କଣାସ: ଫିଲ୍ମ ଷ୍ଟାଇଲରେ ଯୁବତୀଙ୍କୁ ଆକ୍ରମଣ। ଖଣ୍ଡାରେ ହାଣି ଯୁବତୀଙ୍କୁ ଲହୁଲୁହାଣ କଲେ ଦୁର୍ବୁତ୍ତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପିପିଲିରେ। ସ୍ଥାନୀୟ ପିପିଲି ଆଗ୍ରୋ କାର୍ଯ୍ୟଳୟରେ ଭିତରେ ପଶି ଫିଲ୍ମ ଷ୍ଟାଇଲରେ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ । ତେବେ ଘଟଣା ସ୍ଥଳରେ ପିପିଲି ପୋଲିସର ଛାନ ଭିନ୍ ଜାରି ରଖିଥିବାବେଳେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନନ୍ତର ।
ସୂଚନା ଅନୁଯାୟୀ, ଓଡ଼ିଶା କୃଷି ଶିଳ୍ପ ନିଗମ ପିପିଲି କାର୍ଯ୍ୟାଳୟରେ କାର୍ଯ୍ୟରତ କମ୍ପ୍ୟୁଟର କର୍ମଚାରୀ ସ୍ନେହପ୍ରଭା ମିଶ୍ରଙ୍କ ଉପରେ ହୋଇଛି ଆକ୍ରମଣ । ବୁଧବାର, ମଧ୍ୟାହ୍ନରେ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ମାନେ ଲଞ୍ଚ୍ ବ୍ରେକ୍ରେ ଯାଇଥିଲେ।ଆଉ ଏହି ସମୟରେ କାର୍ଯ୍ୟାଳୟରେ କେବଳ ଆକାଉଣ୍ଟଟାଣ୍ଟ ଓ ଯୁବତୀ ହିଁ ରହିଥିଲେ । ଆଉ ଏହି ସମୟରେ ଦୁର୍ବୁତ୍ତମାନେ ଅଫିସ ଭିତରେ ପଶି ତାଙ୍କୁ ଆକ୍ରମଣ କରିଥିଲେ। ଆଉ ବାହାର ପଟୁ କବାଟ କରି ସେଠାରୁ ଫେରାର ହୋଇଯାଇଥିଲେ।
ତେବେ କୌଣସି ସୂତ୍ରରୁ ଖବର ପାଇ ମହିଳାଙ୍କ ସ୍ବାମୀ ପହଁଞ୍ଚିବା ପରେ ଅଫିସ ପିଅନଙ୍କ ସହାୟତାରେ ଡାକ୍ତରଖାନାକୁ ନିଆଯାଇଥିଲା । ଘଟଣା ସ୍ଥଳରେ ପିପିଲି ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି। ହେଲେ ଆକାଉଣ୍ଟଟାଣ୍ଟ ଚିନ୍ମୟ ବାରିକଙ୍କ ଅନୁପସ୍ଥିତି, ଘଟଣାରେ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପିପିଲି ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର ଚିକିତ୍ସା ପାଇଁ ରେଫର କରାଯାଇଛି ।