ନୂଆଦିଲ୍ଲୀ: ଶୁକ୍ରବାର ନମାଜ ବେଳେ ମସ୍ଜିଦ୍ରେ ଭୟଙ୍କର ବିସ୍ଫୋରଣ। ପାକିସ୍ତାନର ୱାଜିରିସ୍ତାନ ଅଞ୍ଚଳର ଥିବା ମସଜିଦରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସ୍ଥାନୀୟ ଇସଲାମିକ ନେତାଙ୍କ ସମେତ ଛୋଟପିଲା ଓ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଇସ୍ଲାମିକ ନେତାଙ୍କୁ ଟାର୍ଗେଟ୍ କରି ଏହି ବିସ୍ଫୋରଣ କରାଯାଇଥିବା ସନ୍ଦେହ କରାଯାଉଛି।
ପାକିସ୍ତାନ ପୁଲିସର କହିବା ଅନୁସାରେ, ଏହି ବିସ୍ଫୋରଣ ଉତ୍ତର-ପଶ୍ଚିମ ଭାଗରେ ଥିବା ଖାଇବର ପଖତୁନଖ୍ୱା ପ୍ରଦେଶର ଜମିଆତ ଉଲେମା ଇସଲାମ-ଫଜଲ (JUI-F) ରାଜନୈତିକ ଦଳର ସ୍ଥାନୀୟ ନେତା ଅବଦୁଲ୍ଲା ନଦୀମଙ୍କୁ ଟାର୍ଗେଟ କରି କରାଯାଇଥିଲା।
ଦକ୍ଷିଣ ୱାଜିରିସ୍ତାନର ପୁଲିସ ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ନଦୀମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ତାଙ୍କ ଅବସ୍ଥା ଗୁରୁତର ରହିଛି। ମୌଲାନା ଅବଦୁଲ ଅଜିଜ ମସଜିଦରେ ବିସ୍ଫୋରଣରେ ଆହତଙ୍କ ମଧ୍ୟରେ ଦୁଇ ଜଣ ପିଲା ମଧ୍ୟ ଅଛନ୍ତି। ପାକିସ୍ତାନ ସୀମା ବର୍ତ୍ତି ଅଞ୍ଚଳ ୱାଜିରିସ୍ତାନ ଆଫଗାନିସ୍ତାନ ସୀମ ସହ ଲାଗିଛି। ବିସ୍ଫୋରଣ କିଏ ଘଟାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଏହା ପୂର୍ବରୁ ପାକିସ୍ତାନର ନୌଶେରା ଜିଲ୍ଲାରେ ଥିବା ଦାରୁଲ ଉଲୁମ ହକାନିଆ ସେମିନାରୀକୁ ଟାର୍ଗେଟ୍ କରି ଏକ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା। ଏଥିରେ ଜମିଆତ ଉଲେମା ଇସଲାମ JUI-S ନେତା ମୌଲାନା ହମିଦୁଲ ହକ୍ ହକ୍କାନି ସମେତ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୫ ଜଣ ଆହତ ହୋଇଥିଲେ। ଏହି ଅଞ୍ଚ ପୂର୍ବରୁ ଆଫଗାନ ତାଲିବାନର ଏକ ଐତିହାସିକ ତାଲିମ ସ୍ଥଳ ଥିଲା।
ପଢନ୍ତୁ- ପାକିସ୍ତାନରେ BLA ଆତଙ୍କ; ବର୍ଷକ ମଧ୍ୟରେ ଶହ ଶହଙ୍କୁ କରିଛନ୍ତି ହତ୍ୟା
ଆତଙ୍କବାଦର ପୃଷ୍ଠପୋଷକ ପାକିସ୍ତାନ ଏବେ ନିଜ ଆତଙ୍କବାଦର ନିଆଁରେ ଜଳୁଛି। ବାରମ୍ବାର ଦେଶର ଆତଙ୍କବାଦୀ ଆକ୍ରମଣ ଦେଶର ରାଜନୀତି ସମେତ ଅର୍ଥନୀତିକୁ ବି ବିଗାଡ଼ି ଦେଉଛି। କିଛିଦିନ ତଳେ ବଲୋଚିସ୍ତାନର ବିଚ୍ଛିନ୍ନତାବାଦୀମାନେ ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ୍ କରି ନେଇଥିଲେ। ଏଥିରେ ଶତାଧିକ ଯାତ୍ରୀ ରହିଥିଲେ। ପାକ ସେନା ଓ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ଗୋଟିଏ ଦିନର ରକ୍ତାକ୍ତ ସଂଘର୍ଷ ପରେ ଟ୍ରେନ୍ଟିକୁ ମୁକୁଳାଯାଇଥିଲେ। ଏହି ଆକ୍ରମଣରେ ଆଫଗାନିସ୍ତାନର ହାତ ରହିଛି ବୋଲି ପାକିସ୍ତାନ ଅଭିଯୋଗ କରିଥିଲା।