଥିଲା। କମେଡି ମୋ ଦ୍ୱାରା ହୁଏନି। ମୁଁ କେବଳ କ୍ଷମା ମାଗିବାକୁ ଆସିଛି। ଯାହା ଘଟିଗଲା ମୁଁ ତା ପାଇଁ କୌଣସି ଯଥାର୍ଥତା କିମ୍ବା ଯୁକ୍ତି ଦେବିନାହଁ। ମୋପାଇଁ ଅନେକ ଜଣଙ୍କ ମୌଳିକତାରେ ଆଞ୍ଚ ଆସିଛି। ପରେ ଯେମିତି ଏ ଭଳି ଭୁଲ ନହୁଏ ତାହା ଉପରେ ମୁଁ ଧ୍ୟାନ ଦେବି। ମଣିଷ ମାନେ ଭୁଲ। ମୁଁ କରିଥିବା ଭୁଲକୁ ଆପଣମାନେ କ୍ଷମା କରନ୍ତୁ” ବୋଲି ସେ କହିଛନ୍ତି।
ରଣଭୀର ଆହ୍ଲାବାଦିଆଙ୍କ ଜନ୍ମ ୧ ଜୁନ୍ ୧୯୯୩ରେ ମୁମ୍ବାଇରେ ହୋଇଥିଲା। ସେ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରୁ ଶିକ୍ଷା ଗ୍ରହଣ କରିଥିଲେ। ୨୦୧୫ ମସିହାରେ, ସେ ଦ୍ୱାରକାଦାସ୍ ଜୀବନଲାଲ୍ ସାଙ୍ଗଭି କଲେଜ ଅଫ୍ ଇଞ୍ଜିନିୟରିଂରୁ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ ଯୋଗାଯୋଗରେ ବି.ଟେକ୍ ସମାପ୍ତ କରିଥିଲେ। ୨୨ ବର୍ଷ ବୟସରେ ତାଙ୍କ କ୍ୟାରିଅର୍ ଆରମ୍ଭ କରି ୟୁଟ୍ୟୁବର୍ ଏବଂ ପୋଡକାଷ୍ଟର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସେ BearBiceps Media Pvt ଓ Monk Entertainment ସହ-ପ୍ରତିଷ୍ଠାତା। ଆହ୍ଲାବାଦଙ୍କ ସାତୋଟି ୟୁଟ୍ୟୁବ୍ ଚ୍ୟାନେଲ୍ । ପ୍ରତି ଚ୍ୟାନେଲରେ ୮ ଓ ୧୨ ମିଲିୟନରୁ ଅଧିକ ସବସ୍କ୍ରାଇବର। ସେ 2022 ମସିହାରେ ‘ଫୋର୍ବସ୍ 30 ଅଣ୍ଡର 30 ଏସିଆ’ ତାଲିକାରେ ସ୍ଥାନ ପାଇଥିଲେ। ତାଙ୍କର ସବୁଠାରୁ ପ୍ରସିଦ୍ଧ ୟୁଟ୍ୟୁବ୍ ସୋ ମଧ୍ୟରେ ପ୍ରଥମଟି ହେଉଛି 'ଦ ରଣଭୀର ଶୋ', ଯେଉଁଥିରେ ସେ ବଡ଼ ତାରକାଙ୍କୁ ସାକ୍ଷାତକାର କରନ୍ତି ଏବଂ ଦ୍ୱିତୀୟଟି ହେଉଛି ରଣଭୀର ଆହ୍ଲାବାଦୀୟା (ହିନ୍ଦୀ)। ଏହା ବ୍ୟତୀତ ତାଙ୍କର ମଙ୍କ୍-ଇ, ବିଗ୍ ବ୍ରାନକୋ, ଲେଭଲ୍ ସୁପର ମାଇଣ୍ଡ୍ ଏବଂ ବିଅର୍ ବାଇସେପ୍ସ ନାମକ ଅନେକ ଚ୍ୟାନେଲ୍ ଚଲାନ୍ତି ।
ରଣଭୀର ଆହ୍ଲାବାଦିଆ ୟୁଟ୍ୟୁବ୍ ଏବଂ ପୋଡକାଷ୍ଟରୁ ମାସକୁ ପ୍ରାୟ ୩୫ ଲକ୍ଷ ଟଙ୍କା ରୋଜଗାର କରନ୍ତି। ତାଙ୍କର ଅନେକ ଆୟର ଉତ୍ସ ଅଛି ଯେଉଁଥିରେ ୟୁଟ୍ୟୁବ୍ ବିଜ୍ଞାପନ, ରୟାଲ୍ଟି,ଜ୍, ବ୍ରାଣ୍ଡ ସ୍ପୋନସରସିପ୍ ସାମିଲ୍। ଏହା ବ୍ୟତୀତ ରଣଭୀର ବ୍ରାଣ୍ଡ ପ୍ରମୋସନ୍ ଏବଂ ବିଜ୍ଞାପନରୁ ମଧ୍ୟ ବହୁତ ରୋଜଗାର କରନ୍ତି ।ରିପୋର୍ଟ ଅନୁଯାୟୀ, ୨୦୨୪ ସୁଦ୍ଧା ରଣଭୀର ଆହ୍ଲାବାଦିଆଙ୍କ ମୋଟ୍ ସମ୍ପତ୍ତି ପ୍ରାୟ ୬୦ କୋଟି ଟଙ୍କା ଥିଲା। ତାଙ୍କର କେବଳ ଗୋଟିଏ କାର ଅଛି, ସ୍କୋଡା କୋଡିଆକ୍। ଯାହାର ମୂଲ୍ୟ ପ୍ରାୟ ୩୪ ଲକ୍ଷ ଟଙ୍କା ବୋଲି କୁହାଯାଉଛି ।
ଯେତେବେଳେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଫେମସ୍ ହୁଏ, ସେତେବେଳେ ସେ ବିବାଦଠୁ ଦୂରରେ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ବିବାଦ ସହ ରଣବୀର ଆହ୍ଲାବାଦିଆଙ୍କର ଗଭୀର ସମ୍ପର୍କ। ସମୟ ରାଇନାଙ୍କ ଶୋ’ରେ ପୂର୍ବରୁ ବି ସେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
* ୨୦୨୧ ମସିହାରେ, ରଣଭୀର ଆହ୍ଲାବାଦିଆ ମହିଳାମାନଙ୍କ ପୋଷାକ ଉପରେ ସେକ୍ସିଏଷ୍ଟ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ଟ୍ରୋଲ ହୋଇଥିଲା।
* ୨୦୨୪ ମସିହାରେ, ସେ କେରଳର ମାଲାପୁରାମ ଜିଲ୍ଲାର ଏକ ଗ୍ରାମରେ ଇସଲାମ ନିୟମ ଲାଗୁ କରିବା ବିଷୟରେ ନିଜ ପ୍ଲାଟଫର୍ମରେ ଏକ ଅପ୍ରମାଣିତ ଦାବି କରିଥିବାରୁ ସେ ଟ୍ରୋଲରଙ୍କ ସମ୍ମୁଖୀନ ହୋଇଥିଲେ।
* ତାଙ୍କ ଶୋ 'ମୌତ କେ ବାରେ ମେ ସୋଚତେ ହୋ' ପାଇଁ ଅନେକ ଥର ଟ୍ରୋଲ ହୋଇଛନ୍ତି ଆହ୍ଲାବାଦିଆ।
ଏବେ ତାଙ୍କ ଅବସ୍ଥା ଲୁଡୋର ସାପ ଭଳି। ସିଢ଼ିରେ ଚଢ଼ିଥିଲେ ହେଲେ ତାଙ୍କୁ ସାପ ଗିଳିଦେଲା । ଲୁଡୁର ଡାଏସ୍ ପଡ଼ିଥିବା ଗୋଟିର ଅଙ୍କ ଯେମିତି ଜୀବନ ଗିଳିଯାଏ। ପାଟିରୁ ବାହାରୁଥିବା କଥା କେମିତି କରିୟର ଶେଷ କରିଦିଏ ଇଏ ତାର ଜ୍ୱଳନ୍ତ ଉଦାହରଣ।
Also Read- ବିଦେଶରେ ଜନ୍ମ କିନ୍ତୁ ଅନେକ ଦେଶରେ ଘର, ‘ବାଟା’ର ଇତିହାସ ଯେତିକି ସୁନ୍ଦର, ବ୍ୟବସାୟିକ ସାମ୍ରାଜ୍ୟ ସେତିକି ଆକର୍ଷଣୀୟ