ଅନଲାଇନ ମାଧ୍ୟମରେ ଚାଷୀ ପାଇବେ କ୍ଷତିପୂରଣ, ଭାଗଚାଷୀଙ୍କ ବିଷୟରେ ଚିନ୍ତା କରାଯାଉଛି

Published By : Prameya-News7 Bureau | December 29, 2024 IST

ବାଲିପାଟଣା /୧୨: ରାଜଧାନୀ ଉପକଣ୍ଠ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ବିଭିନ୍ନ ଧାନ ବିଲକୁ ଯାଇ ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ୍ରା । ମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ,ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହ ସମସ୍ତ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ବିଭିନ୍ନ ଗାଁର ଚାଷୀଙ୍କ ସହ ଆଲୋଚନା କରି କ୍ଷୟକ୍ଷତିର ଆକଳନ କରାଯାଇଛି


ଅଦିନିଆ ବର୍ଷା ଅନେକ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଧାନ ଚାଷ ସହ ପରିବା ନଷ୍ଟ ହୋଇଯାଇଛି । କ୍ଷୟକ୍ଷତି ଆକଳନ ପରେ ମନ୍ତ୍ରୀ କହିଛନ୍ତି ଚାଷୀଙ୍କ କ୍ଷତି ଭରଣା କରାଯିବ । ଚାଷୀ ଫସଲ ବୀମା କରିଥାନ୍ତୁ କି ନାହିଁ ସମସ୍ତଙ୍କୁ କ୍ଷତିପୂରଣ ମିଳିବ । ଭାଗଚାଷୀଙ୍କ ବିଷୟରେ ସରକାର ଆଲୋଚନା କରୁଛନ୍ତି । ଚାଷୀମାନେ ଅନଲାଇନ ମାଧ୍ୟମରେ ସିଧାସଳଖ କ୍ଷତିପୂରଣ ପାଇବେ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.