ନନ୍ଦନକାନନରେ ଜନ୍ତୁ ଅଦଳବଦଳ : ଗଲେ ୫୨, ଆସିବେ ୨୧ ଜୀବଜନ୍ତୁ

Published By : Prameya-News7 Bureau | July 09, 2024 IST

ଭୁବନେଶ୍ବର ୯ପୁଣି ନନ୍ଦନକାନନରେ ହେଲା ଜନ୍ତୁ ଅଦଳବଦଳ । ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଗଲା ଧଳା ବାଘ ଆଉ ଆସିବ କଳା ଲୋମଯୁକ୍ତ ମହାବଳ ବାଘ । ବିର୍ସା ବାୟୋଲୋଜିକଲ ପାର୍କ ରାଞ୍ଚି ଓ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ମଧ୍ୟରେ ଜନ୍ତୁ ଅଦଳବଦଳ ନେଇ ଚୁକ୍ତି ହୋଇଛି । 

ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଗଲେ ୫୨ ଜୀବଜନ୍ତୁ ଆଉ ଆସିବେ ୨୧ ଜୀବଜନ୍ତୁ । ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିର୍ସା ବାୟୋଲୋଜିକଲ ପାର୍କ ରାଞ୍ଚି ଚିଡ଼ିଆଖାନାରୁ ୫ଟି ପ୍ରଜାତିର ୨୧ ଜୀବଜନ୍ତୁ ଆସିବାକୁ ଥିବା ବେଳେ ୭ଟି ପ୍ରଜାତିର ୫୨ଟି ଜୀବଜନ୍ତୁ ନନ୍ଦନକାନନରୁ ଯାଇଛନ୍ତି । ୧୪ ତାରିଖ ମଧ୍ୟରେ ପ୍ରାଣୀ ଉଦ୍ୟାନର ଏକ ୧୦ ଜଣିଆ ଟିମ୍ ରାଞ୍ଚିରୁ ଜୀବଜନ୍ତୁ ନେଇ ଆସିବେ ।

You Can Read:

ଡେଙ୍ଗୁ ସଂକ୍ରମଣକୁ ଦୃଷ୍ଟିରେ ରଖି ତତ୍ପର ସ୍ବାସ୍ଥ୍ୟ ବିଭାଗ, ହଟ୍‌ସ୍ପଟ୍ ଅଞ୍ଚଳରେ ମ୍ୟାପିଂ ସହ ସର୍ବେକ୍ଷଣ ନିର୍ଦ୍ଦେଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.