ଭାରତର ଲୋକସଭା ନିର୍ବାଚନ ପ୍ରକ୍ରିୟାକୁ ପୁଣି ପ୍ରଶଂସା କଲା ଆମେରିକା, କହିଲା- ଦୁନିଆର ଇତିହାସରେ ଗଣତନ୍ତ୍ର...

Published By : Prameya-News7 Bureau | June 27, 2024 IST

ନୂଆଦିଲ୍ଲୀ: ଆମେରିକା ପୁଣି ଥରେ ଭାରତର ଲୋକସଭା ନିର୍ବାଚନକୁ ପ୍ରଶଂସା କରିଛି । ଆମେରିକାର ବିଦେଶ ବିଭାଗ ମୁଖପାତ୍ର ମେଥ୍ୟୁ ମିଲର କହିଛନ୍ତି ଯେ ଆମେରିକା ସରକାର ଦୁନିଆର ଇତିହାସରେ ଗଣତନ୍ତ୍ର ସବୁଠାରୁ ବଡ଼ ପ୍ରକ୍ରିୟା ମାନିଛି ଏବଂ ସେ ଏହାକୁ ଆସାଧାରଣ ଉପଲବ୍ଧି ବୋଲି କହିଛି । ମିଲର ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ ନିର୍ବାଚନ ପରିଣାମରେ ଆମେରିକା କାହାର ପକ୍ଷ ନିଏ ନାହିଁ । ଏହି ମାମଲାରେ ଭାରତର ଲୋକ ହିଁ ନିଷ୍ପତ୍ତି କରିପାରିବେ ।

ଆମେରିକାର ଅନେକ ସଂଗଠନ ଏବଂ ଲୋକ ଭାରତରେ ଗଣତନ୍ତ୍ରକୁ ଭାଙ୍ଗିବା ପାଇଁ ଚାହାନ୍ତି ଏବଂ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହରାଇବା ପାଇଁ ଏଠାରୁ ଅର୍ଥ ପଠାଇବା କଥାକୁ ବି ସ୍ୱୀକାର କରିଛନ୍ତି । ଏହା ଉପରେ ଏକ ପ୍ରଶ୍ନର ଜବାବରେ ମିଲର କହିଛନ୍ତି, ମୁଁ କୌଣସି ଏକ ବିଶେଷ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇପାରିବ ନାହିଁ । ମୁଁ ଜାଣି ନାହିଁ ଯେ ସେମାନେ କେଉଁ କଥାକୁ ଇଙ୍ଗିତ କରୁଛନ୍ତି । କିନ୍ତୁ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଯେତେବେଳେ ଭାରତର ନିର୍ବାଚନ କଥା ଆସୁଛି ଆମେ ଆମେରିକା ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଯେ ଦୁନିଆର ଇତିହାସରେ ଗଣତନ୍ତ୍ରର ସବୁଠୁ ବଡ଼ ଉତ୍ସବ ବୋଲି କହିଛି । ଏହା ଏକ ଆସାଧାରଣ ଉପଲବ୍ଧି ଅଟେ ।    

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.