ଡେଙ୍ଗୁ ସଂକ୍ରମଣକୁ ଦୃଷ୍ଟିରେ ରଖି ତତ୍ପର ସ୍ବାସ୍ଥ୍ୟ ବିଭାଗ, ହଟ୍‌ସ୍ପଟ୍ ଅଞ୍ଚଳରେ ମ୍ୟାପିଂ ସହ ସର୍ବେକ୍ଷଣ ନିର୍ଦ୍ଦେଶ

Published By : Prameya-News7 Bureau | July 09, 2024 IST

ଭୁବନେଶ୍ବର ୯ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ସ୍ବାସ୍ଥ୍ୟ ବିଭାଗ  । ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁ ହଟ୍‌ସ୍ପଟ୍ ରହି ଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । 

ଚିଠିରେ କୁହାଯାଇଛି ଯେ, ମୌସୁମୀ ଓ ଏହାର ପରବର୍ତ୍ତୀ ସମୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଂକ୍ରମଣ ବଢୁଥିବାରୁ ଆଗୁଆ ସତର୍କତା ପଦକ୍ଷେପ ସ୍ବରୂପ ଆବଶ୍ୟକ ସଂଖ୍ୟକ ଫ୍ରଣ୍ଟଲାଇନ ୱାର୍କର, ଡାଏଗ୍ନୋଷ୍ଟିକ୍ କିଟ୍, ଔଷଧ ମହଜୁଦ ରଖ । ଜିଲ୍ଲା ଓ ମ୍ୟୁନିସିପାଲ ସ୍ତରରେ ସବୁ ଅଂଶୀଦାରମାନଙ୍କୁ ନେଇ ବୈଠକ କରି ଯୁଗ୍ମ ଆକ୍ସନ୍ ପ୍ଲାନର ସମୀକ୍ଷା କର । ଜନସାଧାରଣଙ୍କୁ ସଚେତନ କରିବା ସହ କୀଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ଅନ୍ୟ ସହଯୋଗୀ ବିଭାଗ ସହ ସମନ୍ବୟ ରକ୍ଷା କରିବା, ଟେଷ୍ଟିଂ, ଚିକିତ୍ସା ଓ ଠିକ୍ ସମୟରେ ରେଫରାଲକୁ ଗୁରୁତ୍ବ ଦିଆଯାଉ । ସଂକ୍ରମଣ ସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ଓ ବ୍ଳକ୍ ଆରଆରଟି ଦଳ ପ୍ରସ୍ତୁତ ରଖନ୍ତୁ । ଡେଙ୍ଗୁ-ମ୍ୟାଲେରିଆ ସଂକ୍ରମଣକୁ ରୋକିବା ଲାଗି ଏହାର ଉତ୍ସକୁ ନଷ୍ଟ କରିବା ସହ ରକ୍ତ ଭଣ୍ଡାରରେ ରକ୍ତ ସଂରକ୍ଷିତ ରଖ । ହସ୍ପିଟାଲରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭାବେ ଡେଙ୍ଗୁ ୱାର୍ଡ ଖୋଲିବା ଓ ମଶାଙ୍କ ଉପଦ୍ରବରୁ ଏହାକୁ ସୁରକ୍ଷିତ କରିବା, ସାପ୍ତାହିକ ଡ୍ରାଏ ଡେ' ପାଳନ ଲାଗି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ସଚିବ ।

You Can Read:

ବିଦେଶରେ ଘୋଷଯାତ୍ରା, ଆର୍ୟଲାଣ୍ଡ ରାଜଧାନୀ ଡ଼ବଲିନ ସହରରେ ଗଡିଲା ଜଗା ରଥ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.