ସୁନ୍ଦରଗଡ ୩୧।୧୦: ସୁନ୍ଦରଗଡ଼ ଜିଲ୍ଲା କରମଡିହିରେ ୫ ଜଣକୁ ନିର୍ମମ ହତ୍ଯା ଘଟଣାରେ ୧୩ ଜଣକୁ ଅଟକ ରଖିଲା ପୋଲିସ । ଅନୁଗୋଳ ବଅଁରପାଳରୁ ୧୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ । ୧୩ ଜଣଙ୍କୁ ସଦର ଥାନା ଆଣି ପୋଲିସ ପଚରାଉଚରା କରୁଛି ।
ସୂଚନାଯୋଗ୍ୟ ଯେ, ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଦୁଇ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଗୋଟିଏ ଗୋଷ୍ଠୀର ୫ ଜଣଙ୍କ ଜୀବନ ଯାଇଥିଲା । ମୃତକଙ୍କ ମଧ୍ଯରେ ୩ ମହିଳା ଓ ଦୁଇ ପୁରୁଷ ରହିଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ । ସୁନ୍ଦରଗଡ଼ ସଦର ଥାନା କରମଡିହି ଗୀତା ପଡିଆରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା । ପରକୀୟା ପ୍ରୀତିକୁ ନେଇ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ତେବେ ଆକ୍ରମଣକାରୀ ଗୋଷ୍ଠୀ ଜଣେ ମହିଳା ଓ ୪ ଜଣ ଶିଶୁଙ୍କୁ ନେଇ ଫେରାର ହୋଇ ଯାଇଥିଲେ । ପୋଲିସ ଅନୁଗୋଳରୁ ୪ ଜଣକୁ ଧରି ଅଟକ ରଖି ଅଧିକ ପଚରାଉଚରା କରୁଥିଲା । ଏଥିରେ ୬ ଜଣ ପୁରୁଷ ରହିଥିବା ବେଳେ ଜଣ ହମିଳା ରହିଛନ୍ତି ।