ତାପଙ୍ଗ ଖଣି ପୋଖରୀରେ ବୁଡ଼ି ଯୁବକ ନିଖୋଜ, ଚାଲିଛି ରେସକ୍ୟୁ ଅପରସେନ୍

Published By : Prameya-News7 Bureau | July 09, 2024 IST

ଖୋର୍ଦ୍ଧା ୯।୭ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳ ଖଣି ପୋଖରୀରେ ବୁଡ଼ି ଯୁବକ ନିଖୋଜ । ଅଗ୍ନିଶମ ବାହିନୀ ପକ୍ଷରୁ ଘଟଣାସ୍ଥଳରେ ଖୋଜାଖୋଜି ଜାରି ରହିଛି । ଲାଇଭ୍ ବୋଟ୍ ଯୋଗେ ପାଣି ଭିତରେ ଚାଲିଛି ରେସକ୍ୟୁ ଅପରସେନ୍ ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ବଡ ସାଉଁଳି କଳିଙ୍ଗ ମୁଣ୍ଡିଆକୁ ସୋମବାର ୪ ଜଣ ଛାତ୍ରଛାତ୍ରୀ ବୁଲିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ୩ ଜଣ ଛାତ୍ର, ଜଣେ ଛାତ୍ରୀ ଥିଲେ । କୌଣସି କାରଣ ବଶତଃ  ଦୁଇ ଜଣ ଯୁବକ ଗଭୀର ପାଣିରେ ଖସି ଯାଇଥିଲେ । ସାଙ୍ଗରେ ଯାଇଥିବା ଯୁବକ ମାନେ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ମଧ୍ୟ ଅନ୍ୟ ଜଣେ ଓଁ ପ୍ରକାଶ ରଥକୁ ଉଦ୍ଧାର କରିପାରି ନଥିଲେ । ସ୍ଥାନୀୟ ଲୋକମାନେ ଖବର ଦେବା ପରେ ସେଠାରେ  ଖୋର୍ଦ୍ଧାର ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ମାତ୍ର କୌଣସି ସୁଫଳ ମିଳିନି । ଓଡ୍ରାଫ୍ ଏବଂ ସ୍କୁବା ଡାଇଭର ଘଟଣାସ୍ଥଳରେ ପାଣିରେ ବୁଡିଥିବା ଯୁବକକୁ ଖୋଜାଖୋଜି କରୁଛନ୍ତି । ମାତ୍ର ବର୍ତ୍ତମାନ ସୁଦ୍ଧା କିଛି ସୁଫଳ ମିଳିନାହିଁ । ନିଖୋଜ ଯୁବକ ଓଁ ପ୍ରକାଶ ରଥ ଖୋର୍ଦ୍ଧାରେ ରୁହନ୍ତି । ଫୁଲନଖରା ସ୍ଥିତ ଏକ ମେଡିକାଲ କଲେଜର ୩ ଜଣ ଛାତ୍ର ଏବଂ ଜଣେ ଛାତ୍ରୀ ସୋମବାର ତାପଙ୍ଗ ବଡ ସାଉଁଳି ମୁଣ୍ଡିଆକୁ ବୁଲିବାକୁ ଆସିଥିବା ବେଳେ ଏଭଳି ଘଟଣା ଘଟିଛି ।

You Can Read:

ନନ୍ଦନକାନନରେ ଜନ୍ତୁ ଅଦଳବଦଳ : ଗଲେ ୫୨, ଆସିବେ ୨୧ ଜୀବଜନ୍ତୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.