ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା : ରାସ୍ତାକୁ ଓହ୍ଲାଇଲା ଯୁବ ଓ ଛାତ୍ର କଂଗ୍ରେସ, ତୁରନ୍ତ ଗିରଫ କରିବାକୁ ତାରାଙ୍କ ଦାବି

Published By : Prameya-News7 Bureau | July 13, 2024 IST

ଭୁବନେଶ୍ବର : ସରକାରୀ କର୍ମଚାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଓ ଦୁର୍ବ୍ୟବହାର ଘଟଣାକୁ କେନ୍ଦ୍ରକରି ରାସ୍ତାକୁ ଓହ୍ଲାଇଛି ଯୁବ ଓ ଛାତ୍ର କଂଗ୍ରେସ । ଏନେଇ ରାଜଭବନ ଘେରାଉ କରିବା ପାଇଁ ମାଷ୍ଟର କ୍ୟାଣ୍ଟିନରୁ ରାଜଭବନ ଅଭିମୁଖେ ବାହାରିଥିଲେ ଯୁବ ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ସଭାପତି ୟାସିର୍ ନାୱାଜ କହିଛନ୍ତି ଯେ, ରାଜ୍ୟରେ କ’ଣ ସାଧାରଣ ଲୋକଙ୍କ ପାଇଁ ଅଲଗା ଓ ରାଜ୍ୟପାଳଙ୍କ ପାଇଁ ଅଲଗା ନିୟମ ରହିଛି କି। ଏହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ । ୪ ଦିନ ହେବ କାହିଁକି ଚୁପ୍ ବସିଛନ୍ତି ରାଜ୍ୟ ସରକାର । କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯେପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଛାତ୍ର ଓ ଯୁବ କଂଗ୍ରେସ ଚୁପ୍ ବସିବ ନାହିଁ ବୋଲି ୟାସିର୍‌ କହିଛନ୍ତି । ରାଜଭବନ ଘେରାଉ ବେଳେ ନତାଲା ଛକ ନିକଟରେ ପୋଲିସ କଂଗ୍ରେସ କର୍ମୀଙ୍କୁ ଗିରଫ କରିଛି ।

ସେପଟେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପୋଲିସ ତାଙ୍କୁ ତୁରନ୍ତ ଗିରଫ କରିବା ଦରକାର । ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ୩୦୭ ଦଫାରେ ମାମଲା କରି ଗିରଫ କରିବା ଦରକାର । ବିଜେପି ସରକାର ରାଜ୍ୟରେ ଅଛି ଏଣୁ ରାଜ୍ୟପାଳଙ୍କ ପୁଅକୁ କି ତାଙ୍କ ସହଯୋଗୀକୁ ଗିରଫ କରିବା ଦରକାର । କଂଗ୍ରେସ ଏହାକୁ ନିନ୍ଦା କରୁଛି । ବିଧାନସଭାରେ ଏ ପ୍ରସଙ୍ଗ ଉଠିବ, ଦରକାର ପଡିଲେ ରାଜ୍ୟପାଳଙ୍କୁ ବିରୋଧ କରାଯିବ ବୋଲି ତାରା କହିଛନ୍ତି ।

You Can Read:

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡ଼େମୀର ପାସିଂ ଆଉଟ୍ ପରେଡ଼, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.