ସୋର ୧୬।୪: ବସ୍-ଟ୍ରେଲର ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲେ ୧୫ ବସ୍ ଯାତ୍ରୀ । ଟ୍ରକ୍ ଡ୍ରାଇଭର ଗୁରୁତର l ୧୬ ନମ୍ବର ଜାତୀୟ ରାଜପଥ ସତସଙ୍ଗ ବିହାର ଠାରେ ଦୁର୍ଘଟଣା ଘଟିଛି ।
ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ସତସଙ୍ଗ ବିହାର ଠାରେ ଅଜୟ ବସ୍ ବିପରୀତ ଦିଗରୁ ଭୁଲ ରାସ୍ତାରେ ଆସୁଥିବା ବେଳେ ଏକ ଟ୍ରେଲର ସହ ଧକ୍କା ହୋଇଥିଲା l ଟ୍ରେଲର ଡ଼୍ରାଇଭର ଦୀର୍ଘ ସମୟ ଧରି ଟ୍ରେଲର ଓ ବସ୍ ମଝିରେ ଫସି ରହିଥିଲେ । ବସ୍ରେ ଯାଉଥିବା ୧୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଡ଼୍ରାଇଭରକୁ ଉଦ୍ଧାର କରିଥିଲେ । ଉକ୍ତ ଟ୍ରକ୍ ଡ଼୍ରାଇଭରକୁ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଯାଇଛି । ବସ୍ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି l
You Can Read:
ପଦ୍ମ ପୁରସ୍କାର ବିବାଦ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ହାଇକୋର୍ଟ, ଆବଶ୍ୟକୀୟ ତଥ୍ୟ ଅଭାବରୁ ମାମଲାର ଅନ୍ତ