ମୁମ୍ବାଇ,୧୧/୦୨: ଫ୍ରାନ୍ସଗସ୍ତ ଶେଷ କରି ଆଜି ଆମେରିକା ଯିବେ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ମୋଦୀଙ୍କ ଏହା ପ୍ରଥମ ଗସ୍ତ ଯାହା ଉପରେ ସାରା ବିଶ୍ୱର ନଜର ରହିଛି । ସୂଚନା ଅନୁସାରେ ଗୁରୁବାର ଅପରାହ୍ନ ୪ଟରେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବା କାଯ୍ୟକ୍ରମ ରହିଛି ।
#WATCH | Prime Minister Narendra Modi will be in Washington, DC in the US on February 12-13 and have a meeting with US President Donald Trump.
— ANI (@ANI) February 11, 2025
Visuals from the White House and Blair House in Washington, DC. pic.twitter.com/y4CzW9uAka
ଏନେଇ ହ୍ୱାଇଟ ହାଉସ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି । ଗସ୍ତର ପ୍ରଥମ ଦିନରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା ସହ ପ୍ରବାସୀଙ୍କୁ ଭେଟିବେ । ତେବେ ମୋଦୀଙ୍କ ଏଥରକର ଆମେରିକା ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ରାଷ୍ଟ୍ରନେତା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇପାରେ ।
ଯେଉଁଥରେ ପ୍ରତିରକ୍ଷା,ଏଆଇ, ଟାରିଫ ବୃଦ୍ଧି, ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ ପ୍ରସଙ୍ଗ ଉଠାଇ ପାରେ ଭାରତ ଭାରତ-ଆମେରିକା କୁଟନୀତି ସର୍ମ୍ପକକୁ ଅଧିକ ମଜଭୂତ କରିବା ଦିଗରେ ମୋଦୀ ଏଥରକ ଗସ୍ତ ବେଶ ଗୁରୁତ୍ବ ବହନ କରୁଛି ।