ନୂଆଦିଲ୍ଲୀ: ଭାରତୀୟ ମହାକଶ ଗବେଷଣା ସଂସ୍ଥା (ଇସ୍ରୋ) ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ (SPADEX) ମିଶନରେ ଦୁଇ ଉପଗ୍ରହର ସଫଳତାର ସହ ଅନ୍ଡକ୍ (ଅଲଗା) କରି ଐତାହାସିକ ଉପଲବ୍ଧି ହାସଲ କରିଛି । ଏହି ଉପଲବ୍ଧି ଭାରତର ମହାକାଶ ଗବେଷଣା ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ପ୍ରମାଣିତ ହୋଇଛି । ଅନ୍ଡକିଂ ପ୍ରକ୍ରିୟାକୁ ସଫଳ କରିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଥିଲା । ଏଥିରେ SDX-01 ଓ SDX-02 ଉପଗ୍ରହକୁ ସଫଳତା ସହ ଅଲଗା କରାଯାଇଛି ।
Spadex undocking captured from both SDX-1 & SDX-2! 🛰️🛰️🎥
— ISRO (@isro) March 13, 2025
Watch the spectacular views of this successful separation in orbit.
Congratulations to India on this milestone! 🇮🇳✨ #Spadex #ISRO #SpaceTech pic.twitter.com/7u158tgKSG
ଅନ୍ଡକିଂ ଅର୍ଥ ହେଉଛି ମହାକାଶରେ ଡକ୍ କରାଯିବା ପରେ ଦୁଇ ଉପଗ୍ରହ SDX-01 ଓ SDX-02କୁ ଅଲଗା କରିବା । ଯାହା ପରେ ଉଭୟ ସ୍ୱତନ୍ତ୍ର ଭାବେ କାମ କରିପାରିବେ । ଏହି ପ୍ରକ୍ରିୟାରେ ପ୍ରଥମେ SDX-02ର ବିସ୍ତାର କରାଯାଇଥିଲା, ପରେ କ୍ୟାପ୍ଚର ଲିଭର-୩କୁ ଯୋଜନାବଦ୍ଧ ଭାବେ ରିଲିଜ୍ କରାଯାଇଥିଲା ଏବଂ ଶେଷରେ SDX-02ରେ କ୍ୟାପ୍ଚର ଲିଭରର ବିଘଟନ କରାଗଲା । ଏହି ପ୍ରର୍ଯ୍ୟାୟ ପରେ ଦୁଇ ଉପଗ୍ରହରେ ଡିକ୍ୟାପ୍ଚର କମାଣ୍ଡ ଜାରି କରାଗଲା, ଯାହାପରେ ସେମାନେ ସ୍ୱତନ୍ତ୍ର ଭାବେ ଅଲଗା ହୋଇଥିଲେ । ଭାରତୀୟ ମହାକାଶ ବିଜ୍ଞାନ ଗବେଷଣାରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି ।
Spadex Undocking Successful! 🚀
— ISRO (@isro) March 13, 2025
Key sequence of events:
✅ SDX-2 extension successful
✅ Capture Lever 3 released as planned
✅ Capture Lever in SDX-2 disengaged
✅ Decapture command issued in SDX-1 & SDX-2
🎉 FINALLY, SUCCESSFUL UNDOCKING!
Congratulations, Team ISRO! 🇮🇳…
ଏହି ପ୍ରଯୁକ୍ତିବିଦ୍ୟା ଭବିଷ୍ୟତର ମହାକାଶ ମିଶନ ଯେପରିକି ମହାକାଶ ଷ୍ଟେସନ ନିର୍ମାଣ, ଉପଗ୍ରହ ମରାମତି ଏବଂ ଗଭୀର ମହାକାଶକୁ ମିଶନ ପଠାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୨୪ ଡିସେମ୍ବର ୩୦ରେ ଶ୍ରୀହରିକୋଟାରୁ PSLV-C60 ରକେଟ୍ ସାହାଯ୍ୟରେ SDX-01 (ଚେଜର୍) ଏବଂ SDX-02 (ଟାର୍ଗେଟ୍) ନାମକ ଦୁଇଟି ଉପଗ୍ରହ ଉତକ୍ଷେପଣ ହୋଇଥିଲା । ୨୦୨୫ ଜାନୁଆରୀ ୧୬ରେ ISRO ସଫଳତାର ସହ ଏହି ଦୁଇଟି ଉପଗ୍ରହକୁ ପରସ୍ପର ସହିତ ସଂଯୋଗ କରିଥିଲା ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଇସ୍ରୋକୁ ଅଭିନନ୍ଦନ ଜଣାଇ, ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି । ସେ ଭାରତର ମହାକାଶ କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସମର୍ଥନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି ।