iPhone 16 ଠାରୁ କିଭଳି ଅଲଗା 16e? ଜାଣନ୍ତୁ ଆପଲର ଏହି ବଜେଟ୍ ଫୋନ୍‌ର ୮ ଖାସ୍ କଥା

Published By : Prameya-News7 Bureau | February 20, 2025 IST

internet

ନୂଆଦିଲ୍ଲୀ: ଗତକାଲି ଲଞ୍ଚ ହୋଇଛି ଆପଲର ବଜେଟ୍ ସ୍ମାର୍ଟଫୋନ୍ iPhone 16e। ଏହା ପୂର୍ବରୁ ଏହି ଫୋନଟି iPhone SE 4 ନାଁରେ ଲଞ୍ଚ ହେବ, ଏବଂ ଏହାର ଦାମ ୪୫-୫୦ ହଜାର ମଧ୍ୟରେ ରହିବ ବୋଲି ବିଭିନ୍ନ ଟେକ୍‌ ଏକ୍ସପର୍ଟମାନେ ଆଶା କରିଥିଲେ। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଆପଲ ଫୋନ୍‌ଟିକୁ iPhone 16e ନାଁରେ ଲଞ୍ଚ କରିଛି। ଭାରତରେ ଏହି ଫୋନ୍‌ର ମୂଲ୍ୟ ୫୯,୯୦୦ ଟଙ୍କା ରଖାଯାଇଛି।

ଆପଣ ଯଦି ଏହି ଏହି ଫୋନ୍   କିଣିବାକୁ ଚାହୁଁଛନ୍ତି ତେବେ ଏହି ଫୋନ୍ ବିଷୟରେ ୮ ଖାସ୍ କଥା ଆମେ ଆଜି ଆପଣଙ୍କୁ ଜଣାଇବୁ। ତା ସହିତ ତୁଳନାତ୍ମକ ଭାବେ iPhone 16e ସହିତ ଏହି ଫୋନ୍ କେତେ ଭିନ୍ନ ତାହା ବି ଜଣାଇବୁ। ପଢ଼ନ୍ତୁ ରିପୋର୍ଟ

ନିକଟରେ ଏକାଧିକ ଆଇଫୋନି୍‌ରେ ଡାଇନାମିକ ଆଇଲ୍ୟାଣ୍ଡ ନଚ୍ ସହିତ ଲଞ୍ଚ ହୋଇଥିବା ବେଳେ iPhone 16eରେ କିନ୍ତୁ  iPhone 14 ୱାଇଡ୍ ନଚ୍ ଦେଖିବାକୁ ମିଳିବ। ଏହା ବ୍ୟତୀତ ଭିଡିଓ/ଫଟୋଗୁଡ଼ିକୁ ଶୀଘ୍ର କ୍ୟାପଚର୍ କରିବା କିମ୍ବା ଫ୍ରେମକୁ ଜୁମ୍ କରିବା ପାଇଁ ଏଥିରେ କ୍ୟାମେରା କଣ୍ଟ୍ରୋଲ ବଟନ ଦିଆଯାଇ ନାହିଁ। ସେହିପରି କ୍ୟାମେରାରେ ଫ୍ଲାସ୍‌ଲାଇଟ୍, ଫୋକସ ମୋଡ, ମ୍ୟୁଟ୍ ମୋଡ, ଭଏସ ମେମୋ ଓ ଟ୍ରାନ୍ସଲେଟ ଭଳି ସୁବିଧା ରହିଛି। 

ଚିପ୍‌ସେଟ୍-
ଏଥିରେ iPhone 16 ଭଳି ୬ କୋର୍ ସିପିୟୁ ସହିତ ଏ୧୮ ଚିପ୍‌ସେଟ୍ ଦିଆଯାଇଛି। ଯେଉଁଥିରେ ମଲ୍ଟି ଟାସ୍କିଂ ପାଇଁ ଦୁଇଟ ପରଫର୍ମାନ୍ସ ଓ ୪ଟି ଏଫିସିଏନ୍ସି କୋର୍ ରହିଛି। ଯାହା  iPhone 16 ସହିତ ସମାନ। ହେଲେ ଫରକ ହେଲେ 16e ରେ ୪କୋରି ଜିପିୟୁ ରହିଥିବା ବେଳେ iPhone 16ରେ ୫ କୋରି ଜିପିୟୁ ଦିଆଯାଇଛି। ଦୈନିକ ବ୍ୟବହାରରେ ଯଦିଓ ଏହାର ଜଣାଡ଼ିବ ନାହିଁ ତେବେ କୌଣସି ଗ୍ରାଫିକାଲ କାମ କରିବା କିମ୍ବା ଜେନ୍‌ସିନ ଭଳି ଗେମ୍ ଖେଳିରେ ଏହାର ଅଭାବ ଜଣାପଡ଼ିବ।  

କ୍ୟାମେରା

iPhone 16e ଡୁଆଲ କ୍ୟାମେରା ସେଟଅପ ନାହିଁ। ବଂର ଏଥିରେ ୪୮-ମେଗାପିକ୍ସେଲ ସିଙ୍ଗଲ୍ ରିୟର କ୍ୟାମେରା ଦିଆଯାଇଛି। ଆପଲ୍ ଏହାକୁ ଟୁଇ ଇନ ୱାନ୍ କ୍ୟାମେରା ସିଷ୍ଟ ବୋଲି କହୁଛି।। ଏଥିରେ 2x ଡିଜିଟାଲ୍ ଜୁମ୍ ହୋଇପାରିବ। ତେବେ ରେଗୁଲାର ଫଟୋ ମୋଡ୍‌ରେ ଏହା ୨୪ ମେଗାପିକ୍ସେଲେରେ କ୍ଲିକ୍ ଫଟୋ କ୍ଲିକ୍ କରିବ। ତେବେ ଏଥିରେ ଅଲ୍‌ଟ୍ରା ୱାଇଡ୍‌ କ୍ୟାମେରା ମିଳିବ ନାହିଁ।  

ଡିସ୍‌ପ୍ଲେ

ଏଥିରେ ୬.୧-ଇଞ୍ଚ ସୁପର ରେଟିନା XDR OLED ଡିସପ୍ଲେ ରହିଛି। ସାଧାରଣ ବ୍ୟବହାର ପାଇଁ  iPhone 16eରେ ବ୍ରାଇଟନେସ ସ୍ତର ୮୦୦ ନିଟ୍ସ ଏବଂ ଏଚ୍‌ଡିଆର କଣ୍ଟେଣ୍ଟ ଦେଖିବାକୁ ସର୍ବୋଚ୍ଚ ୧୨୦୦ ନିଟ୍ସ ଦିଆଯାଇଛି। ତେବେ iPhone 16ରେ  ୧୦୦୦ ନିଟ୍ସ ସାଧାରଣ ବ୍ରାଇଟନେସ୍ ରହିଥିବା ବେଳେ ଆଉଟ୍ ଡୋର୍ ଭିଜିବିଲିଟି ୨୦୦୦ ନିଟ୍ସ ରହିଛି। ସୂର୍ଯ୍ୟକିରଣରେ ବ୍ୟବହାର କରିବାରେ କୌଣସି ଅସୁବିଧା ହେବନି। ସେହିପରି 16e କେବଳ କଳା ଓ ଧଳା ଏହି ଦୁଇଟି ରଙ୍ଗରେ ମିଳିବ।

ଚାର୍ଜିଂ

iPhone 16e ରେ ୱାୟାରଲେସ୍ ଚାର୍ଜିଂ ଦିଆଯାଇଛି। କିନ୍ତୁ ଏଥିରେ ମ୍ୟାଗ୍ନେଟିକ୍ ଚାର୍ଜିଂ ସିଷ୍ଟମ୍ MagSafe ମିଳିବ ନାହିଁ। ହେଲେ ଏହାର ଉନ୍ନତ ଭ୍ୟାରିଏଣ୍ଟ iPhone 16 ରେ 30ୱାଟ୍ କିମ୍ବା ତା'ଠାରୁ ଅଧିକ ଆଡାପ୍ଟର ସହିତ 25W ପର୍ଯ୍ୟନ୍ତ MagSafe ୱାୟାରଲେସ୍ ଚାର୍ଜିଂ ସପୋର୍ଟ ରହିଛି। ଯାହା 16e ରେ ନାହିଁ। ଉଭୟ ଫୋନରେ କ୍ୱିଆଇ ୱାୟାରଲେସ୍ ଚାର୍ଜିଂ ପାଇଁ ସପୋର୍ଟ ଥିବା ବେଳେ 16e ରେ ୭.୫ ୱାଟ୍‌ ପର୍ଯ୍ୟନ୍ତ ଏବଂ ୧୬ ସିରିଜ୍‌ରେ ୧୫W ପର୍ଯ୍ୟନ୍ତ ପାୱାର ମିଳିଥାଏ।

ଷ୍ଟାଣ୍ଡାର୍ଡ ୱାଇଫାଇ

iPhone 16e ରେ ଫାଷ୍ଟ କନେକ୍ଟିଭିଟି ପାଇଁ Wi-Fi 6 ଥିବା ବେଳେ, ଏହା iPhone 16 କିନ୍ତୁ Wi-Fi 7 ଟେକ୍ନୋଲୋଜୀ ରହିଛି। ଯାହା ସବୁଠାରୁ ଫାଷ୍ଟ ଇଣ୍ଟରନେଟ୍ ସ୍ପିଡ୍ ଦେବ।  

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.