ପୃଥିବୀକୁ ମାଡି ଆସୁଛି ବଡ ବିପଦ, ଧକ୍କା ହେବ ଶକ୍ତିଶାଳୀ ଆଷ୍ଟ୍ରଏଡ !

Published By : Prameya-News7 Bureau | February 17, 2025 IST

ନୂଆଦିଲ୍ଲୀ ୧୭/୦୨: ପୃଥିବୀକୁ ମାଡି ଆସୁଛି ବଡ ବିପଦ ! । ଧକ୍କା ହେବ ଶକ୍ତିଶାଳୀ ଆଷ୍ଟ୍ରଏଡ! । ଧ୍ଂସ ହୋଇଯିବ ୩ ଦେଶ ! ନାସା ବୈଜ୍ଞାନିକଙ୍କ ସତର୍କ ବାଣୀ । ବାଜିଲା ସତର୍କ ଘଣ୍ଟି, ଧ୍ୱଂସ ହେବ ୩ ଦେଶ । ବିଶେଷ କରି ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ପ୍ରତି ବିପଦ ଅଧିକ । ଗ୍ରହାଣୁ ୨୦୨୪ YR4 ଉପରେ ବିଶ୍ୱର ସବୁ ବୈଜ୍ଞାନିକଙ୍କ ନଜର । ପୂର୍ବରୁ ବୈଜ୍ଞାନିକମାନେ ପୃଥିବୀ ସହିତ ଧକ୍କା ହେବାର ଏକ ପ୍ରତିଶତ ସମ୍ଭାବନା ନେଇ କରିଥିଲେ  ଭବିଷ୍ୟବାଣୀ । ଏବେ କିନ୍ତୁ ଏହା ୨.୩ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଫଳରେ ବଢୁଥିବା ବିପଦକୁ ନେଇ ଚିନ୍ତିତ ବୈଜ୍ଞାନିକ । ତେବେ ଚିନ୍ତାଜନକ ବିଷୟ ହେଉଛି ଏହାର ଗତି ଓ ଆକାର ଜଣା ନାହିଁ।

ପୃଥିବୀକୁ ଧକ୍କା ଦେବାକୁ ଯାଉଛି ଏକ ଶକ୍ତିଶାଳୀ ଉଲକାପିଣ୍ଡ । ଏହାର ପ୍ରଭାବ ଏତେ ଯେ ଧ୍ବଂସ ହେବା ନେଇ ବଢିଛି ଆଶଙ୍କା । ଏମିତି କହି ଚେତାଇଛନ୍ତି ବିଶ୍ବର କିଛି ଅନେକ ଅନ୍ତରୀକ୍ଷ ଅନୁସନ୍ଧାନ ଏଜେନ୍ସି । ନାସା ହେଉ କି ଚୀନ୍‌, ବିପଦକୁ ମୁକାବିଲା କରିବା ପାଇଁ ସୁରକ୍ଷାବଳଙ୍କୁ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଯାହା ଅନୁମାନ ୨୦୩୨ରେ ପୃଥିବୀକୁ ଧକ୍କା ଦେବ ଆଷ୍ଟ୍ରଏଡ୍ । ଏପର୍ଯ୍ୟନ୍ତ ପୃଥିବୀରେ ଉଲକାପିଣ୍ଡ  ପଡିବାର ବିପଦ କମ ଅଛି । କିନ୍ତୁ ଯଦି ଅନୁମାନ ସତ ହୁଏ ତେବେ ସୃଷ୍ଟି ହୋଇପାରେ ବଡ ବିପଦ । 


୨୦୨୪ରେ ରଖାଯାଇଥିଲା YR4 ଉଲକାପିଣ୍ଡର ପୁରା ନାମ । ଏହି ଉଲକାପିଣ୍ଡକୁ ଅପୋଲୋ-ଟାଇମ୍‌  ଭାବେ ଚିହ୍ନଟ କରାଯାଇଥିଲା । ଯେତେବେଳେ ଆଟଲାସ ଦ୍ବାରା ଏହି ଉଲକାପିଣ୍ଡକୁ ନେଇ ଚେତାବନୀ ଜାରି କରାଗଲା, ସେତେବଳେ ସାରା ବିଶ୍ବର ଅନ୍ତରିକ୍ଷ ଏଜେନ୍ସି ମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଏହା ପୃଥିବୀଠାରୁ ପାଖାପାଖି ୬.୫ କୋଟି କିଲୋମିଟର ଦୂରରେ ରହିଛି । କିନ୍ତୁ ଏହା ଖୁବ୍‌ ଦୃତ ଗତିରେ ଆଗକୁ ବଢିବାରେ ଲାଗିଛି । 

YR4 ର ବର୍ଦ୍ଧିତ ବିପଦକୁ ଜେମ୍ସ ୱେବ୍ ଟେଲିସ୍କୋପ୍  ସାହାଯ୍ୟରେ ଲଗାତାର ନଜର ରଖାଯାଇଛି । ଏବଂ ଏହା ପରିବର୍ତ୍ତନ କରୁଥିବା କକ୍ଷପଥକୁ ବୁଝିବା ଏବଂ ଭବିଷ୍ୟତରେ ଏହାର କେତେ ପ୍ରଭାବ ପକାଇବ ତାର ପରିକ୍ଷା ମଧ୍ୟ ଚାଲିଛି । ସବୁଠାରୁ ଚକିତ କଲାପରି କଥା ଏହା ଯେ ଏହି ଉଲକାପିଣ୍ଡ ପରିବର୍ତ୍ତନ କରୁଥିବା କକ୍ଷପଥ ଉପରେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜେମ୍ସ ୱେବ୍ ଟେଲିସ୍କୋପରେ ଦୃଶ୍ୟମାନ ହେବ । ତେବେ ପରେ ଏହା ଆଉ ଦୃଶ୍ୟମାନ ହେବ ନାହିଁ । କାରଣ ଏପ୍ରିଲ ଶେଷ ଆଡକୁ ଏହା କକ୍ଷପଥରୁ ଦୂରେଇ ଯାଇଥିବ ଯାହାଦ୍ବାରା ଉଲକାପିଣ୍ଡକୁ ଟ୍ରାକ କରିବା ସମ୍ଭବ ହେବ ନାହିଁ ।

ମହାକାଶ ସଂସ୍ଥାଗୁଡ଼ିକର ଆକଳନ ଅନୁଯାୟୀ, YR4 ଜୁନ୍ ୨୦୨୮ ପର୍ଯ୍ୟନ୍ତ କୌଣସି ଟେଲିସ୍କୋପ୍ ଦ୍ୱାରା ଦୃଶ୍ୟମାନ ହେବନି । ଏହାର ଅର୍ଥ ହେଉଛି ପ୍ରାୟ ୩୮ ମାସ ପର୍ଯ୍ୟନ୍ତ ବୈଜ୍ଞାନିକମାନେ କେବଳ ଆକଳନ ଆଧାରରେ ଉଲକାପିଣ୍ଡକୁ ଟ୍ରାକ୍ କରିବେ । ନାସା ଅନୁସାରେ, ଯଦି ଉଲକାପିଣ୍ଡ ଧକ୍କା ସତ୍ୟ ହୁଏ ତେବେ ଦକ୍ଷିଣ ଆମେରିକା, ପ୍ରଶାନ୍ତ ମହାସାଗର, ଦକ୍ଷିଣ ଏସିଆ, ଆରବ ସାଗର, ଆଟଲାଣ୍ଟିକ ମହାସାଗର କିମ୍ବା ଆଫ୍ରିକାର କିଛି ଅଂଶକୁ ପ୍ରଭାବିତ କରିପାରେ । ତେବେ ସବୁଠାରୁ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ, ପାକିସ୍ତାନ, ବାଂଲାଦେଶ ଅନ୍ତର୍ଭୁକ୍ତ । ସେପଟେ ଜାତୀୟ ଗଣମାଧ୍ୟମରେ ପ୍ରସାର ପରେ ଚର୍ଚ୍ଚା, ଆଶଙ୍କା ଖୁବ୍ ଜୋର୍ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.