ଯେଉଁଠି ବୟସ ଏକ ସଂଖ୍ୟା ମାତ୍ର ! ୧୨୭ ବର୍ଷ ବୟସରେ ଯୋଗମୁଦ୍ରାରେ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦ

Published By : Prameya-News7 Bureau | June 16, 2024 IST

HT

ମୁମ୍ବାଇ: ୧୨୭ ବର୍ଷିୟ ଯୋଗ ଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦଙ୍କ ଅଦ୍ଭୁତ ଯୋଗମୁଦ୍ରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆସନ୍ତା ଜୁନ୍ ୨୧ରେ ହେବାକୁ ଥିବା ଆନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗ ପ୍ରଦର୍ଶନ କରିଛନ୍ତି ଶିବାନନ୍ଦ। ସମସ୍ତେ ବୟସ ତୁଳନାରେ ତାଙ୍କ ବିଚକ୍ଷଣ ଶକ୍ତିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସ୍ୱାମୀ ଶିବାନନ୍ଦ ଅତି ସହଜରେ ବିଭିନ୍ନ ମୁଦ୍ରାରେ ଅନେକ ଯୋଗାସନ କରିଥିଲେ। ତାଙ୍କ ଚେହେରା ଖୁସି ଝଲସି ଉଠୁଥିଲା ଏବଂ ତାଙ୍କ ଆଖିରେ ଏକ ଚମକ ଥିଲା। ଯାହା ତାଙ୍କର ଉତ୍ସାହ ଏବଂ ଶକ୍ତିର ପ୍ରମାଣ ଥିଲା। ଯୋଗ ମାଧ୍ୟମରେ ସେ ଦର୍ଶାଇଥିଲେ ତାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା, ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ।

ଯୋଗ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନ ପାଇଁ ସ୍ୱାମୀ ଶିବାନନ୍ଦଙ୍କୁ ୨୦୧୦ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.